)
NRI Dowry Domestic Violence: ବିବାହକୁ ନେଇ ଏକ ରୋଚକ ଖବର ଆସିଛି ଗୁରୁଗ୍ରାମରୁ । ଲଣ୍ଡନରେ ରହୁଥିବା ଗୁରୁଶରଣ ଅବସ୍ଥି ତାଙ୍କ ବୈବାହିକ ଜୀବନ ଏବଂ ଆସିଥିବା ଝଡ ସମ୍ପର୍କରେ ସୂଚନା ଦେଇଛନ୍ତି । ଗୁରୁଶରଣ ମୂଳତଃ ମୁମ୍ବାଇର ବାସିନ୍ଦା କିନ୍ତୁ ସେ ଲଣ୍ଡନରେ ଅର୍ଥ ବିଭାଗରେ କାମ କରନ୍ତି। ଲଣ୍ଡନରେ MBA ପଢା ସରିବା ପରେ ଅକ୍ଟୋବର ୨୦୦୭ରେ ଏକ ଇଂରାଜୀ ଖବରକାଗଜରେ ବିବାହ ସମ୍ପର୍କରେ ବିଜ୍ଞାପନ ଦେଇଥିଲେ । ଯେଉଁଥିରେ ଗୁରୁଶରଣ ଶିକ୍ଷିତ ଏବଂ ନିରାମିଷ ଖାଉଥିବା କନ୍ୟା ଖୋଜିଥିଲେ।
ବିଜ୍ଞାପନ ପ୍ରକାଶିତ ହେବା ପରେ ଗୁରୁଶରଣଙ୍କୁ ଅନେକ ପ୍ରସ୍ତାବ ମିଳିଥିଲା । ସେ ଏପ୍ରିଲ୍ ୨୧, ୨୦୦୮ରେ ଗୁରୁଗ୍ରାମର ଶାଲିନୀ ବଶିଷ୍ଠଙ୍କ ସହିତ ବିବାହ ସମ୍ପର୍କୀତ ଆଲୋଚନା ଶେଷ କରିଥିଲେ ଏବଂ ଏପ୍ରିଲ୍ ୨୭ରେ ଉଭୟଙ୍କର ବିବାହ କରିଥିଲେ। ବିବାହ ପରେ ମେ ୧୨-୧୩ରେ ଲଣ୍ଡନ ଫେରି ଆସିଥିଲେ ଗୁରୁଶରଣ। ହେଲେ ୧ ବର୍ଷ ମଧ୍ୟରେ ଗୁରୁଶରଣଙ୍କ ସ୍ତ୍ରୀ ଯୌତୁକ, ଘରୋଇ ହିଂସା ଏବଂ ପରିତ୍ୟକ୍ତା ଅଭିଯୋଗ କରି ତିନୋଟି ମାମଲା ଦାୟର କରିଥିଲେ। ଦୀର୍ଘ ନଅ ବର୍ଷର ଲଢ଼େଇ ପରେ ଗୁରୁଶରଣ ସମସ୍ତ ଅଭିଯୋଗରୁ ମୁକ୍ତ ହୋଇଥିଲେ। ୨୦୧୬ ମସିହାରେ ଶାଲିନୀ ଏବଂ ତାଙ୍କ ପରିବାର ଏକ ଭରଣପୋଷଣ ମାମଲା ଦାୟର କରିଥିଲେ ଏବଂ ତାହା ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି। ଗୁରୁଶରଣ ଅଭିଯୋଗ ଅନୁଯାୟୀ, ବିବାହିତ କନ୍ୟାଙ୍କୁ ନିର୍ଯ୍ୟାତନା ଏବଂ ଆର୍ଥିକ କ୍ଷତି ପାଇଁ ୧.୮ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ କନ୍ୟାପକ୍ଷ । ଉକ୍ତ ମାମଲାକୁ ବିରୋଧ କରିଥିଲେ ଗୁରୁଶରଣ।
