Covaxin ଟିକା ନେବା ପୂର୍ବରୁ ଦସ୍ତଖତ ହେଉଛି ସ୍ୱୀକୃତି ପତ୍ର
Advertisement

Covaxin ଟିକା ନେବା ପୂର୍ବରୁ ଦସ୍ତଖତ ହେଉଛି ସ୍ୱୀକୃତି ପତ୍ର

SIIର Covishieldର ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। Bharat Biotech Ltd (BBL) ର Covaxinର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟୟ ପରୀକ୍ଷଣ ସଫଳ ହୋଇଛି। କିନ୍ତୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିନାହିଁ। ଏବେ ବି Covaxin କ୍ଲିନିକାଲ ଟ୍ରାଏଲ ଷ୍ଟେଜରେ ଅଛି। 

 Covaxin ଟିକା ନେବା ପୂର୍ବରୁ ଦସ୍ତଖତ ହେଉଛି ସ୍ୱୀକୃତି ପତ୍ର

ନୂଆଦିଲ୍ଲୀ: ଆଜିଠାରୁ ଭାରତରେ ଆରମ୍ଭ ହୋଇଯାଇଛି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଲୋକଙ୍କୁ Covaxin ଓ Covishield ନାମକ ୨ଟି ଟିକା ଦିଆଯାଉଛି। କିନ୍ତୁ Covaxin ଟିକାକରଣ ବେଳେ ହିତାଧିକାରୀଙ୍କୁ ଏକ ସମ୍ମତି ପତ୍ରରେ ଦସ୍ତଖତ କରିବାକୁ ପଡୁଛି।

SIIର Covishieldର ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। Bharat Biotech Ltd (BBL) ର Covaxinର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟୟ ପରୀକ୍ଷଣ ସଫଳ ହୋଇଛି। କିନ୍ତୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିନାହିଁ। ଏବେ ବି Covaxin କ୍ଲିନିକାଲ ଟ୍ରାଏଲ ଷ୍ଟେଜରେ ଅଛି। ଟିକାର ଜରୁରୀ ବ୍ୟବହାର ବ୍ୟବହାର ଉପରେ କଟକଣା ଲାଗିଛି, ତଥାପି ଏହାକୁ ଗଣଟିକାକରଣରେ ସାମିଲ କରାଯାଉଛି। 

Also Read: କୋରୋନା ଉପରେ ବ୍ରହ୍ମାସ୍ତ୍ର; ଆଜିଠୁ ଦେଶବ୍ୟାପୀ ଟିକାକରଣ, ରାଜ୍ୟର ଏହି ସ୍ଥାନରେ ମିଳିବ ଭ୍ୟାକ୍ସିନ

ସରକାରଙ୍କ ବିନା ଅନୁମତିରେ ବହୁ ସଂଖ୍ୟକ ଲୋକଙ୍କଠାରେ Covaxin ଟିକାକରଣ ହେଉଛି। Covaxin ଓ Covishield ଦୁଇଟି ଟିକା ଦିଆଯାଉଥିବା ବେଳେ ଲୋକଙ୍କୁ ଚୟନର ସୁଯୋଗ ଦିଆଯାଉ ନାହିଁ। ଯେଉଁମାନଙ୍କୁ Covaxin ଟିକା ଦିଆଯାଉଛି ସେମାନଙ୍କ ଠାରୁ ଲିଖିତ ଭାବେ ଏକ ସ୍ୱୀକୃତି ପତ୍ର ରଖାଯାଉଛି। ଯେଉଁଥିରେ ଏହି ନିର୍ଦ୍ଧିଷ୍ଟ ଟିକା ନେଇଥିବା ବ୍ୟକ୍ତିଙ୍କୁ ସ୍ୱୀକୃତି ପତ୍ରରେ ସ୍ୱାକ୍ଷର କରିବାକୁ ପଡୁଛି। 

fallback

Bharat Biotech Ltd ର ଏହି ସ୍ୱୀକୃତି ପତ୍ରକୁ COVAXINTM ବୋଲି କୁହାଯାଉଛି। ଏଥିରେ କମ୍ପାନୀ ସ୍ପଷ୍ଟ ଭାବେ ଲେଖିଛି ଯେ, Covaxinକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିନାହିଁ। ଏହି ଟିକା ନେଲା ପରେ ମଧ୍ୟ ବ୍ୟକ୍ତି ସୁରକ୍ଷିତ ନୁହଁନ୍ତି, ସେମାନଙ୍କୁ ସତର୍କ ରହିବାକୁ ପଡିବ। ଯଦି ଟିକା ନେଲାପରେ କାହାର କୌଣସି ଅସୁବିଧା ହୁଏ ତେବେ BBL ତାଙ୍କୁ କ୍ଷତିପୂରଣ ଦେବ। କିନ୍ତୁ ଏଥିପାଇଁ Covaxin ଟିକା ଦାୟୀ ବୋଲି ପ୍ରମାଣିତ ହେବା ଜରୁରୀ।

Also Read: ପ୍ରହଲ୍ଲାଦଙ୍କୁ ପ୍ରଥମ ଟିକା

COVAXINTM ମାଧ୍ୟମରେ ଟିକା ନେଇଥିବା ବ୍ୟକ୍ତି ନିଜର ଘୋଷଣାନାମାକୁ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମରେ ସଂଗୃହିତ ରଖିବାକୁ ଅନୁମତି ଦେଇଥାଏ। ତେବେ Covaxin ଟିକା ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଜ୍ୱର, ଯନ୍ତ୍ରଣା ଭଳି ଲକ୍ଷଣକୁ ସାତ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ କରାଯିବ। ପରିଶେଷରେ ସରକାରଙ୍କୁ ଏହାର ରିପୋର୍ଟ ଦିଆଯିବ।

fallback

Covaxinର ଟିକାକରଣକୁ ନେଇ ପୂର୍ବରୁ ବିରୋଧି ଦଳ ଓ କିଛି ବୈଜ୍ଞାନିକ ଆପତ୍ତି ଜଣାଇଛନ୍ତି। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇନଥିବା ଟିକାକୁ ଗଣଟିକାକରଣ କରିବା ଅନୁଚିତ ବୋଲି ସେମାନେ କହିଛନ୍ତି। କିନ୍ତୁ ସରକାର ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସର୍ତ୍ତମୂଳକ ଭାବେ Covaxinର ଟିକାକରଣକୁ ଅନୁମତି ଦେଇଛନ୍ତି।