କୋରୋନା ଭ୍ୟାକ୍ସିନକୁ ନେଇ ନୂଆ ଗାଇଡଲାଇନ ଜାରି କଲେ ମୋଦି ସରକାର
Advertisement

କୋରୋନା ଭ୍ୟାକ୍ସିନକୁ ନେଇ ନୂଆ ଗାଇଡଲାଇନ ଜାରି କଲେ ମୋଦି ସରକାର

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ଚିଠିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ସୁପାରିଶର ପାଳନ କରିବାକୁ ନେଇ ଚିଠି ଲେଖିଛି । ରାଜ୍ୟବାସୀଙ୍କୁ ଏହି ବିଷୟରେ ସ୍ପଷ୍ଟ ସୂଚନା ଦେବାକୁ କୁହାଯାଇଛି । ଲୋକଙ୍କୁ ସଚେତନ କରାଇବା ପାଇଁ ସମସ୍ତ ମାଧ୍ୟମ ବ୍ୟବହାର କରାଯିବା ଉଚିତ ବୋଲି କେନ୍ଦ୍ର କହିଛି ।

କୋରୋନା ଭ୍ୟାକ୍ସିନକୁ ନେଇ ନୂଆ ଗାଇଡଲାଇନ ଜାରି କଲେ ମୋଦି ସରକାର

ନୂଆଦିଲ୍ଲୀ: କୋରୋନା ଟିକା ଲଗାଇବାକୁ NEGVAC ଦେଇଥିବା ପରାମର୍ଶକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି । NEGVAC ଦ୍ୱାରା ଦିଆଯାଇଥିବା ସୁପାରିଶରେ ଏହା କୁହାଯାଇଥିଲା ଯେ କୋରୋନାରୁ ସୁସ୍ଥ ହେବାର ତିନି ମାସ ପରେ ରୋଗୀମାନଙ୍କୁ ଟିକାର ଡୋଜ୍ ଦିଆଯାଉ । ଏହି ପରାମର୍ଶକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନ କରିଛି ।

National Expert Group on Vaccine Administration for COVID-19 (NEGVAC) ର ନୂଆ ସୁପାରିଶ ଅନୁଯାୟୀ, ଯଦି ଟିକାର ପ୍ରଥମ ଡୋଜ୍ ନେବା ପରେ ଯଦି କେହିଁ ସଂକ୍ରମିତ ହୁଏ, ତେବେ ଦ୍ୱିତୀୟ ଡୋଜ୍ ସୁସ୍ଥ ହେବାର ତିନି ମାସ ପରେ ଦିଆଯିବ । ଏହା ବ୍ୟତୀତ ସ୍ତନ୍ୟପାନ କରାଉଥିବା ସମସ୍ତ ମହିଳାଙ୍କୁ କୋରୋନା ଟିକା ଦେବା ପାଇଁ କୁହାଯାଇଛି । ଯେଉଁମାନେ କୋରୋନା ଟିକା ଲଗାଇଛନ୍ତି ସେମାନଙ୍କୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ ମଧ୍ୟ ବାରଣ କରାଯାଇଛି । ବର୍ତ୍ତମାନର ଏହି ଅନୁମୋଦନ ବୈଶ୍ୱିକ ପ୍ରମାଣ ଓ ଅଭିଜ୍ଞତା ଆଧାରରେ କରାଯାଇଛି ।

ଅଧିକ ପଢ଼ନ୍ତୁ:-ଦିଲ୍ଲୀରେ ବ୍ଲାକ୍‌ ଫଙ୍ଗସର ଆତଙ୍କ: ଦୁଇଟି ହସ୍ପିଟାଲରେ ୪୫ ମାମଲା, ଜଣେ ରୋଗୀଙ୍କର ମୃତ୍ୟୁ

ଏପରି ପରିସ୍ଥିତିରେ ଆପଣଙ୍କୁ କରିବାକୁ ପଡିବ ଅପେକ୍ଷା

- ଯେଉଁମାନଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଛି, ସେମାନଙ୍କୁ ସୁସ୍ଥ ହେବାର ତିନି ମାସ ପରେ ଟିକା ଦିଆଯିବ ।

-କୋରୋନା ସଂକ୍ରମିତ ଯେଉଁମାନଙ୍କୁ ଆଣ୍ଟିବଡି କିମ୍ବା ପ୍ଲାଜମା ଦିଆଯାଇଛି, ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ହେବାର ତିନି ମାସ ପରେ ଟିକାର ଡୋଜ ଦିଆଯିବ ।

- ଯେଉଁମାନେ ପ୍ରଥମ ଡୋଜ ପରେ କୋରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ମଧ୍ୟ ସୁସ୍ଥ ହେବାର ତିନି ମାସ ପରେ କୋରୋନା ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ ।

ଅଧିକ ପଢ଼ନ୍ତୁ:-ବିହାରର ଏହି ଗାଁରେ ୩୭ ଲୋକଙ୍କ ମୃତ୍ୟୁ, ପ୍ରଶାସନ କୋରୋନାର ପ୍ରକୋପ ମାନିବାକୁ ନାରାଜ
 
- ଯେଉଁମାନେ କିଛି ଗୁରୁତର ରୋଗରେ ପୀଡିତ ଅଛନ୍ତି ଏବଂ ସେମାନଙ୍କୁ ଭର୍ତ୍ତି କରିବା କିମ୍ବା ଆଇସିୟୁ କେୟାରର ଆବଶ୍ୟକ ରହିଛି । ସେମାନଙ୍କୁ ମଧ୍ୟ ଚାରିରୁ ଆଠ ସପ୍ତାହ ପର୍ଯ୍ୟନ୍ତ ଟିକା ପାଇଁ ଅପେକ୍ଷା କରିବା ଉଚିତ୍ । 

- ଗର୍ଭବତୀ ମହିଳାମାନଙ୍କୁ ଟିକା ଦେବା ପାଇଁ ବିଚାର କରାଯାଉଛି । ଏହି ବିଷୟରେ ଅଧିକ ସୂଚନା NTAGI ଦ୍ୱାରା ଦିଆଯିବ ।

ଅଧିକ ପଢ଼ନ୍ତୁ:-କୋରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁ, ବାପା କହିଲେ-ଜାଣିଥିଲି ଦୁହେଁ...