ଗୁରୁଶରଣଙ୍କ ଓକିଲ ପ୍ରଦୀପ ନବନୀଙ୍କ କହିବାନୁଯାୟୀ, ଶାଲିନୀ କୋର୍ଟ ଫିସ୍ ନ ଦେବାର କାରଣ ଦର୍ଶାଇ ମାମଲାକୁ ଖାରଜ କରିବାକୁ ଚେଷ୍ଟା କରିଥିଲେ। ଅଗଷ୍ଟ ୧୩, ୨୦୨୫ରେ, କୋର୍ଟ ମାମଲାର ଶୁଣାଣି କରିବାକୁ ରାଜି ହୋଇଥିଲେ । କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ତାରିଖ ନଭେମ୍ବର ୨୦ ତାରିଖକୁ ଧାର୍ଯ୍ୟ କରାଯାଇଥିଲା।
ଲଣ୍ଡନରେ ରହୁଥିବା ଗୁରୁଶରଣ ବିବାହ ବ୍ୟବସ୍ଥା ଏବଂ କୋର୍ଟ ଲଢ଼େଇ ପୂର୍ବରୁ ଘଟିଥିବା ଘଟଣାଗୁଡ଼ିକର ବିବରଣୀ ଅନୁଯାୟୀ, ଅକ୍ଟୋବର ୨୦୦୭ରେ, ସେ କନ୍ୟା ପାତ୍ର ପାଇଁ ବୈବାହିକ ବିଜ୍ଞାପନ ଦେଇଥିଲେ। ସେ ୨୧ ଏପ୍ରିଲ ୨୦୦୮ରେ ଶାଲିନୀ ବଶିଷ୍ଠଙ୍କୁ ଭେଟିଥିଲେ। ସେମାନେ ୨୭ ଏପ୍ରିଲ୍ ୨୦୦୮ରେ ମୁମ୍ବାଇରେ ବିବାହ କରିଥିଲେ । ୧୨-୧୩ ମେ'ରେ ଶାଲିନୀଙ୍କ ପରିବାର ସହିତ ଗୁରୁଗ୍ରାମରେ ଦୁଇ ଦିନ ବିତାଇଥିଲେ, । ପରେ ଗୁରୁଶରଣ ଲଣ୍ଡନ ଫେରି ଆସିଥିଲେ। ସେମାନେ ମୋଟ କେବଳ ୧୨ ଦିନ ପାଇଁ ଏକାଠି ରହିଥିଲେ।
ଶାଲିନୀଙ୍କ ବାୟୋଡାଟାରେ ସେ କନଭେଣ୍ଟ-ଶିକ୍ଷିତ ଏବଂ ହରିୟାଣାରୁ ସ୍ନାତକ ହୋଇଥିବା ଦର୍ଶାଯାଇଥିଲା କିନ୍ତୁ ପରେ ସେ ସ୍ୱୀକାର କରିଥିଲେ ଯେ, ସେ କନଭେଣ୍ଟରୁ ଶିକ୍ଷା ଗ୍ରହଣ କରିନଥିଲେ । ବିବାହ ପୂର୍ବରୁ କନ୍ୟାଙ୍କ ଭଉଣୀ ତାଙ୍କ ସହିତ କଥା ହୋଇଥିଲେ। ବିବାହ ପରେ କନ୍ୟାଙ୍କ ଭିସା ଆବେଦନରୁ ଜଣାପଡିଥିଲା ଯେ, ସେ ପ୍ରକୃତରେ ହରିଆଣାରୁ ନୁହେଁ ବରଂ ଛତିଶଗଡ଼ରୁ ସ୍ନାତକ ଲାଭ କରିଥିଲେ । ସେ ପ୍ରଥମେ ନିଜ ଡକ୍ୟୁମେଣ୍ଟ ଦାଖଲ କରିବାରେ ପ୍ରାୟ ଛଅ ମାସ ବିଳମ୍ବ କରିଥିଲେ।
ଗୁରୁଶରଣ କହିଛନ୍ତି ଯେ, ମୁଁ ଯେତେବେଳେ ସତ କଣ ଜାଣିବାକୁ ଚେଷ୍ଟା କଲି ସେତେବେଳେ ପରିବାର ଲୋକ ଉତ୍ତର ଦେଇନଥିଲେ । ବିବାହ ବ୍ୟବସ୍ଥା କରିଥିବା ଓକିଲ ତେଜ ଯାଦବ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ। ପରେ, ଏକ RTI ନିଶ୍ଚିତ କଲା ଯେ, ମୁଁ ପ୍ରତାରିତ ହୋଇଥିଲି। କେବଳ ସେତିକି ନୁହେଁ, 'ମୋ ବାପାମାଆ ଏବଂ ଭାଇଙ୍କୁ ମଧ୍ୟ ମିଥ୍ୟା ମାମଲାରେ ଫସାଇ ଦିଆଯାଇଥିଲା' ବୋଲି ଗୁରୁଶରଣ କହିଛନ୍ତି ।
