ସ୍ୱାଇନ ଫ୍ଲୁ ଅପେକ୍ଷା କୋରୋନା ଭାଇରସ ୧୦ ଗୁଣା ଅଧିକ ମାରାତ୍ମକ: WHO
Advertisement

ସ୍ୱାଇନ ଫ୍ଲୁ ଅପେକ୍ଷା କୋରୋନା ଭାଇରସ ୧୦ ଗୁଣା ଅଧିକ ମାରାତ୍ମକ: WHO

ଜେନେଭାରରେ ଡିଜିଟାଲ୍ ସାମ୍ବାଦିକ ସମ୍ମିଳନୀରେ  WHO ମୁଖ୍ୟ ଟେଡ୍ରୋସ୍ ଏଡନୋମ୍ ଘେବ୍ୟେୟିୟସ୍ ସ୍ପଷ୍ଟ କରିଛନ୍ତି ଯେ, 'ଆମେ ଜାଣୁ ଯେ COVID-19 ଦ୍ରୁତ ଗତିରେ ବ୍ୟାପିଥାଏ । ସେ କହିଛନ୍ତି ଯେ ୨୦୦୯ ଫ୍ଲୁ ମହାମାରୀ ଅପେକ୍ଷା କୋରୋନା ୧0 ଗୁଣ ଅଧିକ ମାରାତ୍ମକ ଅଟେ ।

ସ୍ୱାଇନ ଫ୍ଲୁ ଅପେକ୍ଷା କୋରୋନା ଭାଇରସ ୧୦ ଗୁଣା ଅଧିକ ମାରାତ୍ମକ: WHO

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଦ୍ରୁତଗତିରେ ବ୍ୟାପି ଚାଲିଛି ମହାମାରୀ କୋରୋନା ଭାଇରସ । ବିଶ୍ୱର ଅଳ୍ପ କିଛି ଦେଶକୁ ଛାଡ଼ି ଦେଲେ ଏହି ମାରାତ୍ମକ ଭାଇରସ ଅନ୍ୟ ସମସ୍ତ ଦେଶରେ ବ୍ୟାପି ସାରିଛି । ଆଉ ସେହି ସବୁ ଦେଶରେ ମୃତ୍ୟୁର ତାଣ୍ଡବଲୀଳା ଜାରି ରଖିଛି । ବର୍ତ୍ତମାନ ଏହି ଭାଇରସକୁ ରୋକିବା ପାଇଁ ଆମ ପାଖରେ କୌଣସି ଭ୍ୟାକ୍ସିନ ବା ଟୀକା ନାହିଁ । ଯାହା ଫଳରେ ଚୀନରୁ ୱୁହାନ ସହରରୁ ବାହାରି ଏହା ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନାଭାଇରସ୍ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି । ଯାହା ବିଷୟରେ ଆପଣ ଜାଣି ଭୟଭୀତ ହୋଇପାରନ୍ତି । WHOର ନୂତନ ରିପୋର୍ଟରେ କୋରୋନା ଭାଇରସ୍ (COVID-19)କୁ ସ୍ୱାଇନ୍ ଫ୍ଲୁ ଅପେକ୍ଷା ୧୦ ଗୁଣା ଅଧିକ ମାରାତ୍ମକ ବୋଲି ବର୍ଣ୍ଣନା କରିଛି । ସ୍ୱାଇନ ଫ୍ଲୁକୁ H1N1 ମଧ୍ୟ କୁହାଯାଏ ।  ୨୦୦୯ରେ ସ୍ୱାଇନ୍ ଫ୍ଲୁ ଏକ ବୈଶ୍ୱିକ ମହାମାରୀର ରୂପ ନେଇଥିଲା ।

ଜେନେଭାରରେ ଡିଜିଟାଲ୍ ସାମ୍ବାଦିକ ସମ୍ମିଳନୀରେ  WHO ମୁଖ୍ୟ ଟେଡ୍ରୋସ୍ ଏଡନୋମ୍ ଘେବ୍ୟେୟିୟସ୍ ସ୍ପଷ୍ଟ କରିଛନ୍ତି ଯେ, 'ଆମେ ଜାଣୁ ଯେ COVID-19 ଦ୍ରୁତ ଗତିରେ ବ୍ୟାପିଥାଏ । ସେ କହିଛନ୍ତି ଯେ ୨୦୦୯ ଫ୍ଲୁ ମହାମାରୀ ଅପେକ୍ଷା କୋରୋନା ୧୦ ଗୁଣା ଅଧିକ ମାରାତ୍ମକ ଅଟେ ।

ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ ସଂକ୍ରମିତ କୋରୋନା ଭାଇରସ୍ ସଂଖ୍ୟା ୯.୩୫୨ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୦୫ଟି ନୂଆ କୋରୋନା ପଜିଟିଭ ମିଳିଥିବା ସୂଚନା ମିଳିଛି । ଏବଂ ୫୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ୩୨୪ ଜଣଙ୍କର ମୃତ୍ୟୁ ହୋଇଛି, ଯଦିଓ ୯୮୦ ରୋଗୀ ମଧ୍ୟ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । 

ସୂଚନାଯୋଗ୍ୟ, କୋରୋନା ଭାଇରସ ମୁକାବିଲା ପାଇଁ ଦେଶରେ ୨୧ ଦିନର ଲକ୍ ଡାଉନ ଜାରି ରହିଛି । ଯାହା ଆସନ୍ତାକାଲି ଶେଷ ହେବାକୁ ଯାଉଛି । ତେବେ ଏହା ମଧ୍ୟରେ ଖବର ଆସୁଛି ଯେ ଏହି ଲକ୍ ଡାଉନ୍ ଅବଧି ବୃଦ୍ଧି ପାଇପାରେ । କୋରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି କରିଛନ୍ତି ।