Advertisement
Article Detail0/zeeodisha/odisha696071
Zee OdishaOdisha National-InternationalCoronavirus in India: ରେକର୍ଡ ଭାଙ୍ଗୁଛି କୋରୋନା, ଦିନକୁ ୧୧ ହଜାର ମାମଲା

Coronavirus in India: ରେକର୍ଡ ଭାଙ୍ଗୁଛି କୋରୋନା, ଦିନକୁ ୧୧ ହଜାର ମାମଲା

ଦେଶରେ ବହଳ ହେଉଛି କୋରୋନା ମାମଲା...

Coronavirus in India: ରେକର୍ଡ ଭାଙ୍ଗୁଛି କୋରୋନା, ଦିନକୁ ୧୧ ହଜାର ମାମଲା

ନୂଆଦିଲ୍ଲୀ: ଦେଶରେ କୋରୋନା ଉଗ୍ରରୂପ ନେବାରେ ଲାଗିଛି। ବିଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ଏହି କୋରୋନା ରେକର୍ଡ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ ଭଳି ରାଜ୍ୟ ଗୁଡ଼ିକରେ ଅନିୟନ୍ତ୍ରୀତ ଭାବେ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି। 

ତେବେ ବିଗତ ୨୪ ଘଣ୍ଟାରେ ତମାମ ଦେଶରୁ ମୋଟ ୧୧୫୦୨ଟି କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ସେହିପରି ସମାନ୍ତରାଳ ଭାବେ ଦେଶରେ ରେକର୍ଡ ୩୨୫ଟି କୋରୋନା ଜନିତ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ୯୫୨୦ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇ ସାରିଲାଣି। ସେପଟେ ୧୬୯୭୯୮ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ସୁସ୍ଥ ହେଉଥିବା ଲୋକଙ୍କ ମଧ୍ୟରେ ୫୧।୦୭ ପ୍ରତିଶତ ରହିଛି। 

ମହାରାଷ୍ଟ୍ରରେ କୋରୋନା ସ୍ଥିତି ସବୁଠାରୁ ଭୟଙ୍କର ରହିଛି। ରାଜ୍ୟରେ କୋରୋନା ସ୍ଥିତି ଏକ ଲକ୍ଷ ଛୁଇଁ ସାରିଛି। ଏହା ସହିତ ଦେଶର ସବୁଠାରୁ ଅଧିକ କୋରୋନା ସଂକ୍ରମିତ ରାଜ୍ୟ ତାଲିକାର ଶୀର୍ଷରେ ରହିଛି। ତେବେ ରାଜ୍ୟରେ ମୋଟ ୧,୦୭,୯୫୮ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ଏହା ସହିତ ୫୩,୦୧୭ଜଣ କୋରୋନା ସଂକ୍ରମିତ ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି। ସେହିପରି ୫୦,୯୭୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକ ଫେରିଥିବା ବେଳେ ୩୯୫୦ଙ୍କ କୋରୋନାରେ ମୃତ୍ୟୁ ହୋଇଛି। 

Add Zee News as a Preferred Source

ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତ ମାମଲା ୪୦ ହଜାର ଛୁଇଁଛି। ଦିଲ୍ଲୀରେ ମୋଟ ୪୧୧୮୨ ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରୁ ୨୪୦୩୨ ମାମଲା ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି। ୧୫୮୨୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୨୭ ଜଣଙ୍କର ମୃତ୍ୟୁ ହୋଇଛି।  ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୨୨୪ଟି କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ସେହିପରି ସମଗ୍ର ବିଶ୍ୱ କଥା ଯଦି ଦେଖାଯାଏ, ତେବେ ୭୭ ଲକ୍ଷ ଏହି ମହାମାରୀରେ ଆକ୍ରାନ୍ତ ହୋଇ ସାରିଛନ୍ତି। ଏହି ସଂକ୍ରମିତଙ୍କ ମାମଲା ଦୈନିକ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। 

About the Author