ମେ ୩୧ ଯାଏ ଲକଡାଉନ୍ ବୃଦ୍ଧି କଲା ମହାରାଷ୍ଟ୍ର ସରକାର
Advertisement
Article Detail0/zeeodisha/odisha682669

ମେ ୩୧ ଯାଏ ଲକଡାଉନ୍ ବୃଦ୍ଧି କଲା ମହାରାଷ୍ଟ୍ର ସରକାର

ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏଠାରେ ପ୍ରତିଦିନ ଦ୍ରୁତଗତିରେ କୋରୋନା ମାମଲା ବଢ଼ିବାରେ ଲାଗିଛି । ଏହି ପରିସ୍ଥିତିରେ ମହାରାଷ୍ଟ୍ର ସରକାର ଲକଡାଉନ୍ ଅବଧିକୁ ବୃଦ୍ଧି କରି ମେ ୩୧ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ୱାଇ: ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏଠାରେ ପ୍ରତିଦିନ ଦ୍ରୁତଗତିରେ କୋରୋନା ମାମଲା ବଢ଼ିବାରେ ଲାଗିଛି । ଏହି ପରିସ୍ଥିତିରେ ମହାରାଷ୍ଟ୍ର ସରକାର ଲକଡାଉନ୍ ଅବଧିକୁ ବୃଦ୍ଧି କରି ମେ ୩୧ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜି(ସୋମବାର) ମହାରାଷ୍ଟ୍ରରେ କୋଭିଡ-19 ସଂକ୍ରମଣର ୧୬୦୬ଟି ନୂଆ ପଜିଟିଭ ରିପୋର୍ଟ ସାମ୍ନାକୁ ଆସିଛି । ଏହାପକେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୦,୭୦୬ ପହଞ୍ଚିଛି । ଏହାସହ ୬୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ସହିତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧,୧୩୫ରେ ପହଞ୍ଚିଛି । ଯଦି ଆମେ ମୁମ୍ବାଇ ବିଷୟରେ କଥା ହେବା, ତେବେ ଏହି ମହାନଗରରେ କେବଳ ୧୮,୫୫୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ମୃତ୍ୟୁ ସଂଖ୍ୟା ୬୯୬କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇର ଧରାବୀରେ ୫୩ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହା ସହିତ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୧୯୮ ପହଞ୍ଚିଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ଏଠାରେ କେହି ମରି ନାହାଁନ୍ତି । ବର୍ତ୍ତମାନ ଯାଏ ଏଠାରେ ମୃତ୍ୟୁ ସଂଖ୍ୟା ୫୩ରେ ସ୍ଥିର ରହିଛି ।

;