ଦେଶରେ ଗତ ୨୪ ଘଣ୍ଟାରେ ୧.୩୨ ଲକ୍ଷ ମାମଲା ଚିହ୍ନଟ, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ
Advertisement

ଦେଶରେ ଗତ ୨୪ ଘଣ୍ଟାରେ ୧.୩୨ ଲକ୍ଷ ମାମଲା ଚିହ୍ନଟ, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

Coronavirus in India: ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୧୯ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୨ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୬ ପ୍ରତିଶତରୁ କମ୍ ହୋଇଛି । 

ଦେଶରେ ଗତ ୨୪ ଘଣ୍ଟାରେ ୧.୩୨ ଲକ୍ଷ ମାମଲା ଚିହ୍ନଟ, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ ବର୍ତ୍ତମାନ ଯାଏ କୋରୋନା ଭୂତାଣୁର ସଙ୍କଟ ଜାରି ରହିଛି । ଦୁନିଆରେ ସବୁଠାରୁ ଅଧିକ ମାମଲା ପ୍ରତିଦିନ ଭାରତରେ ଚିହ୍ନଟ ହେଉଛି । ବିଗତ କିଛି ଦିନ ହେବ ଦେଶରେ ୧ ଲକ୍ଷରୁ ଅଧିକ କୋରୋନା ମାମଲା (COVID-19 Cases) ସାମ୍ନାକୁ ଆସୁଛି । ଏହାସହ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ କମି ଦେଖାଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ  ୧ ଲକ୍ଷ ୩୨ ହଜାର ୩୬୪ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୧୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୭ ହଜାର ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ରେକର୍ଡ଼ ସ୍ତରରେ ତୈଳ ଦର: ବିଭିନ୍ନ ସହରରେ ଲିଟର ପିଛା ୧୦୦ ଟଙ୍କା ପାର କଲା ପେଟ୍ରୋଲ

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୮୫ ଲକ୍ଷ ୭୪ ହଜାର ୩୫୦ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୬୫ ଲକ୍ଷ ୯୭ ହଜାର ୬୫୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୬ ଲକ୍ଷ ୩୫ ହଜାର ୯୯୩ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୪୦ ହଜାର ୭୦୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ୨୪ଟି ପାସେଞ୍ଜର ଟ୍ରେନ ଚଳାଇବାକୁ ଘୋଷଣା କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୧୯ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୨ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୬ ପ୍ରତିଶତରୁ କମ୍ ହୋଇଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ମୋଟ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପକେଟରେ ଅଛି ଏହି ପୁରୁଣା ନୋଟ୍ ତ ହୋଇଯିବେ ମାଲାମାଲ, ଜାଣନ୍ତୁ କିପରି...

ଆଜି ଦେଶରେ କ୍ରମାଗତ ୨୨ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ଅଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜୁନ ୩ ପର୍ଯ୍ୟନ୍ତ ସାରା ଦେଶରେ ୨୨ କୋଟି ୪୧ ଲକ୍ଷ ୯ ହଜାର ୪୪୮ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୮ ଲକ୍ଷ ୭୫ ହଜାର ଟିକା ଦିଆଯାଇଥିଲା । ଏଥି ସହିତ ଏପର୍ଯ୍ୟନ୍ତ ୩୫ କୋଟି ୩୫ ହଜାରରୁ ଅଧିକ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦.୭୫ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପିଜିଟିଭ ହାର ୬ ପ୍ରତିଶତରୁ ଅଧିକ ଥିଲା ।