)
ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟର ଲକଡାଉନରେ ସାରା ଦେଶରେ ନାଗରିକଙ୍କ ଗମନାଗମନ ପର୍ଯ୍ୟାପ୍ତ ରିହାତି ପ୍ରଦାନ କରିଛି ଗୃହ ମନ୍ତ୍ରାଳୟ । ଏହି ରିହାତି ସମସ୍ତ ୩ଟି ଜୋନ୍- ଗ୍ରୀନ୍, ଅରେଞ୍ଜ ଏବଂ ରେଡ୍ ଜୋନରେ ସକାଳ ୭ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବୈଧ ହେବ । ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ, କେବଳ ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ କ୍ୟାବ ସେବାକୁ ଅନୁମତି ଦିଆଯାଇଛି । ଉବେର କହିଛି ଯେ, ସେ ୨୭ଟି ସହରରେ ସେବା ଆରମ୍ଭ କରୁଛି । ଏଥିରେ ଗ୍ରୀନ୍ ଜୋନର ୬ଟି ସହର ଓ ଅରେଞ୍ଜ ଜୋନର ୨୧ଟି ସହର ସାମିଲ ରହିଛି ।
ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଡ୍ରାଇଭର ବ୍ୟତୀତ କେବଳ ୨ ଜଣ ଯାତ୍ରୀ କାରରେ ବସିପାରିବେ । କାହାକୁ ଆଗ ସିଟରେ ବସିବାର ଅନୁମତି ମିଳିବ ନାହିଁ । ଗ୍ରୀନ୍ ଜୋନର ସହର ଯେଉଁଠାରେ ସେବା ପୁନଃ ଆରମ୍ଭ ହୋଇଛି । ସେଥିରେ କଟକ, ଜାମସେଦପୁର, ଦାମନ, ସିଲଭାସା, ଗୌହାଟୀ ଏବଂ କୋଚି ସାମିଲ ରହିଛି । ୨୧ ଅରେଞ୍ଜ ଜୋନ୍ ସହର ଯେଉଁଠାରେ ଆପଣ ବର୍ତ୍ତମାନ ଉବେର କ୍ୟାବ ବୁକ୍ କରିପାରିବେ । ସେଗୁଡିକ ହେଉଛି ଅମୃତସର, ଆସାନସୋଲ, ଦେହରାଡୁନ୍, ଦୁର୍ଗାପୁର, ଗାଜିଆବାଦ, ଗୁରୁଗାଓଁ, ହୁବଲି, କୋଝିକୋଡେ, ମାଙ୍ଗାଲୋର, ମେହସାନା, ମୋହାଲି, ନାଡିଆଡ, ପଞ୍ଚକୁଲା, ପ୍ରୟାଗରାଜ, ରାଜକୋଟ, ରୋହତକ, ଥିରୁବନନ୍ତପୁରମ୍, ତ୍ରିଶୂର, ଉଦୟପୁର, ବାପି ଏବଂ ବିଶାଖାପାଟନମ୍ ସାମିଲ ରହିଛି । ରେଡ୍ ଜୋନରେ ବର୍ତ୍ତମାନ ସମୟରେ ସେବା ସ୍ଥଗିତ ରଖାଯାଇଛି । ଯଦିଓ ମେଡିକାଲ ସେବା ପାଇବା ପାଇଁ ଉବେର ଏସେନସିଆଲ୍ସ ଏବଂ ଉବେରମେଡିକ ସେବା ଉପଲବ୍ଧ ହେବ ।
ଯାତ୍ରା ସମୟରେ ନିୟମ ପାଳନ କରିବାକୁ କମ୍ପାନୀ ଅତିରିକ୍ତ ନିର୍ଦ୍ଦେଶନାମା ଜାରି କରିଛି । ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯଦି ଆପଣ ଛିଙ୍କିବା କିମ୍ବା କାଶ କରିବା ଆବଶ୍ୟକ କରନ୍ତି । ତେବେ ଆପଣ ଏହାକୁ ନିଜ କହୁଣୀ କିମ୍ବା ରୁମାଲରେ କରିବା ଆବଶ୍ୟକ । ଆରୋହୀ ଭେଣ୍ଟିଲେସନ୍ ପାଇଁ ୱିଣ୍ଡୋ ଖୋଲିପାରେ କିମ୍ବା ଡ୍ରାଇଭରକୁ କେବଳ ସତେଜ ବାୟୁ ମୋଡରେ ଏସି ଚଳାଇବାକୁ କହିପାରେ । କମ୍ପାନୀ ଯାତ୍ରୀଙ୍କୁ ଯେତେବେଳେ ସମ୍ଭବ ଡିଜିଟାଲ୍ ପେମେଣ୍ଟ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି । ସେମାନଙ୍କର ବ୍ୟକ୍ତିଗତ ଜିନିଷ ନିଜେ ପରିଚାଳନା କରିବାକୁ ଅନୁରୋଧ କରିଛି । ଗୁରୁତ୍ୱପୂର୍ଣ ଭାବରେ ଏହା ମଧ୍ୟ ଯୋଗ କରାଯାଇଛି ଯେ, ଡ୍ରାଇଭର ଏବଂ ଯାତ୍ରୀମାନେ ଯଦି ସୁରକ୍ଷା କାରଣରୁ ଅସୁବିଧା ଅନୁଭବ ନକରନ୍ତି । ତେବେ ଯାତ୍ରାକୁ ବାତିଲ କରିପାରନ୍ତି ।