Advertisement
Article Detail0/zeeodisha/odisha769338
Zee OdishaOdisha National-Internationalପାକିସ୍ତାନରେ ପୁଣି ଉଗ୍ର ରୂପ ନେଉଛି କୋରୋନା, ଚିନ୍ତାରେ ଇମ୍ରାନ ସରକାର

ପାକିସ୍ତାନରେ ପୁଣି ଉଗ୍ର ରୂପ ନେଉଛି କୋରୋନା, ଚିନ୍ତାରେ ଇମ୍ରାନ ସରକାର

ପାକିସ୍ତାନର ଯୋଜନା ଆୟୋଗ ମନ୍ତ୍ରୀ ଅସଦ ଉମର (Pakistan Planning Commission Minister Asad Umar) କୋରୋନା ସମ୍ପର୍କରେ ଚେତାବନୀ ଜାରି କରିଛନ୍ତି ।

ପାକିସ୍ତାନରେ ପୁଣି ଉଗ୍ର ରୂପ ନେଉଛି କୋରୋନା, ଚିନ୍ତାରେ ଇମ୍ରାନ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ଯାଏ ପାକିସ୍ତାନରେ କୋରୋନା ଭୂତାଣୁ (Coronavirus) ସଂକ୍ରମଣକୁ ନେଇ ସ୍ଥିତି ନିୟନ୍ତ୍ରଣରେ ଥିବାର ଦେଖାଯାଇଛି । ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଠାରୁ ଆରମ୍ଭ କରି ଅନେକ ସଂଗଠନ ମଧ୍ୟ ପାକିସ୍ତାନ ସରକାର (Pakistan Government) ଙ୍କ ପ୍ରଶଂସା କରିଛନ୍ତି । ତେବେ ବର୍ତ୍ତମାନ ପାକିସ୍ତାନରେ କୋରୋନା ଭୂତାଣୁ (COVID-19) ଭୟ ବଢ଼ିବାରେ ଲାଗିଛି ।

ପାକିସ୍ତାନର ଯୋଜନା ଆୟୋଗ ମନ୍ତ୍ରୀ ଅସଦ ଉମର (Pakistan Planning Commission Minister Asad Umar) କୋରୋନା ସମ୍ପର୍କରେ ଚେତାବନୀ ଜାରି କରିଛନ୍ତି । ଅସଦ ଓମାର କହିଛନ୍ତି ଯେ, ଦେଶରେ କୋରୋନା ପଜିଟିଭ (Coronavirus Positives) ହାର ବୃଦ୍ଧି ପାଉଛି ଏବଂ ଏହାକୁ ରୋକିବା ପାଇଁ ପ୍ରୋଟୋକଲକୁ ଯତ୍ନର ସହ ପାଳନ କରିବା ଆବଶ୍ୟକ ।

ଅସଦ ଓମାର ଟ୍ୱିଟ କରି କହିଛନ୍ତି ଯେ, କୋରୋନା ପଜିଟିଭ ହାର ୨.୩୭ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଗତ ୫୦ ଦିନ ମଧ୍ୟରେ ସର୍ବାଧିକ । ଏହାପୂର୍ବରୁ ଅଗଷ୍ଟ ୨୩ରେ ଏହି ପଜିଟିଭ ହାର ଦେଖାଯାଇଥିଲା । ଗୁରୁବାର ସୁଦ୍ଧା ପାକିସ୍ତାନରେ କୋରୋନା ଭୂତାଣୁ ସଂକ୍ରମଣର ମୋଟ ମାମଲା ହେଉଛି ୩,୨୧,୪୭୦ । ସେଥିମଧ୍ୟରୁ ୯,୨୦୯ ସକ୍ରିୟ ମାମଲା ରହିଛି । ଏହା ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ୬୫୦୦ ଲୋକଙ୍କର ମୃତ୍ୟୁ ହୋଇଛି ।

