• ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ
  • ଆଜି ପୁଣି ବଢିଲା ପେଟ୍ରୋଲ ଦର
  • ମାସକ ଭିତରେ ୭ ଟଙ୍କା ବଢିଲାଣି ଦର
  • ଦେଶୀ ଟିକା କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଫଳ
  • ସାରା ଦେଶରେ ହୋଇଥିଲା ପରୀକ୍ଷଣ
  • ସଫଳତା ହାର ୭୭.୮ ପ୍ରତିଶତ ବୋଲି ଦର୍ଶାଇଛି ଭାରତ ବାୟୋଟେକ
  • କଟକରେ ନକଲି କୋଭିଡ ଔଷଧ କାରବାର ମାମଲା
  • ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଶିବ ଜେନା
  • ମେଡିଲଏଡ ମେଡିକାମେଣ୍ଟର ମୁଖ୍ୟ ଶିବ ଜେନା
  • ଜଳେଶ୍ଵର ଓ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ

ମହାମାରୀର ମୃତ୍ୟୁ ତାଣ୍ଡବ; ପୋକ-ମାଛି ପରି ମରୁଛନ୍ତି ଆକ୍ରାନ୍ତ, ଦିନକରେ ଏତିକି ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାରେ ୯୧ ହଜାର ୨୬୬ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୪୦୨କୁ ବୃଦ୍ଧି ପାଇଛି। ଏହା ପରେ ଭାରତରେ ମୋଟ କୋରୋନା ମାମଲା ୨ କୋଟି ୯୨ ଲକ୍ଷ ୭୨ ହଜାର ୩୩୮ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ମହାମାରୀରେ ୩ ଲକ୍ଷ ୬୩ ହଜାର ୯୭ ଜଣ ପ୍ରାଣ ହରାଇଛନ୍ତି। 

ମହାମାରୀର ମୃତ୍ୟୁ ତାଣ୍ଡବ; ପୋକ-ମାଛି ପରି ମରୁଛନ୍ତି ଆକ୍ରାନ୍ତ, ଦିନକରେ ଏତିକି ସଂକ୍ରମିତ ଚିହ୍ନଟ
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତରେ କୋରୋନା ମାମଲା କ୍ରମାଗତ ହ୍ରାସ ଘଟୁଛି। କିନ୍ତୁ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ପରିବର୍ତ୍ତନା ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ କାରଣରୁ ୩୪୦୦ରୁ ଅଧିକ ଲୋକ ପୁଣି ଥରେ ମୃତ୍ୟୁ ବରଣ କରିଛନ୍ତି। ଏହି ସମୟ ମଧ୍ୟରେ ୯୧ ହଜାର ନୂଆ ମାମଲା ଚିହ୍ନଟ ହୋଇଛି। ଏହାପୂର୍ବରୁ ଗୁରୁବାର (ଜୁନ୍ ୧୦) ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ୯୪ ହଜାର ନୂତନ ମାମଲା ପଞ୍ଜିକୃତ ହୋଇଥିବାବେଳେ ୬୧୪୮ ଜଣ ଲୋକ ପ୍ରାଣ ହରାଇଛନ୍ତି।

ୱାର୍ଲ୍ଡୋମିଟର ଅନଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାରେ ୯୧ ହଜାର ୨୬୬ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୪୦୨କୁ ବୃଦ୍ଧି ପାଇଛି। ଏହା ପରେ ଭାରତରେ ମୋଟ କୋରୋନା ମାମଲା ୨ କୋଟି ୯୨ ଲକ୍ଷ ୭୨ ହଜାର ୩୩୮ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ମହାମାରୀରେ ୩ ଲକ୍ଷ ୬୩ ହଜାର ୯୭ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଦିନକରେ ୧ ଲକ୍ଷ ୩୩ ହଜାରରୁ ଅଧିକ ଲୋକ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ପରେ, ଭାରତରେ କୋଭିଡରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ କୋଟି ୭୭ ଲକ୍ଷ ୭୮ ହଜାର ଟପିଛି।

Also Read: UPରେ ରାଜନୈତିକ ସଂକଟ! ଦିଲ୍ଲୀରେ CM ଯୋଗୀଙ୍କ ମାନସ ମନ୍ଥନ

ଭାରତରେ କୋଭିଡ (Coronavirus) ସଂକ୍ରମଣ ହେତୁ ସର୍ବାଧିକ ମୃତ୍ୟୁ ଗୁରୁବାର (ଜୁନ୍ ୧୦) ରେକର୍ଡ କରାଯାଇଥିଲା ଏବଂ ଗୋଟିଏ ଦିନରେ ୬୧୩୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ମହାମାରୀର ଦ୍ୱିତୀୟ ଲହରର ସର୍ବାଧିକ ଦୈନିକ ମୃତ୍ୟୁ ସଂଖ୍ୟା ଅଟେ। ତେବେ ବିହାର (Bihar) ରେ ପୁରୁଣା ମୃତ୍ୟୁ ମାମଲା ଏଥିରେ ଯୋଗ କରାଯାଇଥିଲା। ଏହାପୂର୍ବରୁ ମେ ୧୯ରେ ୪୩୨୯ କୋରୋନା ରୋଗୀ ଗୋଟିଏ ଦିନରେ ମୃତ୍ୟୁ ବରଣ କରିଥିଲେ।