ଏହି ମାମଲାଗୁଡ଼ିକରେ କନ୍ୟାଙ୍କ ବୃଦ୍ଧ ପିତାମାତା, ସାନ ଭାଇ ଗଣେଶ ଏବଂ ବଡ଼ ଭଉଣୀ ମଧ୍ୟ ସାମିଲ ଥିଲେ। ଗୁରୁଶରଣ କୁହନ୍ତି, "ମୋ ବାପା ଡାଏଲିସିସ୍ କରୁଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା ସମୟରେ ମୋ ସହ ଏପରି ଘଟିଥିଲା। ପ୍ରତି ମାସରେ ପୋଲିସ ଗୁରୁଗ୍ରାମରେ ଆମ ଘରକୁ ଆସି ପରିବାରକୁ ଧମକ ଦେଉଥିଲା। ମୋ ଅସୁସ୍ଥ ପିତା ଏବଂ ମାଆ ଭୟଭୀତ ଏବଂ ଚିନ୍ତିତ ଥିଲେ । ହେଲେ ମୋର ସାନ ଭାଇ ସବୁକିଛି ସହ୍ୟ କରି ବାରମ୍ବାର କୋର୍ଟ ଶୁଣାଣିରେ ଯୋଗ ଦେଉଥିଲେ । ସେତେବେଳେ ମୋ ସାନ ଭାଈଙ୍କୁ ମଧ୍ୟ ପୋଲିସଠାରୁ ଧମକ ମିଳୁଥିଲା।
ଗୁରୁଶରଣ କହିଛନ୍ତି ଯେ, କିଛିଦିନ ମଧ୍ୟରେ ମୋ ବାପାଙ୍କ ସ୍ୱାସ୍ଥ୍ୟ ହଠାତ୍ ଅତ୍ୟନ୍ତ ଖରାପ ହୋଇଗଲା । ବାପାଙ୍କ ଶେଷ ସମୟରେ ମୁଁ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିଲି । ଲଣ୍ଡନରେ ମତେ ଲୋକମାନେ କହିଥିଲେ ଯେ, ଭାରତରେ ପୋଲିସ ମତେ ଗିରଫ କରିପାରେ ତଥାବି ମୁଁ ଘରକୁ ଫେରିଥିଲି । ସେତେବେଳେ ମୋ ଭାଇ ଜେଲରେ ଥିଲେ ଏବଂ ମୋ ବାପା ହସ୍ପିଟାଲରେ ଥିଲେ। ମୋ ବାପାଙ୍କ ମୃତ୍ୟୁ ହେବା ପୂର୍ବ ସନ୍ଧ୍ୟାରେ ପୋଲିସ ମୋ ଭାଇକୁ ଛାଡିଦେଇଥିଲା । ମୋ ବାପାଙ୍କ ଶବଦାହ କରିବା ସମୟରେ, ମୁଁ ପ୍ରତିଜ୍ଞା କରିଥିଲି ଯେ, ଏହି ଲୋକମାନଙ୍କୁ ସହଜରେ ଛାଡିବି ନାହିଁ।
