)
ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାରରୁ ଅଧିକ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମୋଟ ୪୧୪ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକଙ୍କୁ ନିଜ ଘରେ ରହିବାକୁ ନିବେଦନ କରୁଛନ୍ତି । କେବଳ ଏତିକି ନୁହେଁ, ଏହି ଭୂତାଣୁ ବିରୋଧରେ ଚାଲିଥିବା ଲଢ଼େଇ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ମନ୍ତ୍ରୀମାନଙ୍କୁ ସୂଚନା ଦେଉଛନ୍ତି ।
ସୂଚନାନୁସାରେ, ଗତକାଲି (ବୁଧବାର) କ୍ୟାବିନେଟ ବୈଠକରେ କୋରୋନା ଭାଇରସ୍ ବିରୋଧରେ ଚାଲିଥିବା ସଂଗ୍ରାମ ସମ୍ପର୍କରେ ମନ୍ତ୍ରୀମାନଙ୍କୁ ସୂଚନା ଦେଇଛନ୍ତି । କ୍ୟାବିନେଟ ବୈଠକରେ ଦିଆଯାଇଥିବା ସୂଚନାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ ଭାରତ ଭଲ ସ୍ଥିତିରେ ଅଛି ।
ପିଏମ କହିଛନ୍ତି ଯେ, ଭାରତର କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଏହି ମହାମାରୀ ସହ ଲଢ଼ୁଛନ୍ତି । ଲକଡାଉନ୍ ନିୟମ ସଠିକ୍ ଭାବରେ ପାଳନ କରାଯାଇଛି, ତେବେ ଭାରତ ଶୀଘ୍ର କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବ । ଚିକିତ୍ସା ଯନ୍ତ୍ରପାତି, ପରୀକ୍ଷଣ କିଟ୍, ଡିଜିଟାଲ ଥର୍ମୋମିଟର ଏବଂ ପିପିଏ କିଟ୍, ମାସ୍କ, ସାନିଟାଇଜର୍, ଗ୍ଲୋଭସ୍ ସହିତ କୋରୋନା ଭାଇରସ୍ ବିରୋଧରେ ସଂଗ୍ରାମରେ କ୍ୟାବିନେଟର ମନ୍ତ୍ରୀମାନଙ୍କୁ ସୂଚନା ଦିଆଯାଇଥିଲା ।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ରାଜ୍ୟ ସହ ସମନ୍ୱୟ ରକ୍ଷା କରି ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯାଉଛି । କେନ୍ଦ୍ର ସରକାର ୨୪ ଘଣ୍ଟା ୭ ଦିନ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଆବଶ୍ୟକ ସ୍ଥଳେ ଏପରି ସହାୟତା ଯୋଗାଇ ଦିଆଯାଉଛି ।