Add Zee News as a Preferred Source

ଏହି ଭୂତାଣୁ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ପାକିସ୍ତାନର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଓମାର ଲେଖିଛନ୍ତି, "ଏହି ସପ୍ତାହର ପ୍ରଥମ ଚାରି ଦିନରେ କୋରୋନାରୁ ହାରାହାରି ମୃତ୍ୟୁ ସଂଖ୍ୟା ୧୧ ଥିଲା, ଯାହା ଅଗଷ୍ଟ ୧୦ ପରେ ସର୍ବାଧିକ ଥିଲା । କୋରୋନା ମାମଲା ବୃଦ୍ଧି ହେବାର ଅନେକ ସଙ୍କେତ ମିଳୁଛି । ଯାହାକୁ ଅଣଦେଖା କରାଯିବା ଉଚିତ ନୁହେଁ ।" ପାକିସ୍ତାନୀ ମନ୍ତ୍ରୀ କହିଛନ୍ତି ଯେ, ମୁଜାଫରବାଦରେ କୋଭିଡ ପଜିଟିଭିଟି ହାର ସର୍ବାଧିକ ଏବଂ ଲାହୋର ଏବଂ ଇସଲାମାବାଦରେ ଏହାର ମାମଲା ଧୀରେ ଧୀରେ ବୃଦ୍ଧି ପାଉଛି । ସମୟ ଆସିଛି ଯେ ଆମେ ସମସ୍ତେ ସମସ୍ତ ନିୟମକୁ ଗମ୍ଭୀରତାର ସହିତ ପାଳନ କରୁ, ନଚେତ୍ ଆମକୁ ଲୋକମାନଙ୍କର ଜୀବିକା ଉପରେ ପ୍ରଭାବ ପକାଇବା ଭଲି ପଦକ୍ଷେପ ନେବାକୁ ପଡିପାରେ ।

ଅଧିକ ପଢ଼ନ୍ତୁ:-ଏହି ମାମଲାରେ ଭାରତର ସାଥ୍ ଦେଲେ ପାକିସ୍ତାନ-ନେପାଳ, ମାନିଲା ନାହିଁ ଆମେରିକା

ଏହି ମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲୋକଙ୍କୁ ମାସ୍କ ପିନ୍ଧିବାକୁ ଏବଂ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଥିଲେ । ଥଣ୍ଡା ହେତୁ ପାକିସ୍ତାନରେ କୋରୋନାର ଦ୍ୱିତୀୟ ତରଙ୍ଗର ସମ୍ଭାବନା ରହିଛି । ପାକିସ୍ତାନରେ କୋରୋନା ପଜିଟିଭ ହାର ବୃଦ୍ଧି ନେଇ ମେଡିକାଲ ଆସୋସିଏସନ ମଧ୍ୟ ଚେତାବନୀ ଦେଇଛି । ଆସୋସିଏସନ କହିଛି ଯେ, ଶିକ୍ଷାନୁଷ୍ଠାନ ଖୋଲିବା ପରେ କୋରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଆସିପାରେ । ଆସୋସିଏସନ କହିଛି ଯେ ଆମେରିକା, ଭାରତ ଏବଂ ଇରାନରେ କୋରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ମଧ୍ୟ ଘଟିଛି ।

ଅଧିକ ପଢ଼ନ୍ତୁ:-ଏନଡିଏର ବଢ଼ିଲା ଚିନ୍ତା, ନୀତିଶ କୁମାରଙ୍କ ଦୁଇ ରାଜନୈତିକ 'ଶତ୍ରୁ' ହେବେ ମିତ୍ର !

ମେଡିକାଲ ଆସୋସିଏସନ କହିଛି ଯେ, ଶୀତ ଆସିଛି ଏବଂ ବିଦ୍ୟାଳୟ ମଧ୍ୟ ଖୋଲାଯାଇଛି । କିନ୍ତୁ ସରକାର ଏବଂ ଲୋକମାନେ କରିଥିବା ଅବହେଳା କାରଣରୁ କୋରୋନାର ଦ୍ୱିତୀୟ ତରଙ୍ଗ ଆସିପାରେ । ତଥାପି ଗ୍ରାଉଣ୍ଡରେ ଅବସ୍ଥା ଅତ୍ୟନ୍ତ ଖରାପ ଏବଂ ବିଦ୍ୟାଳୟରେ ମାନକ ପାଳନ କରାଯାଉ ନାହିଁ । ଯାହା ଚିନ୍ତାଜନକ ଅଟେ ।

About the Author