ଏହି ରାଜ୍ୟରେ ୧୦୦ରୁ ଉର୍ଦ୍ଧ୍ୱ ପୋଲିସ କର୍ମୀଙ୍କୁ କୋରୋନା, ୨ ଜଣଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha673054

ଏହି ରାଜ୍ୟରେ ୧୦୦ରୁ ଉର୍ଦ୍ଧ୍ୱ ପୋଲିସ କର୍ମୀଙ୍କୁ କୋରୋନା, ୨ ଜଣଙ୍କ ମୃତ୍ୟୁ

ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ରରେ କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ୩୪୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ସଂକ୍ରମିତ ସଂଖ୍ୟା ୮,୦୬୮ରେ ପହଞ୍ଚିଛି ।

 ଏହି ରାଜ୍ୟରେ ୧୦୦ରୁ ଉର୍ଦ୍ଧ୍ୱ ପୋଲିସ କର୍ମୀଙ୍କୁ କୋରୋନା, ୨ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ଭୂତାଣୁ ଦ୍ରୁତଗତିରେ ବୃଦ୍ଧି ପାଉଛି । ଯାହା ଚିନ୍ତାର ବିଷୟ ପାଲଟିଛି । ଅନ୍ୟପକ୍ଷେ ରାଜ୍ୟର ସୁରକ୍ଷା ଦାୟିତ୍ୱରେ ଥିବା ୨ ପୋଲିସ କର୍ମଚାରୀ ଏହି ଭାଇରସ ଯୋଗୁଁ ମୃତ୍ୟୁ ବରଣ କରିଛି । ଆଜି(ରବିବାର) ମୁମ୍ବାଇରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ରାଜ୍ୟରେ ୧୦୦ରୁ ଅଧିକ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମୁମ୍ବାଇ ପୋଲିସର ୨ ଜଣ ହେଡ କନଷ୍ଟେବଳଙ୍କ କୋରୋନା ଯୋଗୁଁ ମୃତ୍ୟୁ ଘଟିଛି । ଲକଡାଉନ ସମୟରେ ରାଜ୍ୟରେ ପ୍ରାୟ ୧୫୦ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇସାରିଛି । ଏହି ମାମଲାରେ ୪୮୨ ଜଣଙ୍କୁ ପୋଲିସ ଗିରଫ କରିଛି ।

ମହାରାଷ୍ଟ୍ରରେ କୋରୋନା ଭୂତାଣୁ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ରାଜ୍ୟର ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ କୋରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି । ରବିବାର ସୁଦ୍ଧା ରାଜ୍ୟରେ ୧୦୭ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ୨ ଜଣ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ଏହା ଅତ୍ୟନ୍ତ ଦୁଃଖଦାୟକ । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୁଁ ବାରମ୍ବାର ସଂଯମତା ରକ୍ଷା କରିବା ବିଷୟରେ କହୁଛି । ଯେତେବେଳେ ସବୁ ଜାଗାରେ କିଛି ଘଟେ, ଲୋକମାନେ ପ୍ରଥମେ ପୋଲିସ ଉପରେ ଅଭିଯୋଗ କରନ୍ତି । ଏହି ପୋଲିସ ଦିନରାତି ଆମ ପାଇଁ କାମ କରୁଛି । କୋରୋନା ସହ  ଲଢୁ ଲଢୁ ସେମାନେ ମୃତ୍ୟୁ ବରଣ କରିଛନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ହଟାଇବାର ନିଷ୍ପତ୍ତି ଦେଶବ୍ୟାପୀ ଲକଡାଉନ ମେ ୩ରେ ଶେଷ ହେବା ପରେ ସ୍ଥିତିର ସମୀକ୍ଷା ପରେ ନିଆଯିବ । ରାଜ୍ୟରେ କୋରୋନା ଭାଇରସ ସ୍ଥିତି ବିଷୟରେ ଟେଲିଭିଜନରେ ଦେଇଥିବା ସମ୍ବୋଧନରେ ସେ କହିଛନ୍ତି, ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଲକଡାଉନ୍ ସ୍ଥିତିର ସମୀକ୍ଷା ଆସନ୍ତା ସପ୍ତାହରେ କରାଯିବ । ଏହା ପରେ ଆମେ ଲକଡାଉନକୁ କୋହଳ କରିବାକୁ ପଦକ୍ଷେପ ଉପରେ ନିଷ୍ପତ୍ତି ନେବୁ ।

ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ରରେ କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ୩୪୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ସଂକ୍ରମିତ ସଂଖ୍ୟା ୮,୦୬୮ରେ ପହଞ୍ଚିଛି ।

;