ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା (Coronavirus) ର ପ୍ରକୋପ ଜାରି ରହିଛି । ଏହି ମହାମାରୀ ଭୂତାଣୁରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଭ୍ୟାକ୍ସିନ (Corona Vaccine) ଦିଆଯାଉଛି । ଏହା ମଧ୍ୟରେ ବ୍ରିଟେନ (Britain) ରୁ ଏକ ଆତଙ୍କିତ କରିବା ଭଲି ଖବର ସାମ୍ନାକୁ ଆସିଛି । ବ୍ରିଟିଶ ବୈଜ୍ଞାନିକମାନେ କୋରୋନାର ଏକ ନୂତନ ରୂପ ଚିହ୍ନଟ କରିଛନ୍ତି ଯାହା ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ଅଟେ । ବ୍ରିଟେନର ଦକ୍ଷିଣ-ପୂର୍ବ ଅଞ୍ଚଳରେ କୋରୋନା ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଏହି କର୍ମଚାରୀମାନଙ୍କୁ ନୂତନ ବର୍ଷର ଉପହାର! ମାସକୁ ମିଳିବ ପ୍ରାୟ ୬୦,୦୦୦ ଟଙ୍କା ଦରମା, ଭତ୍ତା-ଅନ୍ୟାନ୍ୟ ସୁବିଧା


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହ୍ୟାନକକ୍ କହିଛନ୍ତି ଯେ ଦେଶରେ ସମ୍ପୂର୍ଣ୍ଣ ନୂଆ ପ୍ରକାରର କୋରୋନା ଚିହ୍ନଟ ହୋଇଛି । ଏହି କୋରୋନା ଭୂତାଣୁ ପୂର୍ବ ଅପେକ୍ଷା ବହୁତ ଶକ୍ତିଶାଳୀ ଏବଂ ଶୀଘ୍ର ଆକ୍ରମଣ କରେ । ମ୍ୟାଟ ହ୍ୟାନକକ୍ ହାଉସ ଅଫ୍ କମନ୍ସକୁ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଲୋକ ନୂତନ କୋରୋନା ଭୂତାଣୁରୁ ସଂକ୍ରମିତ ହୋଇଛନ୍ତି ।


ମ୍ୟାଟ ହ୍ୟାନକକ୍ କହିଛନ୍ତି ଯେ କୋରୋନାର ନୂତନ ରୂପ ସଂକ୍ରମଣକୁ ପୂର୍ବ ଅପେକ୍ଷା ବହୁତ ଶୀଘ୍ର ବିସ୍ତାର କରୁଛି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରସ୍ତୁତ କୋରୋନା ଟିକା ଭୂତାଣୁ ଉପରେ ପ୍ରଭାବ ପକାଇବ କି ନାହିଁ ତାହା ସେ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି ।


ବ୍ରିଟେନର ମୁଖ୍ୟ ଚିକିତ୍ସା ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଦେଶ ସାମ୍ନାରେ ଆଉ ଏକ ବିପଦ ଆସିଛି । ଏକ ନୂତନ ପ୍ରକାରର କୋରୋନା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ବ୍ରିଟେନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସୂଚନା ଦେଇଛି । ବ୍ରିଟିଶ ବୈଜ୍ଞାନିକମାନେ ବର୍ତ୍ତମାନ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ନିକଟ ଅତୀତରେ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏହି ନୂତନ ପ୍ରକାରର ଭୂତାଣୁ ଯୋଗୁଁ ହୋଇନାହିଁ ତ?


ଅଧିକ ପଢ଼ନ୍ତୁ:-ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖିଛି ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?


ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ବଢ଼ୁଥିବା କୋରୋନାର ମାମଲାକୁ ଦୃଷ୍ଟିରେ ରଖି ଲଣ୍ଡନ ସମେତ ଅନ୍ୟ କେତେକ ସ୍ଥାନରେ ଚତୁର୍ଥ ପର୍ଯ୍ୟାୟ ପ୍ରତିବନ୍ଧକ ଲାଗୁ କରିବାକୁ ଘୋଷଣା କରିଛନ୍ତି । ବୋରିସ୍ ଜନସନ ସ୍ପଷ୍ଟ କରିଛନ୍ତି ଯେ କୋରୋନା ମହାମାରୀ ହେତୁ ଚଳିତ ବର୍ଷର ଖ୍ରୀଷ୍ଟମାସ ପର୍ବ ପୂର୍ବ ଅପେକ୍ଷା ବହୁତ ଭିନ୍ନ ହେବ ।