ରାଜସ୍ଥାନର ଏହି ଗାଁରେ କୋରୋନାର ତାଣ୍ଡବ, ୨୫ ମୃତ
Advertisement

ରାଜସ୍ଥାନର ଏହି ଗାଁରେ କୋରୋନାର ତାଣ୍ଡବ, ୨୫ ମୃତ

ରାଜସ୍ଥାନର ଚାପୋଲି ଗାଁରେ କୋରୋନା ଯୋଗୁଁ ପରିସ୍ଥିତି ବହୁତ ଖରାପ ହୋଇପଡ଼ିଛି । ଏହି ଗୋଟିଏ ଗାଁରେ ସର୍ବାଧିକ ସଂଖ୍ୟକ ରୋଗୀ କୋରୋନାରୁ ମୃତ୍ୟୁ ବରଣ କରିଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୨୫ ଜଣ ପ୍ରାଣ ହରାଇଛନ୍ତି ଏବଂ ପରିସ୍ଥିତି ବିସ୍ଫୋରକ ରହିଛି । 

ରାଜସ୍ଥାନର ଏହି ଗାଁରେ କୋରୋନାର ତାଣ୍ଡବ, ୨୫ ମୃତ

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଭୂତାଣୁ (Coronavirus) ତାଣ୍ଡବ କରୁଛି । ପ୍ରତିଦିନ ୪ ହଜାରରୁ ଅଧିକ ସଂକ୍ରମିତ ମୃତ୍ୟୁ ବରଣ କରୁଛନ୍ତି । ଦିନକୁ ଦିନ ଗାଁର ସ୍ଥିତି ଖରାପ ହେବାରେ ଲାଗିଛି । ଦେଶର ବିଭିନ୍ନ ଗାଁରୁ କୋରୋନା (COVID-19) ର ଭୟାବହ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ରାଜସ୍ଥାନରେ କୋରୋନାର ପ୍ରକୋପ ଜାରି ରହିଛି । ଅନେକ ଲୋକ ପ୍ରତିଦିନ ଜୀବନ ହରାଉଛନ୍ତି । କିନ୍ତୁ ବର୍ତ୍ତମାନ ସହର ଅପେକ୍ଷା ଗ୍ରାମାଞ୍ଚଳରେ ସ୍ଥିତି ବିଗିଡ଼ାରେ ଲାଗିଛି । ଗାଁରେ କୋରୋନା କାୟା ବିସ୍ତାର କରିବା ଆରମ୍ଭ କରିଛି । କ୍ରମାଗତ ଭାବରେ ଗାଁରେ ମାମଲା ବଢ଼ିବା ସହ ମୃତ୍ୟୁ ମଧ୍ୟ ବହୁତ ଅଧିକ ହେବାକୁ ଲାଗିଛି । ଆଶ୍ଚର୍ଯ୍ୟର କଥା, ଅବସ୍ଥା ବିଗିଡିବା ମଧ୍ୟରେ ଗ୍ରାମବାସୀ କୋରୋନାକୁ ଗୁରୁତର ସହ ନେଉନାହାଁନ୍ତି, ବରଂ ଏହାକୁ ଏକ ରହସ୍ୟମୟ ରୋଗ ବୋଲି କହୁଛନ୍ତି ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୪,୧୯୪ ସଂକ୍ରମିତ

ରାଜସ୍ଥାନର ଚାପୋଲି ଗାଁରେ କୋରୋନା ଯୋଗୁଁ ପରିସ୍ଥିତି ବହୁତ ଖରାପ ହୋଇପଡ଼ିଛି । ଏହି ଗୋଟିଏ ଗାଁରେ ସର୍ବାଧିକ ସଂଖ୍ୟକ ରୋଗୀ କୋରୋନାରୁ ମୃତ୍ୟୁ ବରଣ କରିଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୨୫ ଜଣ ପ୍ରାଣ ହରାଇଛନ୍ତି ଏବଂ ପରିସ୍ଥିତି ବିସ୍ଫୋରକ ରହିଛି । ବଢୁଥିବା ମାମଲା ମଧ୍ୟରେ ଗାଁରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଦୋହଲି ଯାଇଛି । କୁହାଯାଉଛି ଯେ ଏହି ଗାଁରେ ଦୀର୍ଘ ସମୟ ଧରି କୌଣସି ଟେଷ୍ଟିଂ ହିଁ ହୋଇପାରି ନାହିଁ । ଟିକାକରଣ କାର୍ଯ୍ୟ ଏତେ ମନ୍ଥର ରହିଛି ଯେ ଏହି ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି ।

ଅଧିକ ପଢ଼ନ୍ତୁ:-କୋରୋନାର କରୁଣ ଦୃଶ୍ୟ: ଶେଷ ହୋଇଗଲା ଗୋଟିଏ ପରିବାର, ୧୩ ଘଣ୍ଟାରେ ଆଖି ବୁଜିଲେ ବାପା-ମା' ଓ ପୁଅ

ଆଶ୍ଚର୍ଯ୍ୟର କଥା, ଏହି ଗାଁରେ ବୟସ୍କମାନେ ଅସାବଧାନତା ଦେଖାଉଛନ୍ତି, କିନ୍ତୁ ପିଲାମାନେ ଅଧିକ ଗମ୍ଭୀରତା ଦେଖାଉଛନ୍ତି । କୋରୋନା ବିପଦ ବିଷୟରେ ଅନ୍ୟମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି । ଗାଁର ଜଣେ ୧୧ ବର୍ଷର ବାଳକ ନିଜ ନିକଟ ସମ୍ପର୍କୀୟଙ୍କୁ କୋରୋନାରେ ହରାଇଛି, ଏଭଳି ପରିସ୍ଥିତିରେ ସେ ମହାମାରୀର ଗମ୍ଭୀରତା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି ଏବଂ ସେ ମଧ୍ୟ ଚାହୁଁଛି ଯେ ଗ୍ରାମବାସୀ ମଧ୍ୟ ଶୀଘ୍ର ସଚେତ ହୋଇଯାଆନ୍ତୁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁର ସ୍ଥିତି ସୁଧୁରିବାର ନାଁ ନେଉନାହିଁ । ଏହାର ସବୁଠାରୁ ବଡ ଉଦାହରଣ ହେଉଛି ଗାଁର ଲୋକମାନେ ଏବେବି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି ଯେ ଅନେକ ଲୋକ କୋରୋନା ଯୋଗୁଁ ମରିଛନ୍ତି ।