Advertisement
Article Detail0/zeeodisha/odisha875747

ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା

Coronavirus in India: ଏମିତି ଏକ ସମୟ ଥିଲା ଯେତେବେଳେ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା କମିବା ଆରମ୍ଭ କରିଥିଲା । ଚଳିତ ବର୍ଷ ଫେବୃଆରୀ ୧ରେ ଦେଶରେ ୮,୬୩୫ ନୂତନ କୋରୋନା ମାମଲା ଚିହ୍ନଟ କରାଯାଇଥିଲା । ଗୋଟିଏ ଦିନରେ କୋରୋନା ସଂକ୍ରମଣର ଏହି ସଂଖ୍ୟା ଚଳିତ ବର୍ଷର ସର୍ବନିମ୍ନ ମାମଲା ଥିଲା ।

ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା

ନୂଆଦିଲ୍ଲୀ: Coronavirus in India: ଭାରତରେ ଲଗାତର କୋରୋନା (Coronavirus) ସଂକ୍ରମଣ ବିପଦଜନକ ଭାବେ ବୃଦ୍ଧି ପାଉଛି । ଦେଶରେ କ୍ରମାଗତ ସପ୍ତମ ଦିନ ଧରି ୫୦ ହଜାରରୁ ଅଧିକ କୋରୋନା ମାମଲା (COVID-19 Cases) ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ, ଡିସେମ୍ବର ୧୬ ପରେ ପ୍ରଥମ ଥର ପାଇଁ ୩ ଶହ ୫୦ରୁ ଅଧିକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩,୪୮୦ ନୂଆ କୋରୋନା ମାମଲା  ଚିହ୍ନଟ ହୋଇଛି । ଏହାସହ ୩୫୪ ଜଣ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ ଭଲ ଖବର ଏହା ଯେ ଏହି ସମୟ ମଧ୍ୟରେ ଦେଶରେ ୪୧,୨୮୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଏହି ସବୁ ରାଜ୍ୟ

ଏମିତି ଏକ ସମୟ ଥିଲା ଯେତେବେଳେ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା କମିବା ଆରମ୍ଭ କରିଥିଲା । ଚଳିତ ବର୍ଷ ଫେବୃଆରୀ ୧ରେ ଦେଶରେ ୮,୬୩୫ ନୂତନ କୋରୋନା ମାମଲା ଚିହ୍ନଟ କରାଯାଇଥିଲା । ଗୋଟିଏ ଦିନରେ କୋରୋନା ସଂକ୍ରମଣର ଏହି ସଂଖ୍ୟା ଚଳିତ ବର୍ଷର ସର୍ବନିମ୍ନ ମାମଲା ଥିଲା ।

Add Zee News as a Preferred Source

ସେପଟେ ବର୍ତ୍ତମାନ ଯାଏ ଦେଶରେ ମୋଟ ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୧ କୋଟି ୧୪ ଲକ୍ଷ ୩୪ ହଜାର ୩୦୧ ସଂକ୍ରମିତ ଏହି ମହାମାରୀ ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ମୋଟ ୫ ଲକ୍ଷ ୫୨ ହଜାର ୫୬୬ ସକ୍ରିୟ ମାମଲା ରହିଛି । ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୧ ଲକ୍ଷ ୬୨ ହଜାର ୪୬୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ବର୍ତ୍ତମାନ ଯାଏ ୬ କୋଟି ୩୦ ଲକ୍ଷ ୫୪ ହଜାର ୩୫୩ କୋରୋନା ଟିକାର ଡୋଜ ଲଗାଯାଇଛି ।

ଅଧିକ ପଢ଼ନ୍ତୁ:-ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ! ଏବେ ଟ୍ରେନରେ ରାତିରେ କରିପାରିବେନି ମୋବାଇଲ-ଲାପଟପ୍ ଚାର୍ଜ, ଜାଣନ୍ତୁ ଏହାର କାରଣ

ଦେଶରେ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୪ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୪.୪୭ ପ୍ରତିଶତକୁ ବୃଦ୍ଧି ପାଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି ।

ପ୍ରତିଦିନ ଦେଶରେ ଅଧିକାଂଶ କୋରୋନା ସଂକ୍ରମଣ ମାମଲା ମହାରାଷ୍ଟ୍ରରୁ ଆସୁଛି ଏବଂ ଅଧିକାଂଶ ମୃତ୍ୟୁ ମଧ୍ୟ ଏଠାରେ ଘଟୁଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ୨୭,୯୧୮ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଦୁଇ ଦିନ ପୂର୍ବେ ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ୪୦,୪୧୪ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲେ । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୩୯ ରୋଗୀଙ୍କ ମୃତ୍ୟୁ ଘଟିଛି ଏବଂ ରାଜ୍ୟରେ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୪,୪୨୨କୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ନୂତନ ଶ୍ରମ ଆଇନରୁ କେଉଁ କର୍ମଚାରୀଙ୍କୁ ହେବ ସବୁଠାରୁ ଅଧିକ ଲାଭ, କାହା ଉପରେ ବଢ଼ିବ ଟ୍ୟାକ୍ସର ଭାର

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୪,୭୬୦ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ଆଉ ୧୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ମୋଟ ୨୩,୮୨୦  ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏହିପରି ରାଜ୍ୟରେ କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୨୩,୭୭,୧୨୭କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ବର୍ତ୍ତମାନ ସମୟରେ ୩,୪୦,୫୪୨ ସକ୍ରିୟ କୋରୋନା ମାମଲା ରହିଛି ।

About the Author