ଦେଶରେ ଏବେ ବି ଜାରି ରହିଛି କୋରୋନାର ତାଣ୍ଡବ: ଦିନକରେ ପୁଣି ୨ ଲକ୍ଷ ପାର କଲା ନୂଆ ମାମଲା, ୪,୧୭୨ ସଂକ୍ରମିତଙ୍କ ମୃତ୍ୟୁ
Advertisement

ଦେଶରେ ଏବେ ବି ଜାରି ରହିଛି କୋରୋନାର ତାଣ୍ଡବ: ଦିନକରେ ପୁଣି ୨ ଲକ୍ଷ ପାର କଲା ନୂଆ ମାମଲା, ୪,୧୭୨ ସଂକ୍ରମିତଙ୍କ ମୃତ୍ୟୁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୦୮,୮୮୬ ନୂଆ କୋରୋନା ମାମଲା ରିପୋର୍ଟ ହୋଇଥିବାବେଳେ ଏହି ସମୟ ମଧ୍ୟରେ ପ୍ରାୟ ୪,୧୭୨ ଜଣ ଲୋକ ପ୍ରାଣ ହରାଇଛନ୍ତି । 

ଦେଶରେ ଏବେ ବି ଜାରି ରହିଛି କୋରୋନାର ତାଣ୍ଡବ: ଦିନକରେ ପୁଣି ୨ ଲକ୍ଷ ପାର କଲା ନୂଆ ମାମଲା, ୪,୧୭୨ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: ବର୍ତ୍ତମାନ ଭାରତରେ କୋରୋନା ଭୂତାଣୁ  ମାମଲା (Coronavirus Cases) ରେ ସାମାନ୍ୟ ହ୍ରାସ ଘଟିଛି । କୋରୋନାର ନୂଆ ମାମଲାରେ ହ୍ରାସ ଘଟିବା ସହ ସଂକ୍ରମଣ ହାରରେ କମି ଦେଖାଦେଇଛି, କିନ୍ତୁ ମୃତ୍ୟୁ ସଂଖ୍ୟା ଏବେବି ଡରାଉଛି । ଭାରତରେ ଗୋଟିଏ ଦିନରେ କୋରୋନା ଭୂତାଣୁ (COVID-19) ର ନୂଆ ମାମଲା ୨ ଲକ୍ଷ ପାଖାପାଖି ଆସିଯାଇଛି, କିନ୍ତୁ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାର ପାଖାପାଖି ରହିଛି । ବୁଧବାର ଅର୍ଥାତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୭୨ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି, ଯାହା ମଙ୍ଗଳବାରର ଆକଳନଠାରୁ ଅଧିକ । ମଙ୍ଗଳବାର ଦେଶରେ ୨୧ ଦିନ ପରେ ୩,୪୯୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା ।

ଅଧିକ ପଢ଼ନ୍ତୁ:-ସୁବୋଧ ଜୟସୱାଲ ହେଲେ ସିବିଆଇର ନୂଆ ନିର୍ଦ୍ଦେଶକ, ୨ ବର୍ଷ ହେବ କାର୍ଯ୍ୟକାଳ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୦୮,୮୮୬ ନୂଆ କୋରୋନା ମାମଲା ରିପୋର୍ଟ ହୋଇଥିବାବେଳେ ଏହି ସମୟ ମଧ୍ୟରେ ପ୍ରାୟ ୪,୧୭୨ ଜଣ ଲୋକ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ଏହି ସଂଖ୍ୟା ଥିଲା ୩,୪୯୮ । ଏଥି ସହିତ ୧,୯୫,୮୧୫ ନୂତନ କୋରୋନା ମାମଲା ଚିହ୍ନଟ ହୋଇଥିଲା । ଏପରି ଦେଖିବା ତ ବିଗତ ଦିନ ତୁଳନାରେ କୋରୋନା ମାମଲା କ୍ଷେତ୍ରରେ ପୁଣି ବଡ଼ ବୃଦ୍ଧି ଘଟିଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କୋରୋନାର ସବୁଠାରୁ ଅଧିକ ମାମଲା ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ:-ବାତ୍ୟା ବେଳେ କ'ଣ କରିବେ, ଆଉ ନକରିବେ; ଜାଣନ୍ତୁ...

ତଥ୍ୟ ଅନୁଯାୟୀ, ଦେଶରେ ମୋଟ ୨,୭୧,୫୬,୩୮୨ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥିମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪,୯୦,୮୭୬ ରହିଛି । ଏହା ଏକ ଆଶ୍ୱସ୍ତିକର ବିଷୟ ଯେ କୋରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ବେଗରେ କ୍ରମାଗତ ବୃଦ୍ଧି ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨,୪୩,୪୩,୨୯୯  କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୯୫,୦୮୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କିନ୍ତୁ ଦେଶରେ ମୃତ୍ୟୁସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଯୋଗୁଁ ଦେଶରେ ୩,୧୧,୪୨୧ ଲୋକ ପ୍ରାଣ ହରାଇଛନ୍ତି ।