ଦେଶରେ ୩ ମାସ ପରେ ୫୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ
Advertisement

ଦେଶରେ ୩ ମାସ ପରେ ୫୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ

Coronavirus in India: ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୦ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୬ ପ୍ରତିଶତ ରହିଛି । ସକ୍ରିୟ ମାମଲା ୩ ପ୍ରତିଶତରୁ କମ୍ ହୋଇଯାଇଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । 

ଦେଶରେ ୩ ମାସ ପରେ ୫୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: ଦେଶରେ ଲଗାତର କୋରୋନା ଭୂତାଣୁର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି । ଯାହା ଫଳରେ ପ୍ରତିଦିନ କୋରୋନା ମାମଲାରେ ହ୍ରାସ ରେକର୍ଡ କରାଯାଉଛି । ଏହାସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ କମି ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୨୧୯ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୬୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧ ହଜାର ୪୧୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଦିନକରେ ୩୯,୧୯୧ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି ।  ଦେଶରେ ୩ ମାସ ପରେ ୫୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ ହୋଇଛି । ଏହା ପୂର୍ବରୁ ମାର୍ଚ୍ଚ ୨୩ରେ ୪୭,୨୩୯ କୋରୋନା ମାମଲା ଚିହ୍ନଟ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୯୯ ଲକ୍ଷ ୭୭ ହଜାର ୮୬୧ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୮୯ ଲକ୍ଷ ୨୬ ହଜାର ୩୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୬ ଲକ୍ଷ ୬୨ ହଜାର ୫୨୧ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୮୯ ହଜାର ୩୦୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କୁ ଅପେକ୍ଷା କରାଇଥିବା ମମତାଙ୍କ ମୁଖ୍ୟ ପରାମର୍ଶଦାତା ଅଲପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଏହି ଆକ୍ସନ ନେବେ କେନ୍ଦ୍ର ସରକାର

ଆଜି ଦେଶରେ କ୍ରମାଗତ ୪୦ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ଅଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜୁନ ୨୧ ପର୍ଯ୍ୟନ୍ତ ସାରା ଦେଶରେ ୨୮ କୋଟି ୮୭ ଲକ୍ଷ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୮୬ ଲକ୍ଷ ୧୬ ହଜାର କୋରୋନା ଟିକାର ଡୋଜ୍ ଲାଗିସାରିଛି । ଏଥି ସହିତ ଏପର୍ଯ୍ୟନ୍ତ ୪୦ କୋଟିରୁ ଅଧିକ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଲକ୍ଷ  କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତରୁ ଅଧିକ ରହିଛି ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଆହୁରି ୪୨ଟି ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୦ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୬ ପ୍ରତିଶତ ରହିଛି । ସକ୍ରିୟ ମାମଲା ୩ ପ୍ରତିଶତରୁ କମ୍ ହୋଇଯାଇଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

କୋଭିଡ ଟିକାକରଣ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀର ପ୍ରଥମ ଦିନରେ ସୋମବାର ସାରା ଦେଶରେ ରେକର୍ଡ ୮୬.୧୬ ଲକ୍ଷରୁ ଅଧିକ ଡୋଜ ଟିକା ଲଗାଯାଇଥିଲା । ଜାନୁୟାରୀ ୧୬ରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ଯାହା ପରେ ଗୋଟିଏ ଦିନରେ ଏହା ସର୍ବାଧିକ ମାତ୍ରାରେ ଟିକା ଲଗାଯାଇଛି । ଏହାପୂର୍ବରୁ ଏପ୍ରିଲ ୧ରେ ୪୮ ଲକ୍ଷରୁ ଅଧିକ କୋଭିଡ ଟିକା ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେକର୍ଡ ସଂଖ୍ୟକ କୋଭିଡ୍ ଟିକା ଡୋଜ୍ ଲଗାଇବାକୁ ଏକ ଆନନ୍ଦଦାୟକ କାର୍ଯ୍ୟ ବୋଲି କହିଛନ୍ତି ଓ ମହାମାରୀ ବିରୋଧରେ ଲଢ଼େଇରେ ଏହି ଟିକା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆଜିର ରେକର୍ଡ ସଂଖ୍ୟକ ଟିକାକରଣ ହୃଦୟସ୍ପର୍ଶୀ ଅଟେ । କୋଭିଡ-19 ବିରୋଧରେ ଲଢେଇରେ ଟିକା ଆମର ସବୁଠାରୁ ମଜଭୁତ ଅସ୍ତ୍ର ହୋଇ ରହିଛି । ଯେଉଁମାନଙ୍କ ଟିକାକରଣ ହୋଇଛି ସେମାନଙ୍କୁ ଅଭିନନ୍ଦନ ଏବଂ ସେହି ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀମାନେ ପ୍ରଶଂସା ପାଇବାକୁ ଯୋଗ୍ୟ, ଯେଉଁମାନେ ଏତେ ସଂଖ୍ୟକ ଲୋକଙ୍କର ଟିକାକରଣ ନିଶ୍ଚିତ କରିବାକୁ କଠିନ ପରିଶ୍ରମ କରିଛନ୍ତି ।"