)
ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ ପ୍ରାୟ ସାତ ହଜାର କୋରୋନା ସଂକ୍ରମଣ ଚିହ୍ନତ ହେଉଛି। ଅଧିକାଂଶ ମାମଲା ଡେଲଟା ଭ୍ୟାରିଆଣ୍ଟ। କିନ୍ତୁ ଖୁବଶୀଘ୍ର ଓମିକ୍ରୋନ, ଡେଲଟା ଭାରିଆଣ୍ଟକୁ ବଦଳାଇବ। କୋରୋନାର ଏକ ନୂତନ ଭ୍ୟାରିଆଣ୍ଟ ଓମିକ୍ରୋନ୍ର ବିପଦ ସାରା ବିଶ୍ୱରୁ ଆସୁଛି। ଏହି ସମୟରେ, ନ୍ୟାସନାଲ କୋଭିଡ-୧୯ ସୁପରମଡେଲ ପ୍ୟାନେଲ ପୂର୍ବାନୁମାନ କରିଛି ଯେ, ଆସନ୍ତାବର୍ଷ ଫେବୃଆରୀରେ କୋରୋନା ଶିଖରରେ ରହିବ। ଓମିକ୍ରୋନ୍ କାରଣରୁ ଭାରତରେ କୋରୋନାର ତୃତୀୟ ଲହର ଆରମ୍ଭ ହେବ।
ଦେଶରେ ଲଗାତାର ଓମିକ୍ରୋନ (Omicron) ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୪୦ରୁ ଊର୍ଦ୍ଧ୍ୱ ଓମିକ୍ରୋନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଓଡିଶାକ ଦୁଇ ପଡୋଶୀ ରାଜ୍ୟ ଆନ୍ଧ୍ର ଓ ପଞ୍ଚିମବଙ୍ଗ (West Bengal) ରେ ବି ସଂକ୍ରମଣ ବ୍ୟାପିଲାଣି। ନ୍ୟାସନାଲ କୋଭିଡ-୧୯ ସୁପରମୋଡେଲ କମିଟିର ମୁଖ୍ୟ ବିଦ୍ୟାସାଗର କହିଛନ୍ତି ଯେ, ଓମିକ୍ରୋନ୍ କାରଣରୁ ଭାରତରେ ତୃତୀୟ ଲହର ହେବ କିନ୍ତୁ ଏହା ଦ୍ୱିତୀୟ ଲହର ଅପେକ୍ଷା ଦୁର୍ବଳ ହେବ। ଏହାର କାରଣ ହେଉଛି କୋରୋନା (Coronavirus) ର ଦ୍ୱିତୀୟ ଲହରରେ ଭାରତର ଅଧିକାଂଶ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇଛି। ଏହା ନିଶ୍ଚିତ ଯେ କୋରୋନାର ତୃତୀୟ ଲହର ଆସିବ।
ବିଦ୍ୟାସାଗର, ଆଇଆଇଟି ହାଇଦ୍ରାବାଦର ଜଣେ ପ୍ରଫେସର। ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ତଲହରେ ପ୍ରତିଦିନ ଅଧିକ ମାମଲା ଆସିବ ବୋଲି ସେ କହିଛନ୍ତି। ବାସ୍ତବରେ, ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ଭାରତୀୟ ନାଗରିକମାନଙ୍କ ମାର୍ଚ୍ଚ ୧ ଠାରୁ ଟିକାକରଣ ଆରମ୍ଭ କରିଥିଲେ। ଯେତେବେଳେ ଭାରତରେ ଡେଲ୍ଟା ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିଗଲା, ଅଧିକାଂଶ ଭାରତୀୟଙ୍କୁ ଟିକାକରଣ (Vaccination) କରାଯାଇ ନଥିଲା, କିନ୍ତୁ ଏଥର ତାହା ହେବ ନାହିଁ। କୋରୋନାର ଦ୍ୱିତୀୟ ଲହର ସମୟରେ, ଆମେ ଆମର ରୋଗ ପ୍ରତିଶେଧକ କ୍ଷମତା ବୃଦ୍ଧି କରିଛୁ, ତେଣୁ ପୂର୍ବ ଅପେକ୍ଷା କୋରୋନାର ତୃତୀୟ ଲହର ସହିତ ମୁକାବିଲା କରିବା ସହଜ ଅଟେ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୋରୋନାର ନୂତନ ଭ୍ୟାରିଆଣ୍ଟ ବିଷୟରେ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛି ଯେ, ଦେଢରୁ ତିନି ଦିନ ମଧ୍ୟରେ ଓମିକ୍ରୋନ୍ ମାମଲା ଦ୍ୱିଗୁଣିତ ହେଉଛି। କୋରୋନାର ଏହି ନୂତନ ଭ୍ୟାରିଆଣ୍ଟ ପ୍ରାୟ ୯୦ଟି ଦେଶରେ ପହଞ୍ଚିଛି ଏବଂ ଭାରତରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି। ଓମିକ୍ରନ୍ ସଂକ୍ରମଣ ଧୀରେ ଧୀରେ ଦେଶର ୧୧ଟି ରାଜ୍ୟରେ ବ୍ୟାପିଗଲା। ପ୍ରତିଦିନ ଏହି ନୂତନ ପ୍ରକାରରେ ସଂକ୍ରମିତ ଲୋକମାନେ ନିଶ୍ଚିତ ହେଉଛନ୍ତି। ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓମିକ୍ରୋନ୍ ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଶୀଘ୍ର ଏହା ଡେଲଟା ଭାରିଆଣ୍ଟକୁ ମଧ୍ୟ ଅତିକ୍ରମ କରିପାରେ।