ଶେଷ ହେଲା କୋରୋନାର ତୃତୀୟ ଲହର! ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୬୦ ସଂକ୍ରମିତ
Advertisement

ଶେଷ ହେଲା କୋରୋନାର ତୃତୀୟ ଲହର! ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୬୦ ସଂକ୍ରମିତ

Coronavirus in India: ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ସାରା ଦେଶରେ ୧୮୦ କୋଟି ୮୦ ଲକ୍ଷ ୨୪ ହଜାର ୧୪୭ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ଲକ୍ଷ ୮୬ ହଜାର ୪୭୮ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୮ କୋଟି ୧୨ ଲକ୍ଷ ୨୪ ହଜାର ୩୦୪ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷ ୧୭ ହଜାର ୩୩୦ କୋରୋନା ନମୁନା ପରୀକ୍ଷା କରାଯାଇଛି । 

ଶେଷ ହେଲା କୋରୋନାର ତୃତୀୟ ଲହର! ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୬୦ ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ ସଙ୍କଟ ଶେଷ ହେବାରେ ଲାଗିଛି । କୋରୋନା ମାମଲାରେ ଲଗାତର ହ୍ରାସ ଘଟିବା ସହ ମୃତ୍ୟୁ ମାମଲାରେ ମଧ୍ୟ କମି ଦେଖାଦେଇଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୫୩୯ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୪୯୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୨,୦୧୨  ସକ୍ରିୟ ମାମଲାରେ ହ୍ରାସ ଘଟିଛି । 

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୧ ହଜାର ୪୭୭ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୫୪ ହଜାର ୫୪୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩୦ ହଜାର ୭୯୯ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୧୬ ହଜାର ୧୩୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁ:-ସାମ୍ନାକୁ ଆସିଲା କୋରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହା କେତେ ବିପଜ୍ଜନକ?

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଚିନ୍ତା ବଢ଼ାଇଲେ ବାଇଡେନ, ୟୁକ୍ରେନକୁ ନେଇ ଏହି ବଡ଼ ପଦକ୍ଷେପ ନେଲା ଆମେରିକା

ଏହା ବି ପଢ଼ନ୍ତୁ:-୨୦୨୪ ପର୍ଯ୍ୟନ୍ତ ୧୫ କୋଟି ଲୋକଙ୍କୁ ମିଳିବ ଫ୍ରି ରାସନ, ହୋଲି ଓ ଦୀପାବଳୀରେ ଦେବେ ମାଗଣା ସିଲିଣ୍ଡର!

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ଝଟକା! ମହଙ୍ଗା ଭତ୍ତାକୁ ନେଇ ଆସିଲା ଏହି ବଡ ଅପଡେଟ୍

 

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ସାରା ଦେଶରେ ୧୮୦ କୋଟି ୮୦ ଲକ୍ଷ ୨୪ ହଜାର ୧୪୭ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ଲକ୍ଷ ୮୬ ହଜାର ୪୭୮ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୮ କୋଟି ୧୨ ଲକ୍ଷ ୨୪ ହଜାର ୩୦୪ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷ ୧୭ ହଜାର ୩୩୦ କୋରୋନା ନମୁନା ପରୀକ୍ଷା କରାଯାଇଛି ।