ପୁଣି ଡରାଇଲାଣି କୋରୋନା, ଦେଶରେ ଦିନକରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି
Advertisement

ପୁଣି ଡରାଇଲାଣି କୋରୋନା, ଦେଶରେ ଦିନକରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି

Coronavirus in India: ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ ଲକ୍ଷ ୩୬ ହଜାର ୭୬ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୫ ହଜାର ୫୫୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପୁଣି ଡରାଇଲାଣି କୋରୋନା, ଦେଶରେ ଦିନକରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି

ନୂଆଦିଲ୍ଲୀ: Coronavirus in India: ଦେଶରେ ପୁଣି ଥରେ କୋରୋନା ମାମଲାରେ ଲଗାତର ବୃଦ୍ଧି ଘଟିବାରେ ଲାଗିଛି । ଯାହା ଟିନ୍ତାର କାରଣ ପାଲିଟିଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାର ୧୩୯ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୪୮୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୩,୬୧୯ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । ଗତକାଲି କୋରୋନାର ୧୬,୯୦୬ ମାମଲା ଚିହ୍ନଟ ହୋଇଥିବାବେଳେ ଏହି ଭୂତାଣୁ ଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୬ ଲକ୍ଷ ୮୯ ହଜାର ୮୫୦ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୨୮ ହଜାର ୩୫୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ ଲକ୍ଷ ୩୬ ହଜାର ୭୬ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୫ ହଜାର ୫୫୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜୁଲାଇ ୧୪ ପର୍ଯ୍ୟନ୍ତ ସାରା ଦେଶରେ ୧୯୯ କୋଟି ୨୭ ଲକ୍ଷ ୨୭ ହଜାର ୫୫୯ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ଲକ୍ଷ ୪୪ ହଜାର ୭୧୪ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୮୬ କୋଟି ୮୧ ଲକ୍ଷ ୬୪ ହଜାର ୩୪୮ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୯୪ ହଜାର ୭୭୪ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୫.୧୦ ପ୍ରତିଶତ ରହିଛି । 

ଏହା ବି ପଢ଼ନ୍ତୁ:-ଜୁମଲାଜୀବୀ, ଖାଲିସ୍ତାନୀ, ବାଳକ ବୁଦ୍ଧି, ଦଲାଲ...ସାଂସଦମାନେ ଏଣିକି ଆଉ କହିପାରିବେନି ଏଭଳି ଶବ୍ଦ; ଦେଖନ୍ତୁ ପୁରା ତାଲିକା

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ଶକ୍ତ ଧକ୍କା! ସମର୍ଥନ ପରେ ମଧ୍ୟ ମିଳିଲା ନାହିଁ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ଆମନ୍ତ୍ରଣ

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ଶିବସେନା ବିରୋଧରେ ଏକାଠି ହେବେ ବିଜେପି-କଂଗ୍ରେସ? ଫଡନାଭିସଙ୍କ ଟ୍ୱିଟରୁ ବଢ଼ିଲା ପାରା

ଉଲ୍ଲେଖନୀୟ ବିଷୟ ହେଉଛି, ୭ ଅଗଷ୍ଟ ୨୦୨୦ରେ ଦେଶରେ କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ, ୨୩ ଅଗଷ୍ଟ ୨୦୨୦ରେ ୩୦ ଲକ୍ଷ ଏବଂ ୫ ସେପ୍ଟେମ୍ବର ୨୦୨୦ରେ ୪୦ ଲକ୍ଷରୁ ଅଧିକ ହୋଇଯାଇଥିଲା । ସଂକ୍ରମଣର ମୋଟ ମାମଲା ୧୬ ସେପ୍ଟେମ୍ବର ୨୦୨୦ରେ ୫୦ ଲକ୍ଷ, ୨୮ ସେପ୍ଟେମ୍ବର ୨୦୨୦ରେ ୬୦ ଲକ୍ଷ, ୧୧ ଅକ୍ଟୋବର ୨୦୨୦ରେ ୭୦ ଲକ୍ଷ, ୨୯ ଅକ୍ଟୋବର ୨୦୨୦ରେ ୮୦ ଲକ୍ଷ ଏବଂ ୨୦ ନଭେମ୍ବର ୨୦୨୦ରେ ୯୦ ଲକ୍ଷ ଅତିକ୍ରମ କରିଥିଲା ।

ଦେଶରେ ୧୯ ଡିସେମ୍ବର ୨୦୨୦ରେ ଏହି ମାମଲା ୧ କୋଟି ଅତିକ୍ରମ କରିଥିଲା । ଗତ ବର୍ଷ ମେ ୪ରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଅତିକ୍ରମ କରିଥିଲା ଓ ୨୩ ଜୁନ ୨୦୨୧ରେ ଏହା ୩ କୋଟି ପାର କରିଥିଲା । ଚଳିତ ବର୍ଷ ଜାନୁଆରୀ ୨୬ରେ ଏହି ମାମଲା ୪ କୋଟି ଅତିକ୍ରମ କରିଥିଲା ।