ଗୁରୁଶରଣ 2014 ରେ ଭାରତ ଫେରି ଆସିଥିଲେ। ଛଅ ବର୍ଷ ଧରି ସେ ପୂରା ମାମଲା ବିଷୟରେ ତଥ୍ୟ ସଂଗ୍ରହ କଲେ ଏବଂ କୋର୍ଟରେ କେସ୍ ଲଢ଼ିବାକୁ ପ୍ରସ୍ତୁତ ହେଲେ। ସେତେବେଳେ ଆର୍ଥିକ ସଙ୍କଟ ଗମ୍ଭୀର ଥିଲେ ମଧ୍ୟ ପ୍ରତି ମାସରେ ବିମାନ ଭଡ଼ା ପ୍ରାୟ 30,000 ଟଙ୍କା ଖର୍ଚ୍ଚ କରି ସେ କେସ୍ ଲଢୁଥିଲେ । କେବଳ ସେତିକି ନୁହେଁ, ସେ ଏକଥା ମଧ୍ୟ କହିଛନ୍ତି ଯେ, ପୋଲିସ ମୋତେ ଜେଲରେ ଭୋକିଲା ରଖିବା ସହ ଧମକ ଦେଇଥିଲା । ଶାଲିନୀ ଏବଂ ତାଙ୍କ ପରିବାରଙ୍କ ନିର୍ଦ୍ଦେଶରେ ପୋଲିସ ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।
31 ମଇ, 2014 ରାତି ପ୍ରାୟ 2 ଟା ସମୟରେ ଗୁରୁଗ୍ରାମ ପୋଲିସ ମୋ ମୁମ୍ବାଇ ସ୍ଥିତ ଘରେ ପହଞ୍ଚିଥିଲା ଏବଂ ମୋତେ ଗିରଫ କରି ଗୁରୁଗ୍ରାମକୁ ନେଇଯାଇଥିଲା। କୋର୍ଟରେ, ମୋତେ ଜଣେ ଦୋଷୀ ସାବ୍ୟସ୍ତ କରାଯାଇ ହାତକଡ଼ି ପିନ୍ଧାଯାଇଥିଲା। ମୋତେ ଗୁରୁଗ୍ରାମ ପୋଲିସ ଷ୍ଟେସନର ସେକ୍ଟର 56ରେ ସାତ ଦିନ ପାଇଁ ରିମାଣ୍ଡରେ ରଖାଯାଇଥିଲା । ସେଠାରେ ଶାଲିନୀ ଏବଂ ତାଙ୍କ ଭାଇ ମୋତେ ବାରମ୍ବାର ଦୁର୍ବ୍ୟବହାର କରିଥିଲେ ବୋଲି ଗୁରୁଶରଣ ଅଭିଯୋଗ କରିଛନ୍ତି । “ତିନିଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ, ମୁଁ ବର୍ଷ ବର୍ଷ ଧରି ମୋ ପରିବାର ସହିଥିବା ଆର୍ଥିକ କ୍ଷତି, କଳଙ୍କ ଏବଂ କଷ୍ଟ ପାଇଁ କ୍ଷତିପୂରଣ ପାଇବାକୁ ନିଷ୍ପତ୍ତି ନେଇଥିଲି। ମୁଁ ଗୁରୁଗ୍ରାମ କୋର୍ଟରେ ମୋର ପୂର୍ବତନ ପତ୍ନୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲି,” ବୋଲି ସେ କହିଛନ୍ତି।
ଗୁରୁଶରଣଙ୍କ ଓକିଲ ପ୍ରଦୀପ ନବନୀ କହିଛନ୍ତି ଯେ, ଶାଲିନୀ ଭାରତୀୟ ଦଣ୍ଡ ସଂହିତାର ଧାରା 498A (ଯୌତୁକ ନିର୍ଯାତନା) ଏବଂ ଘରୋଇ ହିଂସା ଅଧୀନରେ ମାମଲା ଦାୟର କରିଥିଲେ। ଗୁରୁଶରଣ ଏବଂ ତାଙ୍କ ଭାଇଙ୍କୁ ଦୁଇଥର ନିର୍ଦ୍ଦୋଷ ସାବ୍ୟସ୍ତ କରାଯାଇଥିଲା । ପ୍ରଥମେ ଟ୍ରାଏଲ୍ କୋର୍ଟରେ ଏବଂ ପରେ ସେସନ୍ସ କୋର୍ଟ ଦ୍ୱାରା ସେ ନିର୍ଦ୍ଦେଶ ସାବ୍ୟସ୍ତ ହୋଇଥିଲେ। ଆଇପିସିର ଧାରା 174A (ପଳାତକ ହେବାର