ଯଦି ଆମେ ମୁମ୍ବାଇ ବିଷୟରେ କଥା ହେବା, ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୩୬୬ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହାସହ ୯୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।
Trending Photos
)
ମୁମ୍ବାଇ: ଦେଶରେ ବଢୁଥିବା କୋରୋନା ଭାଇରସ ସଂକ୍ରମଣ ମାମଲା ମଧ୍ୟରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୯୩ ନୂତନ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଯାହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୦୧,୧୪୧କୁ ବୃଦ୍ଧି ପାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୭ ଜଣଙ୍କର ମୃତ୍ୟୁ ଘଟିଛି । ଏହା ପରେ ରାଜ୍ୟରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୩,୭୧୭କୁ ବୃଦ୍ଧି ପାଇଛି ।
ଯଦି ଆମେ ମୁମ୍ବାଇ ବିଷୟରେ କଥା ହେବା, ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୩୬୬ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହାସହ ୯୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କେବଳ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ୫୫,୪୫୧ରେ ପହଞ୍ଚିଛି । ଏହାସହ ଆଜି ପର୍ଯ୍ୟନ୍ତ ୨୦୪୪ ଲୋକ ଏହି ଭୂତାଣୁ ସଂକ୍ରମଣ ହେତୁ ପ୍ରାଣ ହରାଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ପୁନରୁଦ୍ଧାର ହାର ୪୭.୩ ପ୍ରତିଶତ ରହିଛି ।
ଅନ୍ୟପକ୍ଷେ ଭାରତରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି । ଶୁକ୍ରବାର ସନ୍ଧ୍ୟାରେ ୨୯୦୩ ନୂତନ କୋରୋନା ମାମଲା ସାମ୍ନାକୁ ଆସିବା ସହିତ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି । ଦେଶ ଭିତରେ ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ମାମଲା ରହିଛି । ଏହା ପରେ ତାମିଲନାଡୁରେ ୪୦,୬୯୮ କୋରୋନା ସଂକ୍ରମିତ ମାମଲା ରହିଛି । ଦିଲ୍ଲୀରେ ୩୪,687 କୋରୋନା ପଜିଟିଭ ମାମଲା ରହିଛି । କୋରୋନା ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।