Advertisement
Article Detail0/zeeodisha/odisha772587
Zee OdishaOdisha National-Internationalଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ!

ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ!

ଭାରତୀୟଙ୍କୁ କେବେ ମିଳିବ କୋରୋନା ଟୀକା? ଏହାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ସେପଟେ ଆସନ୍ତାବର୍ଷ ମଧ୍ୟଭାଗ ବେଳକୁ ଟିକା ଆସିବା ନେଇ ଭାରତ ବାୟୋଟେକ ଆଶା ବ୍ୟକ୍ତ କରିଛି।

ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ!

ନୂଆଦିଲ୍ଲୀ: ପୋଖରୀରେ ପଦ୍ମ ଘୁଞ୍ଚ ଘୁଞ୍ଚି ଗଲା ପରି ଦେଶବାସୀଙ୍କଠୁ କୋରୋନା ଟୀକା ଦୂରେଇ ଦୂରେଇ ଯାଉଛି। ଆସନ୍ତାବର୍ଷ ଫେବୃଆରୀ ସୁଦ୍ଧା ଭାରତରେ କୋଭାକ୍ସିନ କୋରୋନା ଟୀକା ଉପଲବ୍ଧ ହେବା ନେଇ ଅନୁମାନ କରାଯାଇଥିଲା। କିନ୍ତୁ ଏବେ ଏହା ଜୁନ ସୁଦ୍ଧା ଉପଲବ୍ଧ ହେବ ବୋଲି ଟୀକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ କହିଛି। ଆଇସିଏମଆର ସହ ମିଶି ଭାରତ ବାୟୋଟେକ୍ ସ୍ୱଦେଶୀ ଜ୍ଞାନ କୌଶଳରେ କୋରୋନା ଟୀକା କୋଭାକ୍ସିନ ପ୍ରସ୍ତୁତ କରୁଛି। ଗତ ୨୨ ତାରିଖରେ ସରକାରୀ ଅନୁମତି ପରେ କମ୍ପାନୀ ଟୀକାର ତୃତୀୟ ପ୍ରର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ କରିଛି। ତେବେ ଦେଶର ପ୍ରାୟ ୧୪ଟି ରାଜ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ୱ ସ୍ୱଚ୍ଛାସେବୀଙ୍କ ଠାରେ ଏହି ପରୀକ୍ଷଣ କରିବାକୁ ବାୟୋଟେକ ଯୋଜନା ଚଳାଇଛି। କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପ୍ରର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି। ତେବେ ତୃତୀୟ ପ୍ରର୍ଯ୍ୟାୟରେ ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନରୁହେ, ତବେ ଏହାକୁ ଲୋକଙ୍କଠାରେ ବ୍ୟବହାର ପାଇଁ ସରକାର ଅନୁମତି ଦେଇପାରନ୍ତି। ସେପଟେ ଅକ୍ସୋଫର୍ଡର କୋରୋନା ଟୀକାରେ ପାର୍ଶ୍ୱପ୍ରତିକ୍ରୀୟା ଦେଖା ଦେବାକୁ ଏହାର ଟ୍ରାଇଲରେ ବିଳମ୍ବ ହେଉଛି। ତେବେ ପ୍ରକୃତରେ କେବେ ଏହି ପ୍ରତିଷେଧକ ଲୋକଙ୍କ ନିକଟରେ ପହଞ୍ଚିବ ତାହା ଏକ ବଡ ପ୍ରଶ୍ନ। ଦେଶରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୫୦ ହଜାର ଉପରେ ରହିଛି। ବର୍ତ୍ତମାନ ସୁଦ୍ଧା ୭୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଲକ୍ଷେ ୧୮ ହଜାର ଟପିଛି। ସେପଟେ ୭୦ ଲକ୍ଷରୁ ଅଧିକ ଲୋକ କୋରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ପାରିପାଶ୍ୱିକ ପରିସ୍ଥିତିକୁ ଦେଖାଯାଏ ତେବେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟିରୁ ଊର୍ଦ୍ଧ୍ୱ ହୋଇୁପାରେ ବୋଲି ଅନୁମାନ କରାଯାଉଛି।

Add Zee News as a Preferred Source