ଦିଲ୍ଲୀରେ ବର୍ତ୍ତମାନ ଯାଏ ୧୧,୩୫୭ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
Trending Photos
)
ନୂଆଦିଲ୍ଲୀ: କୋରୋନା ଭାଇରସ ଦେଶରେ ଆତଙ୍କ ସୃଷ୍ଟି କରିଚାଲିଛି । ଭାରତରେ ବର୍ତ୍ତମାନ ଯାଏ ୨.୫ ଲକ୍ଷରୁ ଅଧିକ କୋରୋନା ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଏପର୍ଯ୍ୟନ୍ତ ୭୧୦୦ରୁ ଅଧିକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୩୦ ହଜାରରେ ପହଞ୍ଚିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୭ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମିତ ସଂଖ୍ୟା ୨୯,୯୪୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୫୮ କୋରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି ।
ଫଳରେ ଦିଲ୍ଲୀରେ ବର୍ତ୍ତମାନ ଯାଏ ୧୧,୩୫୭ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମେ ୩୦ରୁ ଜୁନ୍ ୫ ମଧ୍ୟରେ ୪୫ ଜଣଙ୍କ ମୃତ୍ୟୁ ଖବର ବିଳମ୍ବ ରିପୋର୍ଟ ହୋଇଛି । ଫଳରେ ରାଜଧାନୀରେ ମୋଟ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୮୧୨ରୁ ବୃଦ୍ଧି ପାଇ ୮୭୪କୁ ପହଞ୍ଚିଛି ।
ଅନ୍ୟପକ୍ଷରେ ଏବେ ସମସ୍ତେ ଦିଲ୍ଲୀରେ ଚିକିତ୍ସା କରିପାରିବେ । ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତିକୁ ପଲଟି ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିଆଲ କହିଥିଲେ ଯେ, ଦିଲ୍ଲୀର ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କେବଳ ଦିଲ୍ଲୀବାସୀଙ୍କ ହିଁ ଚିକିତ୍ସା କରାଯିବ । ଦିଲ୍ଲୀରେ କୋରୋନା ମାମଲା ବୃଦ୍ଧି ପାଇବା ପରେ ଦିଲ୍ଲୀ କ୍ୟାବିନେଟ ରବିବାର ଏହି ନିଷ୍ପତ୍ତି ନେଇଥିଲା । କ୍ୟାବିନଟର ନିଷ୍ପତ୍ତି ଅନୁସାରେ, କେବଳ ଦିଲ୍ଲୀ ବାସିନ୍ଦାଙ୍କୁ ଦିଲ୍ଲୀର ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯିବ । ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ଡାକ୍ତରଖାନାରେ ସମସ୍ତଙ୍କ ଚିକିତ୍ସା ହେବ ।