କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO
Advertisement

କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO

ଏଜେନ୍ସିର ରିପୋର୍ଟ ଅନୁଯାୟୀ, WHO ମୁଖ୍ୟ (WHO Chief Tedros Adhanom Ghebreyesus) କହିଛନ୍ତି ଯେ, ଭାରତରେ କୋରୋନା ଅବସ୍ଥା ଅତ୍ୟନ୍ତ ଖରାପ, ଅନେକ ରାଜ୍ୟରେ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅନେକ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି, ଏପରିକି ମୃତ୍ୟୁ ମଧ୍ୟ ଘଟୁଛି ।

କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ କୋରୋନା ଭୂତାଣୁ (Coronavirus) ବ୍ୟାପିବାରେ ଲାଗିଛି । ଏହାର ଦ୍ୱିତୀୟ ଲହର (Second Wave Of COVID-19) ସାରା ଦେଶରେ ତାଣ୍ଡବ କରୁଛି । ପ୍ରତିଦିନ ଭାରତରେ କୋରୋନା ମାମଲାରେ ରେକର୍ଡ ଭାଙ୍ଗିବାରେ ଲାଗିଛି । ଦୀର୍ଘ ଦିନ ଧରି ଦେଶରେ ତିନି ଲକ୍ଷରୁ ଅଧିକ ନୂଆ ମାମଲା ଆସୁଛି । ମତ୍ୟୁ ସଂଖ୍ୟାରେ ଲଗାତର ବୃଦ୍ଧି ରେକର୍ଡ କରାଯାଉଛି । ପରିସ୍ଥିତି ଏତେ ଖରାପ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଚିନ୍ତା ପ୍ରକଟ କରିଛି । ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ WHO ମୁଖ୍ୟ ଟେଡ୍ରୋସ୍ ଆଡନୋମ ଗେବ୍ରେୟସ୍ (Tedros Adhanom Ghebreyes) ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତରେ କୋରୋନାର ଅବସ୍ଥା ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି । ତାଙ୍କ ତରଫରୁ କୁହାଯାଇଛି ଯେ ସାରା ଦୁନିଆ ପାଇଁ ମହାମାରୀର ଏହି ଦ୍ୱିତୀୟ ଲହର ଅଧିକ ମାରାତ୍ମକ ପ୍ରମାଣିତ ହେବାକୁ ଯାଉଛି ।

ଅଧିକ ପଢ଼ନ୍ତୁ:-କୋରୋନାରେ ମମତା ବାନାର୍ଜୀଙ୍କ ସାନ ଭାଇଙ୍କ ନିଧନ

ଭାରତରେ ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ: WHO
 
ଏଜେନ୍ସିର ରିପୋର୍ଟ ଅନୁଯାୟୀ, WHO ମୁଖ୍ୟ (WHO Chief Tedros Adhanom Ghebreyesus) କହିଛନ୍ତି ଯେ, ଭାରତରେ କୋରୋନା ଅବସ୍ଥା ଅତ୍ୟନ୍ତ ଖରାପ, ଅନେକ ରାଜ୍ୟରେ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅନେକ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି, ଏପରିକି ମୃତ୍ୟୁ ମଧ୍ୟ ଘଟୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସୂଚନା ଦିଆଯାଇଛି ଯେ ସେମାନେ ଭାରତର କୋରୋନା ପରିସ୍ଥିତିକୁ ଅତି ନିକଟତର ଭାବେ ଦେଖୁଛନ୍ତି ଏବଂ ପ୍ରତ୍ୟେକ ଆବଶ୍ୟକୀୟ ସହାୟତା ସମୟ ସମୟରେ ଦିଆଯାଉଛି । କୁହାଯାଇଛି ଯେ WHO ସହାୟତାରେ ଅନେକ ଅକ୍ସିଜେନ କନ୍ସେଣ୍ଟ୍ରେଟର ଭାରତକୁ ପଠାଯାଇଛି, ମାସ୍କ ପଠାଯାଇଛି ଏବଂ ଅନ୍ୟାନ୍ୟ ଅନେକ ଚିକିତ୍ସା ଉପକରଣ ମଧ୍ୟ ଯୋଗାଇ ଦିଆଯାଉଛି ।

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଆହୁରି ଅନେକ ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ମହାମାରୀର ଏହି ଦ୍ୱିତୀୟ ବର୍ଷ ଅଧିକ ମାରାତ୍ମକ: WHO