ଅଭିଯୋଗ) ଅଧୀନରେ ତୃତୀୟ ମାମଲାକୁ ମଧ୍ୟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦ୍ୱାରା ଦୁଇଥର ଖାରଜ କରାଯାଇଛି। ବର୍ତ୍ତମାନ, କେବଳ ଭରଣପୋଷଣ ମାମଲା ବାକି ରହିଛି। ପ୍ରଦୀପ କହିଛନ୍ତି ଯେ, ଏହା ପ୍ରଥମ ଥର ସେ ଦେଖୁଛନ୍ତି ଯେ, ଜଣେ ସ୍ୱାମୀଙ୍କୁ ଫୌଜଦାରୀ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ କ୍ଷତିପୂରଣ ମାମଲା ଦାୟର କରୁଛନ୍ତି। କୋର୍ଟ ଶୁଣାଣି ପାଇଁ ମାମଲାକୁ ଗ୍ରହଣ କରି ଗୁରୁଶରଣଙ୍କ କ୍ଷତିପୂରଣ ଦାବି କରିବାର ଅଧିକାରକୁ ନିଶ୍ଚିତ କରିଛି।
ଦାବି କରାଯାଇଥିବା ପରିମାଣ ମୋର 1.8 କୋଟି ରହିଛି । ଯେଉଁଥିରେ ଗୁରୁଶରଣଙ୍କ ପାଇଁ 1.5 କୋଟି ଏବଂ ତାଙ୍କ ଭାଇଙ୍କ ପାଇଁ 30 ଲକ୍ଷ ଅନ୍ତର୍ଭୁକ୍ତ ରହିଛି। ଓକିଲ 1.8 କୋଟି ଦାବି ପାଇଁ ଚାରୋଟି ମୁଖ୍ୟ କାରଣ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ରହିଛି, ଗୁରୁଶରଣ ଅତି କମରେ ଦୁଇଥର ଚାକିରି ହରାଇଥିଲେ ଏବଂ ତାଙ୍କୁ ଲଣ୍ଡନ ଯିବାକୁ ପଡିଥିଲା। ତାଙ୍କ ବିରୁଦ୍ଧରେ ଚାଲିଥିବା ମାମଲା ଯୋଗୁଁ ସେ ମୁମ୍ବାଇର ପୌର ନିର୍ବାଚନରେ ଅଳ୍ପ ଭୋଟରେ ପରାସ୍ତ ହୋଇଥିଲେ। ଆଇନଗତ ଲଢ଼େଇ ସମୟରେ ତାଙ୍କ ପିତାମାତା ଉଭୟଙ୍କ ମୃତ୍ୟୁ ହୋଇଥିଲା, ଯାହା ତାଙ୍କୁ ମାନସିକ ଆଘାତ ଦେଇଥିଲା। ମାମଲାର ରାୟ 2ରୁ 3 ମାସ ମଧ୍ୟରେ ଆସିପାରେ । ତେବେ ଗୁରୁଶରଣଙ୍କ ମାମଲାରେ ଏହା ୧ରୁ ୧.୫ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଯାଇପାରେ । କିନ୍ତୁ ଆମେ ବିଜୟ ପାଇଁ ଆଶାବାଦୀ ବୋଲି ଓକିଲ କହିଛନ୍ତି।" ଅନ୍ୟପଟେ ଶାଲିନୀଙ୍କ ଓକିଲ ରିଷିରାଜ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।
Also Read- ପୁଣି ବିଜେଡିରେ ଛାଡ଼ପତ୍ର ଚର୍ଚ୍ଚା, ଏଥର କିଏ?