ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩,୭୫୨ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Trending Photos
)
ମୁମ୍ୱାଇ: ମହାରାଷ୍ଟ୍ରରେ କୋରୋନା ଭାଇରସ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଧୀରେ ଧୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୁରୁବାର ରାଜ୍ୟରେ ଗୋଟିଏ ଦିନରେ ୩,୭୫୨ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ରେକର୍ଡ ହୋଇଥିବା ଏହା ହେଉଛି ସର୍ବାଧିକ ସଂଖ୍ୟକ କୋରୋନା ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ସଂକ୍ରମିତଙ୍କ ମୃତ୍ୟୁ ପରେ ରାଜ୍ୟରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୫,୭୫୧କୁ ବୃଦ୍ଧି ପାଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩,୭୫୨ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରର ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୧ ଲକ୍ଷ ୨୦ ହଜାର ୫୦୪ରେ ପହଞ୍ଚିଛି । ଏଥି ସହିତ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୫,୭୫୧ରେ ପହଞ୍ଚିଛି । ଗୁରୁବାର ୧୬୭୨ କୋରୋନା ସଂକ୍ରମିତ ଏହି ମହାମାରୀ ଭାଇରସକୁ ମାତ୍ ଦେଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଯାହା ପରେ ମୋଟ ସୁସ୍ଥ ହେବା ସଂଖ୍ୟା ୬୦,୩୩୮ରେ ପହଞ୍ଚିଛି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୫୩,୯୦୧ ରହିଛି ।