ଏମ୍ସ ନିର୍ଦ୍ଦେଶକଙ୍କ ଚେତାବନୀ-ତୀବ୍ର ହୋଇଯାଇଛି କୋରୋନାର ଦ୍ୱିତୀୟ ୱେଭ୍, ଆବଶ୍ୟକତା ଥିଲେ ହିଁ ବାହାରକୁ ବାହାରନ୍ତୁ
Advertisement

ଏମ୍ସ ନିର୍ଦ୍ଦେଶକଙ୍କ ଚେତାବନୀ-ତୀବ୍ର ହୋଇଯାଇଛି କୋରୋନାର ଦ୍ୱିତୀୟ ୱେଭ୍, ଆବଶ୍ୟକତା ଥିଲେ ହିଁ ବାହାରକୁ ବାହାରନ୍ତୁ

ଜାତୀୟ ରାଜଧାନୀ ଦିଲ୍ଲୀ (Delhi) ରେ କୋରୋନା ଭୂତାଣୁ (Coronavirus) ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି କୋରୋନାର ତୃତୀୟ ୱେଭ୍ ବା ତରଙ୍ଗ (Third Wave ) ର ଚର୍ଚ୍ଚା ଜୋର ଧରିଛି । ଏମ୍ସ (AIIMS) ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (Dr.

ଏମ୍ସ ନିର୍ଦ୍ଦେଶକଙ୍କ ଚେତାବନୀ-ତୀବ୍ର ହୋଇଯାଇଛି କୋରୋନାର ଦ୍ୱିତୀୟ ୱେଭ୍, ଆବଶ୍ୟକତା ଥିଲେ ହିଁ ବାହାରକୁ ବାହାରନ୍ତୁ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ (Delhi) ରେ କୋରୋନା ଭୂତାଣୁ (Coronavirus) ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି କୋରୋନାର ତୃତୀୟ ୱେଭ୍ ବା ତରଙ୍ଗ (Third Wave ) ର ଚର୍ଚ୍ଚା ଜୋର ଧରିଛି । ଏମ୍ସ (AIIMS) ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (Dr. Randeep Guleria) ଏହାକୁ ସମ୍ପୂର୍ଣ୍ଣ ଭାବରେ ଅସ୍ୱୀକାର କରିଛନ୍ତି । ତୃତୀୟ ତରଙ୍ଗକୁ ଅସ୍ୱୀକାର କରି ସେ କହିଛନ୍ତି ଯେ, ଏହା କେବଳ ଦ୍ୱିତୀୟ ୱେଭ୍ ବା ତରଙ୍ଗ (Second Wave) ଯାହା ପୁଣି ତୀବ୍ର ହୋଇଛି । ଏହାକୁ ନେଇ ସତର୍କତା ଅବଲମ୍ବନ କରିବା ବିଷୟରେ ସେ କହିଛନ୍ତି  ଯେ ସାମାଜିକ ଦୂରତା ଠିକ୍ ଭାବରେ ପାଳନ କରାଯାଉ ନାହିଁ । ମାସ୍କ ପ୍ରୟୋଗରେ ମଧ୍ୟ ଅଣଦେଖା କରାଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନାଠୁ ଅଧିକ ସାଂଘାତିକ ହୋଇପାରେ ଭବିଷ୍ୟତର ମହାମାରୀ: ରିପୋର୍ଟ

ଡକ୍ଟର ଗୁଲେରିଆ ଏହା ପାଇଁ ପାଣିପାଗ ଓ ପ୍ରଦୂଷଣକୁ ଦାୟୀ କରି କହିଛନ୍ତି ଯେ ପ୍ରଦୂଷଣ କାରଣରୁ ଭୂତାଣୁ ଅଧିକ ସମୟ ବାୟୁରେ ରହିଥାଏ । ପ୍ରଦୂଷଣ ଓ ଭୂତାଣୁ ଉଭୟ ଫୁସଫୁସକୁ ପ୍ରଭାବିତ କରନ୍ତି । କୋରୋନା ଭୂତାଣୁ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ୟୁରୋପ ଏବଂ ଅନ୍ୟାନ୍ୟ ଦେଶର ଉଦାହରଣ ଦେଇ ଡକ୍ଟର ଗୁଲେରିଆ କହିଛନ୍ତି ଯେ ମାସ୍କ ପ୍ରୟୋଗ କରାଯିବା ଆବଶ୍ୟକ । ଆବଶ୍ୟକ କାର୍ଯ୍ୟ ନ ହେଲେ ବାହାରକୁ ଯାଆନ୍ତୁ ନାହିଁ । ଡକ୍ଟର ଗୁଲେରିଆ ଚେତାବନୀ ଦେଇଛନ୍ତି ଯେ ଯଦି ଆମେ ସତର୍କତା ଅବଲମ୍ବନ ନକରିବା ତେବେ ଅଧିକ ମାମଲା ସାମ୍ନାକୁ ଆସିବ ।

ଅଧିକ ପଢ଼ନ୍ତୁ:-କୋରୋନା ଟୀକା ବଣ୍ଟନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ପିଏମ ମୋଦି

AIIMS ର ନିର୍ଦ୍ଦେଶକ କହିଛନ୍ତି ଯେ, ଯୁବକମାନେ ଏହି ଭୂତାଣୁ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି । ସେମାନେ ଭାବନ୍ତି ସାମାନ୍ୟ ସଂକ୍ରମଣ ହେବ ଏବଂ ଆମକୁ କିଛି କରିବାର ଆବଶ୍ୟକତା ହେବନାହିଁ । ଏହି ଧାରଣାକୁ ଭୁଲ ବୋଲି କହି ଡକ୍ଟର ଗୁଲେରିଆ କହିଛନ୍ତି ଯେ ଯୁବକମାନେ ଭାଇରସକୁ ଘରକୁ ନେଉଛନ୍ତି ଏବଂ ବୃଦ୍ଧମାନେ ପ୍ରଭାବିତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ:-ୟୁରୋପରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ସ୍ପେନରେ ଲାଗିଲା ୬ ମାସ ପାଇଁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି

ଟୀକା ଆସିବାର ଆଶା ବ୍ୟକ୍ତ କରି ଡାକ୍ତର ଗୁଲେରିଆ କହିଛନ୍ତି ଯେ, କିଛି ନୂତନ ଔଷଧ ମଧ୍ୟ ଆସୁ, ଯାହା ଏହି ଭୂତାଣୁକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିବ । ଏହି ଟୀକା ଆସିବା ସହିତ କୋରୋନା ରୋଗ ଯଥେଷ୍ଟ ହ୍ରାସ ପାଇବ । ଫ୍ଲୁ ସଟ ବିଷୟରେ ସେ କହିଛନ୍ତି ଯେ ଇନଫୁ୍ଲୁଏଞ୍ଜା ଏବଂ ଫ୍ଲୁ ଟୀକା ଲଗାଇବାରୁ କୋରୋନାକୁ ରକ୍ଷା ମିଳିବ, ଏହା ଏକ ଭୁଲ ଧାରଣା । ଇନଫ୍ଲୁଏଞ୍ଜା ବିରୋଧରେ ଏହି ଟୀକା ପ୍ରଭାବଶାଳୀ ଅଟେ । କୋରୋନା ଭୂତାଣୁକୁ ରୋକିବା ପାଇଁ ହାତ ଧୋଇବା, ସାମାଜିକ ଦୂରତା ପାଳନ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ ।