Advertisement
Article Detail0/zeeodisha/odisha702144
Zee OdishaOdisha National-Internationalଦେଶରେ ୫ ଲକ୍ଷ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଦେଶରେ ୫ ଲକ୍ଷ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଗତ ୨୪ ଘଣ୍ଟା ସମୟ ମଧ୍ୟରେ ଦେଶରେ ସର୍ବାଧିକ ୧୭,୨୯୬ ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଦେଶରେ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ସର୍ବାଧିକ ସଂଖ୍ୟକ ଚିହ୍ନଟ ହୋଇଥିବା କୋରୋନା ମାମଲା । 

ଦେଶରେ ୫ ଲକ୍ଷ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଶୁକ୍ରବାର ସନ୍ଧ୍ୟାରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ ୪ ଲକ୍ଷ ୯୦ ହଜାର ୪୦୧ କୋରୋନା ପଜିଟିଭ ମାମଲା  ସାମ୍ନାକୁ ଆସିଛି । ଏଥିସହିତ କୋରୋନା ଯୋଗୁଁ ମୃତ୍ୟୁ ୧୫,୩୦୦ ଅତିକ୍ରମ କରିଛି । ଏହା ବ୍ୟତୀତ ୨ ଲକ୍ଷ ୮୫ ହଜାର ୬୩୭ କୋରୋନା ରୋଗୀ ଏହି ବିପଜ୍ଜନକ ଭୂତାଣୁକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।

ଗତ ୨୪ ଘଣ୍ଟା ସମୟ ମଧ୍ୟରେ ଦେଶରେ ସର୍ବାଧିକ ୧୭,୨୯୬ ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଦେଶରେ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ସର୍ବାଧିକ ସଂଖ୍ୟକ ଚିହ୍ନଟ ହୋଇଥିବା କୋରୋନା ମାମଲା । ଏହି ସମୟ ମଧ୍ୟରେ ୪୦୭ ଜଣ ସଂକ୍ରମିତଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଦେଶରେ ସଂକ୍ରମିତ  ସୁସ୍ଥ ହେବା ହାରରେ ସୁଧାର ଦେଖାଦେଇଛି । ଦେଶରେ ବର୍ତ୍ତମାନ ସୁସ୍ଥ ହାର ୫୮.୨୪ ପ୍ରତିଶତରେ ପହଞ୍ଚିଛି ।

Add Zee News as a Preferred Source
About the Author