ପୁଣି କୋରୋନା ମାମଲାରେ ସାମାନ୍ୟ ବୃଦ୍ଧି, ଦିନକରେ ଆଖି ବୁଜିଲେ ୫୦୦ରୁ ଉର୍ଦ୍ଧ୍ୱ ସଂକ୍ରମିତ
Advertisement

ପୁଣି କୋରୋନା ମାମଲାରେ ସାମାନ୍ୟ ବୃଦ୍ଧି, ଦିନକରେ ଆଖି ବୁଜିଲେ ୫୦୦ରୁ ଉର୍ଦ୍ଧ୍ୱ ସଂକ୍ରମିତ

Coronavirus in India: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭,୫୩୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୩୭,୩୨୨ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୨.୬୧ ପ୍ରତିଶତ ରହିଛି । ଗତକାଲି ସଂକ୍ରମଣ ଦର ୨.୪୫ ପ୍ରତିଶତ ଥିଲା । ଗତକାଲି ଦେଶରେ ୩୦ ହଜାର ୬୧୫ ମାମଲା ଚିହ୍ନଟ ହୋଇଥିଲା । 

ପୁଣି କୋରୋନା ମାମଲାରେ ସାମାନ୍ୟ ବୃଦ୍ଧି, ଦିନକରେ ଆଖି ବୁଜିଲେ ୫୦୦ରୁ ଉର୍ଦ୍ଧ୍ୱ ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ ମାମଲାରେ ଆଜି ବୃଦ୍ଧି ଘଟିଚି । ଏହାସହ ମୃତ୍ୟୁ ମାମଲାରେ ମଧ୍ୟ ବୃଦ୍ଧି ଘଟିଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୭୫୭ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪୧ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭,୫୩୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୩୭,୩୨୨ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୨.୬୧ ପ୍ରତିଶତ ରହିଛି । ଗତକାଲି ସଂକ୍ରମଣ ଦର ୨.୪୫ ପ୍ରତିଶତ ଥିଲା । ଗତକାଲି ଦେଶରେ ୩୦ ହଜାର ୬୧୫ ମାମଲା ଚିହ୍ନଟ ହୋଇଥିଲା । 

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୨୭ ଲକ୍ଷ ୫୪ ହଜାର ୩୧୫ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୧୯ ଲକ୍ଷ ୧୦ ହଜାର ୯୮୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୩୨ ହଜାର ୯୧୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୧୦ ହଜାର ୪୧୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଫେବୃଆରୀ ୧୬ ପର୍ଯ୍ୟନ୍ତ ସାରା ଦେଶରେ ୧୭୪ କୋଟି ୨୪ ଲକ୍ଷ ୩୬ ହଜାର ୨୮୮ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ଲକ୍ଷ ୭୫ ହଜାର ୯୫୧ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୫ କୋଟି ୫୫ ଲକ୍ଷ ୩୨ ହଜାର ୪୬୦ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୭୯ ହଜାର ୭୦୫ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତରୁ ଅଧିକ ରହିଛି ।

ଏହା ବି ପଢ଼ନ୍ତୁ:-ପୁଟିନ ହେବେ ପରବର୍ତ୍ତୀ ହିଟଲର? ଆତଙ୍କରେ ପୂର୍ବ ୟୁରୋପର ଏହି ୩ଟି ଦେଶ, ୟୁକ୍ରେନ ପରେ ଏସବୁ ଦେଶର ନମ୍ବର!

ଏହା ବି ପଢ଼ନ୍ତୁ:-୧.୩୦ ଲକ୍ଷ ସୈନ୍ୟ, ଯୁଦ୍ଧ ବିମାନ, ମିସାଇଲ, ଟ୍ୟାଙ୍କ...ତିନି ଆଡୁ ଘେରି ସାରିଛି ୟୁକ୍ରେନ; ଆକ୍ରମଣ କରିବ ଋଷ!

ଏହା ବି ପଢ଼ନ୍ତୁ:-ଶୋଇବା ପୂର୍ବରୁ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ, ନଚେତ୍ ଶରୀରକୁ ହେବ ବଡ଼ କ୍ଷତି

ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ରଖିବା ବନ୍ଦ କରିବାରୁ ହୋଇଥାଏ ଏହି ୬ଟି ସମସ୍ୟା, ଜାଣନ୍ତୁ ଶରୀରର ଉପରେ କ'ଣ ପ୍ରଭାବ ପଡ଼ିଥାଏ