Coronavirus Updates : ଦୈନିକ ମାମଲାକୁ ନେଇ ଆସିଲା ଖୁସି ଖବର, ଚାରି କୋଟି ନିକଟତର ସଂକ୍ରମଣ
Advertisement

Coronavirus Updates : ଦୈନିକ ମାମଲାକୁ ନେଇ ଆସିଲା ଖୁସି ଖବର, ଚାରି କୋଟି ନିକଟତର ସଂକ୍ରମଣ

ଦେଶରେ ଦିନକରେ ସଂକ୍ରମିତଙ୍କ ଅପେକ୍ଷା ଅଧିକ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୫ ହଜାର ୮୭୪ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୭୬ ହଜାର ୭୫୩ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସାରା ଦେଶରେ କୋରୋନାର ଉପଦ୍ରବ ଜାରି ରହିଛି। ତଥାପି ମଙ୍ଗଳବାର ଏଥିରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୫ ହଜାର ୮୭୪ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି। ସୋମବାର ତୁଳନାରେ କୋରୋନାର ନୂଆ ମାମଲାରେ ୧୬ ପ୍ରତିଶତ ହ୍ରାସ ଘଟିଛି। ଏହା ସହିତ ପଜିଟିଭ୍ ହାର ୨୦.୭୫ ପ୍ରତିଶତରୁ ୧୫.୫୨କୁ ଖସିଛି।

ଦେଶରେ ଦିନକରେ ସଂକ୍ରମିତଙ୍କ ଅପେକ୍ଷା ଅଧିକ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୫ ହଜାର ୮୭୪ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୭୬ ହଜାର ୭୫୩ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହା ପରେ କୋରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୭୦ ଲକ୍ଷ ୭୧ ହଜାର ୮୯୮କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ କୋରୋନା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୨ ଲକ୍ଷ ୩୬ ହଜାର ୮୪୨ ରହିଛି।

Also Read: ବିଶାଳ ହେଉଛି ZEE ପରିବାର, ଯୋଡ଼ି ହେଲା ଆଉ ଚାରୋଟି ନ୍ୟୁଜ୍ ଚ୍ୟାନେଲ୍

ସୋମବାର କୋଭିଡର ୩ ଲକ୍ଷ ୬ ହଜାର ୬୪ଟି ନୂଆ ମାମଲା ଆସିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭୧.୮୮ କୋଟି ଲୋକ କୋରୋନା ପରୀକ୍ଷା କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଲକ୍ଷ ୪୯ ହଜାର ୧୦୮ ଲୋକଙ୍କ କୋରୋନା ପରୀକ୍ଷା କରାଯାଇଥିଲା। ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭ ଅଗଷ୍ଟ ୨୦୨୦ରେ ୨୦ ଲକ୍ଷ, ୫ ସେପ୍ଟେମ୍ବର ୨୦୨୦ରେ ୪୦ ଲକ୍ଷରୁ ଅଧିକ ହୋଇଯାଇଥିଲା। ୧୯ ଡିସେମ୍ବର ୨୦୨୦ରେ ଏହି ମାମଲା ଦେଶରେ ଏକ କୋଟି ଅତିକ୍ରମ କରିଥିଲା। ଗତବର୍ଷ ମଇ ୪ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ କୋଟି ଓ ୨3 ଜୁନରେ ତିନି କୋଟି ଅତିକ୍ରମ କରିଥିଲା। ଏବେ ଏହା ୪ କୋଟି ନିକଟତର ହେଲାଣି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋରୋନା ସଂକ୍ରମଣ ହେତୁ ୪୩୯ଟି ମୃତ୍ୟୁ ଘଟିଛି। ସେଥିମଧ୍ୟରୁ କେରଳରେ ୭୭ଟି ଏବଂ ମହାରାଷ୍ଟ୍ରରେ ୪୪ଟି ମାମଲା ରୁଜୁ ହୋଇଛି। ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ଯୋଗୁଁ ମୋଟ ୪ ଲକ୍ଷ ୮୯ ହଜାର ୮୪୮ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ରୋଗୀଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଅଛି।