Advertisement
Article Detail0/zeeodisha/odisha694561
Zee OdishaOdisha National-Internationalକୋରୋନା ମାମଲାରେ ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର

କୋରୋନା ମାମଲାରେ ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର

ବର୍ତ୍ତମାନ ଯାଏ ମହାରାଷ୍ଟ୍ରରେ ୩,୫୯୦ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କୋରୋନା ମାମଲା ୯୭,୬୪୮ରେ ପହଞ୍ଚିଛି । 

କୋରୋନା ମାମଲାରେ ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର

ମୁମ୍ୱାଇ: ମହାରାଷ୍ଟ୍ରରେ କୋରୋନା ଭୂତାଣୁର ଗତି ବଢ଼ିବାରେ ଲାଗିଛି । ଦେଶର କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ର ଟପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩,୬୦୭ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ କୋରୋନା ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଯୋଗୁଁ ୧୫୨ ଜଣଙ୍କର ମୃତ୍ୟୁ ଘଟିଛି ।

ଫଳରେ ବର୍ତ୍ତମାନ ଯାଏ ମହାରାଷ୍ଟ୍ରରେ ୩,୫୯୦ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କୋରୋନା ମାମଲା ୯୭,୬୪୮ରେ ପହଞ୍ଚିଛି । ଏହା ବ୍ୟତୀତ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୪୭,୯୬୮ ରହିଛି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୪୬,୦୭୮ ସଂକ୍ରମିତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଅନ୍ୟପକ୍ଷେ ମୁମ୍ବାଇରେ ୫୪,୦୮୫ କୋରୋନା ମାମଲା ରହିଛି । ଏହାସହ ମୁମ୍ବାଇରେ ୧୯୫୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପକ୍ଷେ ଏହି ସମୟରେ କୋରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ବିଶ୍ୱର ୧୦ଟି ଦେଶ ତାଲିକାରେ ବ୍ରିଟେନକୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ବର୍ତ୍ତମାନ ଯାଏ ଦେଶରେ ୨ ଲକ୍ଷ ୯୩ ​​ହଜାର ୭୫୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ପୂର୍ବରୁ ଚତୁର୍ଥ ସ୍ଥାନରେ ଥିବା ବ୍ରିଟେନରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୫୫୮ ରହିଛି । ଭାରତ ବର୍ତ୍ତମାନ ଋଷ, ବ୍ରାଜିଲ୍ ଏବଂ ଆମେରିକା ପଛରେ ରହିଯାଇଛି । 

Add Zee News as a Preferred Source
About the Author