କୋରୋନା କାଳ: ଭାରତରେ ୩ ଟି ରାଜ୍ୟରେ ଠାବ ହେଲା 'ଟ୍ରିପଲ୍ ମ୍ୟୁଟେସନ୍ ଷ୍ଟ୍ରେନ୍'
Advertisement

କୋରୋନା କାଳ: ଭାରତରେ ୩ ଟି ରାଜ୍ୟରେ ଠାବ ହେଲା 'ଟ୍ରିପଲ୍ ମ୍ୟୁଟେସନ୍ ଷ୍ଟ୍ରେନ୍'

ପ୍ରତିଦିନ କୋଭିଡ -19 ସଙ୍କଟ ଗଭୀର ହେବା ସହ ଦେଶର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଉଛି। ଏହି ସମୟରେ, ଏକ ରିପୋର୍ଟ ଅନୁଯାୟୀ, ଭାରତର କିଛି ଅଞ୍ଚଳରେ 'ଟ୍ରିପଲ୍ ମ୍ୟୁଟେସନ୍ ଷ୍ଟ୍ରେନ୍' ଦେଖିବାକୁ ମିଳିଛି।

କୋରୋନା କାଳ: ଭାରତରେ ୩ ଟି ରାଜ୍ୟରେ ଠାବ ହେଲା  'ଟ୍ରିପଲ୍ ମ୍ୟୁଟେସନ୍ ଷ୍ଟ୍ରେନ୍'

ନୂଆଦିଲ୍ଲୀ: ସାରା ଦେଶରେ ଏବେ କୋରୋନା ଭାଇରସର ଆତଙ୍କ । ଦୈନିକ ସଂକ୍ରମଣ ବଢୁଛି ଦୈନିକ ମୃତ୍ୟୁ ଶଯ୍ୟାରେ ଶୋଉଛି ମଣିଷ । ବିଗତ ଏକ ବର୍ଷ ଧରି ଯେଉଁ ଲଢେଇ ଦେଶବାସୀ କରୁଛନ୍ତି ତାହା ଆଉ କେତେଦିନ ଧରି ଲାଗିରହିବ ତାହା ଆଉ କାହାକୁ ଜଣାନାହିଁ । କାରଣ ଦିନକୁ ଦିନ ଘାତକ ହେବାରେ ଲାଗିଛି କୋରୋନା ଭାଇରସ । ପ୍ରତିଦିନ କୋଭିଡ -19 ସଙ୍କଟ ଗଭୀର ହେବା ସହ ଦେଶର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଉଛି। ଏହି ସମୟରେ, ଏକ ରିପୋର୍ଟ ଅନୁଯାୟୀ, ଭାରତର କିଛି ଅଞ୍ଚଳରେ 'ଟ୍ରିପଲ୍ ମ୍ୟୁଟେସନ୍ ଷ୍ଟ୍ରେନ୍' ଦେଖିବାକୁ ମିଳିଛି।

ଯେତେବେଳେ ଭୂତାଣୁ ଢାଞ୍ଚା ପରିବର୍ତ୍ତନ କରେ ଏବଂ ବିସ୍ତାର ହୁଏ ସେତେବେଳେ ପରିବର୍ତ୍ତନ ହୁଏ । ଭାରତରେ ଡବଲ୍ ମ୍ୟୁଟେସନ୍ ଷ୍ଟ୍ରେନ୍ ଭୂତାଣୁ କ୍ଷେତ୍ରରେ ଏହା ଘଟିଛି। ଗତ ବର୍ଷ ଅକ୍ଟୋବର ୫ ରେ ଭୂତାଣୁଙ୍କର ଜିନୋମ କ୍ରମରୁ କୋରୋନା ଭାଇରସର ଡବଲ୍ ମ୍ୟୁଟେସନ୍  (Double Mutation Strain) ପ୍ରଥମେ ଚିହ୍ନଟ ହୋଇଥିଲା ।  ବିଶେଷଜ୍ଞଙ୍କ ଅନୁଯାୟୀ, ଏହି କାରଣରୁ କୋରୋନାର ଦ୍ୱିତୀୟ ଲହର (Corona Second Wave) ଖୁବ୍ ତୀବ୍ର ହୋଇଛି। ହେଲେ ଏବେ ଏହି Triple mutation Strain ଦିଲ୍ଲୀ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଠାବ କରାଯାଇଛି।

Also Read: କୋରୋନା କାଳେ ୬ ରାଜ୍ୟରେ ବଡ଼ ସଙ୍କଟ ହେଲାଣି ଅମ୍ଳଜାନ ଅଭାବ

ଏକ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁସାରେ, ଯେହେତୁ ଉଭୟ ପରିବର୍ତ୍ତନ - E484Q ଏବଂ L425R, ଭୂତାଣୁଙ୍କର ଗୁରୁତ୍ୱପୂର୍ଣ୍ଣ ସ୍ପାଇକ୍ ପ୍ରୋଟିନରେ ଅବସ୍ଥିତ । ଯାହା ଏହାକୁ ଶରୀରର ରିସେପ୍ଟର କୋଷ ସହିତ ଯୋଡ଼ିଥାଏ । ମ୍ୟୁଟେସନର ତତ୍କାଳ ପ୍ରଭାବରୁ ଏହାକୁ ଅଧ୍ୟୟନ କରାଯିବା ଉଚିତ । ତେବେ, ଅର୍ଥ ଅଭାବ ଏବଂ କୋରୋନା  ମହାମାରୀ (Corona Pandemic) ହେତୁ ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଜିନୋମ କ୍ରମ ବନ୍ଦ ହୋଇଗଲା । ବର୍ତ୍ତମାନ B.1.167 ରେ ଏକ ତୃତୀୟ ଷ୍ଟ୍ରେନକୁ ଚିହ୍ନଟ କରାଯାଇଛି। ବିଶେଷଜ୍ଞମାନଙ୍କ ମତ ଯେ,ଏହାକୁ ଗୁରୁତର ସହ ନିଆଯିବା ଉଚିତ୍।

Also Read: କେମିତି ପାଇବେ ଭୁଲରେ Transfer ହୋଇଥିବା ଟଙ୍କା?

ହେଲେ ସେପଟେ ଦେଶରେ କୋରୋନା ସଂକ୍ରମଣ (Corona Infection) ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଆଉ ଏହାରି ମଧ୍ୟରେ ଟ୍ରିପଲ ମ୍ୟୁଟେସନ ଚିହ୍ନଟ ପରେ ଏବେ ଚିନ୍ତା ବଢିଛି । ବିଶେଷଜ୍ଞଙ୍କ ମତରେ, ଆଗାମୀ ୩ ସପ୍ତାହ ଆମ ମାନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଦୈନିକ ସଂକ୍ରମଣ ପରେ ଏବେ ଘଣ୍ଟାପ୍ରତି ହାରାହାରି ସଂକ୍ରମଣ ଚିନ୍ତାର ବିଷୟ ପାଲଟିଯାଇଛି । କୋରୋନା ସଂକ୍ରମଣର ଦ୍ୱିତୀୟ ଲହରରେ (Corona Second Wave) ଘଣ୍ଟାପ୍ରତି ୧୦ ହଜାରରୁ ଅଧିକ ସଂକ୍ରମିତ ହେଉଥିବା ବେଳେ ୬୦ ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।