ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨୧ ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି । ଫଳରେ ଦିଲ୍ଲୀରେ ବର୍ତ୍ତମାନ ଯାଏ ଆରୋଗ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଛୁଇଁଛି । ଗତ ୩ ଦିନ ମଧ୍ୟରେ ୪୨ ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୬୨୫ କୋରୋନା ଟେଷ୍ଟ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଅଟେ । ଏଠାରେ ବର୍ତ୍ତମାନ ଯାଏ ମୋଟ ୨୧,୪୦୯ କୋରୋନା ଟେଷ୍ଟ ହିଁ ହୋଇପାରିଛି ।
Trending Photos
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୭୦୦ ଅତିକ୍ରମ କରିଛି । ଆଜି ବର୍ତ୍ତମାନ ଯାଏ ଦିଲ୍ଲୀରେ ସମୁଦାୟ ୧୭୦୭ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଗତ ୨୪ ଘଣ୍ଟା ବିଷୟରେ କହିବାକୁ ଗଲେ ୬୭ଟି ନୂଆ କୋରୋନା ପଜିଟିଭ ମାମଲା ଆସିଛି । ଏହାସହ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ମହାମାରୀ ଭୂତାଣୁ ସଂକ୍ରମଣ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜଧାନୀରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨୧ ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି । ଫଳରେ ଦିଲ୍ଲୀରେ ବର୍ତ୍ତମାନ ଯାଏ ଆରୋଗ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଛୁଇଁଛି । ଗତ ୩ ଦିନ ମଧ୍ୟରେ ୪୨ ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୬୨୫ କୋରୋନା ଟେଷ୍ଟ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଅଟେ । ଏଠାରେ ବର୍ତ୍ତମାନ ଯାଏ ମୋଟ ୨୧,୪୦୯ କୋରୋନା ଟେଷ୍ଟ ହିଁ ହୋଇପାରିଛି ।
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ସରକାର ଦାବି କରିଛି ଯେ, କୋରୋନା ବିସ୍ତାରକୁ ରୋକିବା ପାଇଁ ୧୦ ଦିନ ମଧ୍ୟରେ ୧୦ଟି ଜାପାନୀ ମେସିନ୍ ସମେତ ୬୦ଟି ମେସିନ୍ ବ୍ୟବହାର କରି ସାରା ଦିଲ୍ଲୀରେ 'ମୁଖ୍ୟମନ୍ତ୍ରୀ ସାନିଟାଇଜେସନ୍ ଅଭିଯାନ' ଆରମ୍ଭ କରିଛି । ମାତ୍ର ୩ ଦିନ ଭିତରେ ମୁଖ୍ୟମନ୍ତ୍ରୀ ସାନିଟାଇଜେସନ ଅଭିଯାନର ଅନ୍ତର୍ଗତ ୮୦ ପ୍ରତିଶତରୁ ଅଧିକ ବିଧାନସଭା କ୍ଷେତ୍ରର ପ୍ରମୁଖ ରାସ୍ତାକୁ ଡିସଇନଫେକ୍ଟ କରାଯାଇଛି । ଏହି ଅଭିଯାନ ଜାରି ରହିବ ।
ଦିଲ୍ଲୀର ସମସ୍ତ କ୍ୟାବିନେଟ ମନ୍ତ୍ରୀ ଏବଂ ଆପ୍ ବିଧାୟକ ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି । ଦିଲ୍ଲୀ ସରକାରଙ୍କ ଅନୁଯାୟୀ, ୧୫ ଏପ୍ରିଲ ବୁଧବାର ଦିନ ଆରମ୍ଭ ହୋଇଥିବା ସାନିଟାଇଜେସନ ଅଭିଯାନ ଅଧୀନରେ ୭୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୫୮ଟି ଏପର୍ଯ୍ୟନ୍ତ କଭର କରାଯାଇଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ସାନିଟାଇଜେସନ୍ ଅଭିଯାନ ଅଧୀନରେ ୩୫ଟି ରେଡ୍ ଜୋନ୍ ଏବଂ ୧୧୦ ଅରେଞ୍ଜ ଜୋନ୍ ସାମିଲ କରାଯାଇଛି ।
ଅନ୍ୟପକ୍ଷେ ଦେଶରେ ସମସ୍ତ ଉଦ୍ୟମ ସତ୍ତ୍ୱେ ଶୁକ୍ରବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, କୋରୋନା ଭାଇରସ୍ ବା କୋଭିଡ୍ -19 ଦ୍ୱାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୩,୮୩୫ରେ ପହଞ୍ଚିଛି । ଏଥିରୁ ୪୫୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଯଦି ଗତ ୨୪ ଘଣ୍ଟା ବିଷୟରେ କହିବା , ତେବେ ୧୦୭୬ଟି ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାସହ ୩୨ ଜଣଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୧୭୫୭ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ।