Advertisement
Article Detail0/zeeodisha/odisha666109
Zee OdishaOdisha National-Internationalଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୯୦୦ରୁ ଉର୍ଦ୍ଧ୍ୱ

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୯୦୦ରୁ ଉର୍ଦ୍ଧ୍ୱ

ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୪ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଶେଷ ୨୪  ଘଣ୍ଟାରେ କୋରୋନା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଯାଏ ଦିଲ୍ଲୀରେ ୨୬ କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଅନୁସନ୍ଧାନ ବେଳେ ଜଣେ ଭିକାରୀ ମଧ୍ୟ କୋରୋନା ଭାଇରସ୍ ପଜିଟିଭ ବୋଲି ଜଣାପଡିଛି ।

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୯୦୦ରୁ ଉର୍ଦ୍ଧ୍ୱ

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଏହା ଦ୍ୱାରା  ପ୍ରଭାବିତ ହୋଇଛି । ଦେଶରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା 6 ହଜାରରୁ ଅଧିକ ଲୋକ ଏହି ଭୂତାଣୁର ଶିକାର ହୋଇଛନ୍ତି । ଶୁକ୍ରବାର ପ୍ରକାଶିତ ତଥ୍ୟ ଅଧୀନରେ ସାମ୍ପ୍ରତିକ ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୩ ଛୁଇଁଛି । ସଂକ୍ରମିତ ହୋଇଥିବା ୫୮୪ ଜଣ ହେଉଛନ୍ତି ମରକଜ ସହ ଜଡ଼ିତ ଲୋକ । 

ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୪ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଶେଷ ୨୪  ଘଣ୍ଟାରେ କୋରୋନା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଯାଏ ଦିଲ୍ଲୀରେ ୨୬ କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଅନୁସନ୍ଧାନ ବେଳେ ଜଣେ ଭିକାରୀ ମଧ୍ୟ କୋରୋନା ଭାଇରସ୍ ପଜିଟିଭ ବୋଲି ଜଣାପଡିଛି ।

ଏଠାରେ କହି ରଖୁଛୁ ଯେ,ଦେଶସାରା ଲକ୍ ଡାଉନ୍ ଜାରି ଥିବା ବେଳେ ନିଜାମୁଦ୍ଦିନ ମରକଜ ସ୍ଥିତ ମୁଖ୍ୟାଳୟରେ ତବଲୀଗୀ ଜମାତର ୨ ହଜାର ୩୦୦ରୁ ଉର୍ଦ୍ଧ୍ୱ ସଦସ୍ୟ ଏଠାକି ହୋଇଥିଲେ । ଯାହାପରେ  ଦେଶସାରା ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଯାଏ ଏହି ପ୍ରକ୍ରିୟା ଜାରି ରହିଛି । ଗତ ମାସରେ ନିଜାମୁଦ୍ଦିନ ମରକଜରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଭାରତ ତଥା ବିଦେଶରୁ ଅତି କମରେ ୯ ହଜାର ଲୋକ ଅଂଶଗ୍ରହଣ କରିଥିଲେ । ପରେ କିଛି ଲୋକଙ୍କୁ କୋରୋନା ସଂକ୍ରମିତ କରିବାର ଘଟଣା ପ୍ରକାଶ ପାଇଥିଲା । ଯାହା ଫଳରେ ଦେଶର ବିଭିନ୍ନ ସ୍ଥାନରେ ଏହି ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଥିଲା ।

Add Zee News as a Preferred Source
About the Author