ବର୍ତ୍ତମାନ ଭାରତରେ କୋରୋନା ସ୍ଥିତି ବିସ୍ଫୋରକ, ଅନ୍ୟ ଅନେକ ଦେଶ ଦ୍ୱିତୀୟ ଲହରରେ ଗ୍ରସ୍ତ ହେଉଥିବାରେ ନଜରକୁ ଆସୁଛି । WHO ମୁଖ୍ୟଙ୍କ ତରଫରୁ କୁହାଯାଇଛି ଯେ ଭାରତ ବ୍ୟତୀତ ନେପାଳ, ଶ୍ରୀଲଙ୍କା, ଭିଏତନାମ୍, କାମ୍ବୋଡିଆ, ଥାଇଲ୍ୟାଣ୍ଡ ଏବଂ ଇଜିପ୍ଟରେ କୋରୋନା ମାମଲା ମଧ୍ୟ ବୃଦ୍ଧି ପାଉଛି ।

ଆଫ୍ରିକାର ପରିସ୍ଥିତି ମଧ୍ୟ ଚିନ୍ତାଜନକ । ଏହିପରି ଏହି ସମସ୍ତ ଦେଶକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯିବ । ଟେଡ୍ରୋସ୍ ଆଡନୋମ୍ ଗେବ୍ରେୟସ୍ (WHO Chief Tedros Adhanom Ghebreyesus) ଉଦ୍ୱେଗ ପ୍ରକାଶ କରିଛନ୍ତି ଯେ, ମହାମାରୀର ଦ୍ୱିତୀୟ ବର୍ଷ ଅଧିକ ମାରାତ୍ମକ ପ୍ରମାଣିତ ହେଉଛି । ତାଙ୍କ କହିବାନୁସାରେ, ଗତ ବର୍ଷ ଯେତେ ମୃତ୍ୟୁ ଘଟିଥିଲା, ଚଳିତ ବର୍ଷ ଅବସ୍ଥା ଆହୁରି ଖରାପ ହେଉଥିବାର ଦେଖିବାକୁ ମିଳୁଛି ।

ଟିକା ଯୋଗାଣ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ

ଏହି ଟିକା ବିଷୟରେ WHO ମୁଖ୍ୟଙ୍କ ତରଫରୁ ମଧ୍ୟ ଏକ ବଡ କଥା କୁହାଯାଇଛି । ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ସେ ସ୍ୱୀକାର କରିଛନ୍ତି ଯେ ଟିକା ଯୋଗାଣ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି । ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ବଢୁଥିବା ମାମଲା ମଧ୍ୟରେ ଉଭୟ ଜୀବନ ଓ ଜୀବିକା ରକ୍ଷା କରିବାକୁ ଦିଗରେ ଜୋର ଦେବା ଜରୁରୀ ଅଟେ ।

ଅଧିକ ପଢ଼ନ୍ତୁ:-ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ 'ତଉକତେ'! ଏହି ରାଜ୍ୟରେ ରଚିପାରେ ତାଣ୍ଡବ

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩,୨୬,୦୯୮ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୩,୮୯୦ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ଏଥି ସହିତ ୩,୫୩,୨୯୯ ସଂକ୍ରମିତ ମଧ୍ୟ କୋରୋନାରୁ ସୁସ୍ଥ ହୋଇଛନ୍ତି । ଯାହା ପରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭ ସଂକ୍ରମି ମାମଲା ସାମ୍ନାକୁ ଆସିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୪ ଲକ୍ଷ ୩୨ ହଜାର ୮୯୮ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଯାଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ୩୬ ଲକ୍ଷ ୭୩ ହଜାର ୮୦୨ ସକ୍ରିୟ କୋରୋନା ମାମଲା ରହିଛି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ୨୦୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।  

ସେପଟେ ମେ ୧୪ ପର୍ଯ୍ୟନ୍ତ ଦେଶରେ ୧୮ କୋଟି ପର୍ଯ୍ୟନ୍ତ ୪ ଲକ୍ଷ ୫୭ ହଜାର ୫୭୯ କୋରୋନା ଟିକାର ଡୋଜ ସଲ ଲାଗିସାରିଛି । ଗତକାଲି ୧୧ ଲକ୍ଷ ୩ ହଜାର ୬୨୫ ଟିକା ଲଗାଯାଇଥିଲା । ଅନ୍ୟପକ୍ଷେ ବର୍ତ୍ତମାନ ପର୍ଯ୍ୟନ୍ତ ୩୧.୩୦ କୋଟିରୁ ଅଧିକ କୋରୋନା ପରୀକ୍ଷା କରାଯାଇଛି । ଗତକାଲି ୧୭ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭ ହାର ୧୭ ପ୍ରତିଶତରୁ ଅଧିକ ରହିଛି ।