କୋରୋନା ମାମଲାରେ ପୁଣି ବୃଦ୍ଧି; ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୭୧ ସଂକ୍ରମିତ
Advertisement

କୋରୋନା ମାମଲାରେ ପୁଣି ବୃଦ୍ଧି; ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୭୧ ସଂକ୍ରମିତ

Coronavirus in India: ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଏପ୍ରିଲ ୫ ପର୍ଯ୍ୟନ୍ତ ସାରା ଦେଶରେ ୧୮୫ କୋଟି ୪ ଲକ୍ଷ ୧୧ ହଜାର ୫୬୯ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ଲକ୍ଷ ୪୯ ହଜାର ୬୯୯ କୋରୋନା ଟିକାର ଡୋଜ୍ ଲଗାଯାଇଛି । 

କୋରୋନା ମାମଲାରେ ପୁଣି ବୃଦ୍ଧି; ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୭୧ ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ ମାମଲା ପୁଣିଥରେ ବୃଦ୍ଧି ଦେଖାଦେଇଛି । ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ହଜାର ୮୬ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୧ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୯୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧୮୩  ସକ୍ରିୟ ମାମଲାରେ ହ୍ରାସ ଘଟିଛି । ଗତକାଲି କୋରୋନାର ୭୯୫ ମାମଲା ଚିହ୍ନଟ ହୋଇଥିଲା ଓ ୫୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୩୦ ହଜାର ୪୭୭ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୯୭ ହଜାର ୫୬୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୧ ହଜାର ୮୭୧ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୧ ହଜାର ୪୮୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଏପ୍ରିଲ ୫ ପର୍ଯ୍ୟନ୍ତ ସାରା ଦେଶରେ ୧୮୫ କୋଟି ୪ ଲକ୍ଷ ୧୧ ହଜାର ୫୬୯ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ଲକ୍ଷ ୪୯ ହଜାର ୬୯୯ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୯ କୋଟି ୨୦ ଲକ୍ଷ ୨୭ ହଜାର ୪୧୨ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୮୧ ହଜାର ୩୭୪ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୦.୨୩ ପ୍ରତିଶତରୁ କମ୍ ରହିଛି ।

ଏହା ବି ପଢ଼ନ୍ତୁ:-ଭାରତରେ ଏହି ମାସରେ ଆସିବ କୋରୋନାର ଚତୁର୍ଥ ଲହର, ଏହି ୨ ଲକ୍ଷଣ ଉପରେ ରଖନ୍ତୁ ତୀକ୍ଷ୍ଣ ନଜର!

ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଯୁଦ୍ଧରେ ଭାରତକୁ ଲାଗିଲା ବଡ଼ ଝଟକା! ସରକାରଙ୍କ ବଢ଼ିଲା ଏତେ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ

ଏହା ବି ପଢ଼ନ୍ତୁ:-ବନ୍ଦ ହୋଇଯିବ ମାଗଣା ଯୋଜନା! ଖରାପ ହେବାରେ ଲାଗିଛି ରାଜ୍ୟଗୁଡ଼ିକର ଅବସ୍ଥା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟ କର୍ମୀ, କୋରୋନା ଯୋଦ୍ଧା ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ଲୋକଙ୍କୁ ୨ କୋଟିରୁ ଅଧିକ (୨,୩୭,୭୨,୯୦୯) ପ୍ରତିଷେଧକ ଟିକା ଦିଆଯାଇଛି । ଦେଶରେ କୋଭିଡ ବିରୋଧୀ ଟିକାକରଣ ଅଭିଯାନ ଜାନୁୟାରୀ ୧୬, ୨୦୨୧ରୁ ଆରମ୍ଭ ହୋଇଥିଲା ଓ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଥିଲା । ଏଥି ସହିତ କୋରୋନା ଯୋଦ୍ଧାମାନଙ୍କ ପାଇଁ ଟିକାକରଣ ଅଭିଯାନ ଫେବୃଆରୀ ୨ରୁ ଆରମ୍ଭ ହୋଇଥିଲା ।