ବର୍ତ୍ତମାନ ପର୍ଯ୍ୟନ୍ତ ଋଷରେ ମୋଟ ସଂକ୍ରମଣ ମାମଲା ପ୍ରାୟ ୯୦ ହଜାର ରହିଛି । ଯେଉଁଥିରୁ ୭୪୭ ଜଣଙ୍କ ମୃତ୍ୟୁ ଘଟିଛି ।
Trending Photos
ମସ୍କୋ: ମାର୍ଚ୍ଚରୁ ବର୍ତ୍ତମାନ ପର୍ଯ୍ୟନ୍ତ ଋଷର ସେନାରେ ସଂକ୍ରମିତ ଯବାନଙ୍କ ସଂଖ୍ୟା ୮୦୦ ଅତିକ୍ରମ କରିଛି । ରବିବାର ଦିନ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ଯବାନଙ୍କୁ ଘରେ କ୍ୱାରେଣ୍ଟାଇନ କରାଯାଏ । ଏହା ବ୍ୟତୀତ ଅନ୍ୟ ସମସ୍ତ ଯବାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଥି ମଧ୍ୟରୁ କୋରୋନା ସଂକ୍ରମିତ ଜଣେ ଯବାନ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ଋଷରେ ମୋଟ ସଂକ୍ରମଣ ମାମଲା ପ୍ରାୟ ୯୦ ହଜାର ରହିଛି । ଯେଉଁଥିରୁ ୭୪୭ ଜଣଙ୍କ ମୃତ୍ୟୁ ଘଟିଛି । ମାର୍ଚ୍ଚ ଶେଷରୁ ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ୍ ବଳବତ୍ତର ରହିଛି । ଗ୍ରୋସରୀ, ବ୍ୟାଙ୍କ, ଫାର୍ମାସି ପରି କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିଛି । ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି । କୋଭିଡ-29 ମହାମାରୀ ଯୋଗୁଁ ମେ ୯ରେ ଅନୁଷ୍ଠିତ ହେବାକୁ ଥିବା ପାରମ୍ପାରିକ ସାମରିକ ପ୍ୟାରେଡକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖିଥିଲେ । ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀର ପରାଜୟ ତଥା ଋଷର ବିଜୟ ଦିବସ ଭାବେ ପ୍ୟାରେଡ ଅନୁଷ୍ଠିତ କରାଯାଇଥାଏ ।