WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ (WHO chief Tedros Adhanom Ghebreyesus) କହିଛନ୍ତି ଯେ, ଗତ ସପ୍ତାହ ଏପରି ଚତୁର୍ଥ ସପ୍ତାହ ଥିଲା ଯେତେବେଳେ ସାରା ବିଶ୍ୱରେ ମାମଲା ବଢିବା ଜାରି ରହିଥିଲା । WHO ର ୬ଟି କ୍ଷେତ୍ର ମଧ୍ୟରୁ ଗୋଟିଏ ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରରେ ମାମଲା ବୃଦ୍ଧି ପାଇଛି ।
Trending Photos
ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ପ୍ରକୋପ ଜାରି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ ମାମଲା ସାମ୍ନାକୁ ଆସୁଛି । ଏହାସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତର ବଢ଼ିବାରେ ଲାଗିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ, କୋରୋନାର ନୂତନ ରୂପ ଡେଲ୍ଟା ଭାରିଆଣ୍ଟ (Delta Variant) ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି । ଏହି କାରଣରୁ ସେ ବିଶ୍ୱର ସମସ୍ତ ଦେଶକୁ ଚେତାବନୀ ଦେଇ କହିଛନ୍ତି ଯେ, ୧୦୪ ଦେଶରେ ପହଞ୍ଚିସାରିଥିବା ଡେଲ୍ଟା ଭାରିଆଣ୍ଟ ବା ପ୍ରକାରn (Delta Variant) ସମଗ୍ର ବିଶ୍ୱରେ ଖୁବ୍ ଶୀଘ୍ର କୋରୋନା ସ୍ୱରୂପରେ ତାଣ୍ଡବ କରିପାରେ ।
ଅଧିକ ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୬୦୦ରୁ ଉର୍ଦ୍ଧ୍ୱ ଲୋକ
WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ (WHO chief Tedros Adhanom Ghebreyesus) କହିଛନ୍ତି ଯେ, ଗତ ସପ୍ତାହ ଏପରି ଚତୁର୍ଥ ସପ୍ତାହ ଥିଲା ଯେତେବେଳେ ସାରା ବିଶ୍ୱରେ ମାମଲା ବଢିବା ଜାରି ରହିଥିଲା । WHO ର ୬ଟି କ୍ଷେତ୍ର ମଧ୍ୟରୁ ଗୋଟିଏ ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରରେ ମାମଲା ବୃଦ୍ଧି ପାଇଛି ।
ସେ କହିଛନ୍ତି ଯେ, ୧୦ ସପ୍ତାହ ପରେ ସଂକ୍ରମଣ କ୍ଷେତ୍ରରେ ହ୍ରାସ ଘଟିବା ପରେ ଏଭଳି ମାମଲା ବୃଦ୍ଧି ହେତୁ ଚିନ୍ତା ବଢିଯାଇଛି । ସଂଗଠନର ମହାନିର୍ଦ୍ଦେଶକ କହିଛନ୍ତି ଯେ କୋରୋନାର ନୂତନ ରୂପ ଡେଲଟା ଭାରିଆଣ୍ଟ (Delta Variant) ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ସଂକ୍ରମଣର ସଂଖ୍ୟା ଏବଂ ଜୀବନ ହରାଇଥିବା ଲୋକଙ୍କ ସଂଖ୍ୟା ବଢୁଛି ।
ଅଧିକ ପଢ଼ନ୍ତୁ:-'ଲୋକମାନେ କୋରୋନାର ତୃତୀୟ ଲହରକୁ ପାଣିପାଗ ଖବର ଭଳି ନେଉଛନ୍ତି'
ବିଶେଷକରି ଏହି ଭାରିଆଣ୍ଟ ସେହି ଲୋକଙ୍କୁ ସଂକ୍ରମିତ କରୁଛି, ଯେଉଁମାନେ ଟିକା ନେଇନାହାଁନ୍ତି । ଏହି କାରଣରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଚାପ ବଢିବାରେ ଲାଗିଛି । ଏଥି ସହିତ, ଯେଉଁ ଦେଶରେ ଟିକାକରଣ ହାର ଅତ୍ୟନ୍ତ କମ୍, ସ୍ଥିତି ଆହୁରି ଖରାପ ଅଟେ । ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଡେଲ୍ଟା ପ୍ରକାର ଅଧିକ ସଂକ୍ରାମକ, ତେଣୁ ଏହାକୁ ଏଡାଇବା ଅତ୍ୟନ୍ତ ଜରୁରୀ ଅଟେ ।
ଅଧିକ ପଢ଼ନ୍ତୁ:-ଦୁନିଆରେ ପ୍ରଥମ ଥର ପାଇଁ ଜଣେ ମହିଳା ଏକାସାଙ୍ଗରେ କୋରୋନାର ଦୁଇ ଭାରିଆଣ୍ଟ ଦ୍ୱାରା ହେଲେ ସଂକ୍ରମିତ, ୫ ଦିନରେ ମୃତ୍ୟୁ
ଆମେରିକାରେ ଯେଉଁଠାରେ ଟିକା ଲଗାଯାଉ ନାହିଁ, ସେଠାରେ ଡେଲ୍ଟାରେ ପ୍ରକୋପ ଅଧିକ ରହିଛି । କୋରୋନା ଭୂତାଣୁର ନୂଆ ଭାରିଆଣ୍ଟରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ କହିଛନ୍ତି ଯେ, ସମସ୍ତଙ୍କୁ ଯଥାଶୀଘ୍ର ଟିକାକରଣ (Vaccination) କରିବାକୁ ପଡିବ । ବୈଜ୍ଞାନିକମାନେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଟିକାକରଣ କରାଯାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ସଂକ୍ରମଣ ହୋଇପାରେ, କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟର କ୍ଷତି ହେବାର ସମ୍ଭାବନା ଟିକା ବିନା ସଂକ୍ରମିତ ବ୍ୟକ୍ତିଙ୍କ ତୁଳନାରେ କମ୍ ହେବ । ଯୁକ୍ତରାଷ୍ଟ୍ରରେ ଡେଲଟା ଭାରିଆଣ୍ଟରେ ସଂକ୍ରମିତ ଲୋକଙ୍କ ହାର ୭୦ରୁ ୮୦ ପ୍ରତିଶତ ରହିଛି ।