ବିକ୍ଷୋଭକାରୀ ଶ୍ରମିକମାନେ ସୁରଟ ଉପକଣ୍ଠରେ ଅବସ୍ଥିତ ବରେଲି ବଜାରରେ ଏକାଠି ହୋଇଥିଲେ । ଶ୍ରମିକମାନେ ମଧ୍ୟ ପୋଲିସ ଉପରେ ପଥର ଫିଙ୍ଗିଛନ୍ତି । ଏହା ପରେ ପୋଲିସ ଲାଟି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା । ଶ୍ରମିକମାନେ ସୁରଟର ପଲାନପୁର ପଟିଆ ଅଞ୍ଚଳରେ ମଧ୍ୟ ପ୍ରଦର୍ଶନ କରିଛନ୍ତି ।
Trending Photos
ସୁରଟ: ଗୁଜୁରାଟର ସୁରଟରେ ନିଜ ନିଜ ଘରକୁ ଫେରିବାକୁ ଚେଷ୍ଟା କରୁଥିବା ଶତାଧିକ ପ୍ରବାସୀ ଶ୍ରମିକ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଉପସ୍ଥିତ ବହୁ ସଂଖ୍ୟକ ଶ୍ରମିକ ନିଜ ନିଜ ଘରକୁ ଫେରିବାର ଦାବି କରିଛନ୍ତି । ଏହା ହେଉଛି ଚତୁର୍ଥ ଥର ଶ୍ରମିକମାନେ ସୁରଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବିକ୍ଷୋଭକାରୀ ଶ୍ରମିକମାନେ ସୁରଟ ଉପକଣ୍ଠରେ ଅବସ୍ଥିତ ବରେଲି ବଜାରରେ ଏକାଠି ହୋଇଥିଲେ । ଶ୍ରମିକମାନେ ମଧ୍ୟ ପୋଲିସ ଉପରେ ପଥର ଫିଙ୍ଗିଛନ୍ତି । ଏହା ପରେ ପୋଲିସ ଲାଟି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା । ଶ୍ରମିକମାନେ ସୁରଟର ପଲାନପୁର ପଟିଆ ଅଞ୍ଚଳରେ ମଧ୍ୟ ପ୍ରଦର୍ଶନ କରିଛନ୍ତି ।
#WATCH Gujarat: A clash erupts between migrant workers & police in Surat. The workers are demanding that they be sent back to their native places. pic.twitter.com/aiMvjHGukY
— ANI (@ANI) May 4, 2020
ଉଲ୍ଲେଖନୀୟ ବିଷୟ ହେଉଛି, ଗୃହ ମନ୍ତ୍ରଣାଳୟର ଅନୁମତି ପାଇବା ପରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଓଡିଶାର ଶତାଧିକ ପ୍ରବାସୀ ଶ୍ରମିକ ସୁରଟରୁ ଶୁକ୍ବାର ନିଜ ଘରକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ । ତେବେ ଅନ୍ୟ ରାଜ୍ୟର ଲୋକଙ୍କୁ ଏଠାରେ କିଛି ସମୟ ଅପେକ୍ଷା କରିବାକୁ ପଡିବ । ମାର୍ଚ୍ଚ ୨୫ ଠାରୁ କୋରୋନା ଭାଇରସ୍ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଜାରି କରାଯାଇଛି । ସହରରେ ଫସି ରହିଥିବା ଶ୍ରମିକଙ୍କ ହିଂସାତ୍ମକ ପ୍ରଦର୍ଶନ ଏବଂ ନିଜ ନିଜ ରାଜ୍ୟକୁ ଫେରିବାକୁ ଚେଷ୍ଟା କରୁଛନ୍ତି । ପ୍ରଶାସନ ଶୁକ୍ରବାର ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଓଡିଶାର ଶ୍ରମିକମାନଙ୍କୁ ସୁରଟରୁ ଯିବାକୁ ଅନୁମତି ଦେଇଛି ।