ପୁଣି ଟେନସନ୍ ବଢ଼ାଇଲା କୋରୋନା! ଏହି ୩ଟି ରାଜ୍ୟରେ ମିଳିଲା ଡେଲଟା ପ୍ଲସ୍ ଭାରିଆଣ୍ଟ
Advertisement

ପୁଣି ଟେନସନ୍ ବଢ଼ାଇଲା କୋରୋନା! ଏହି ୩ଟି ରାଜ୍ୟରେ ମିଳିଲା ଡେଲଟା ପ୍ଲସ୍ ଭାରିଆଣ୍ଟ

କୋରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଡେଲଟା ପ୍ଲସ୍ ଭାରିଆଣ୍ଟ (Delta Plus Variant) ର ୨୧ଟି ମାମଲା ଚିହ୍ନଟ ହୋଇଛି ।

ପୁଣି ଟେନସନ୍ ବଢ଼ାଇଲା କୋରୋନା! ଏହି ୩ଟି ରାଜ୍ୟରେ ମିଳିଲା ଡେଲଟା ପ୍ଲସ୍ ଭାରିଆଣ୍ଟ

ନୂଆଦିଲ୍ଲୀ: କୋରୋନାର ଦ୍ୱିତୀୟ ଲହର (Second Wave of Coronavirus) ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହି ଲହରରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । କେବଳ ଏତିକି ନୁହେଁ, କୋରୋନାର ଡେଲଟା ଭାରିଆଣ୍ଟ (Delta Variant) କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱର ଅନେକ ଦେଶ ପାଇଁ ଏକ ସମସ୍ୟା ପାଲଟିଛି । ବର୍ତ୍ତମାନ ଏଥିରୁ ଆଉ ଏକ ନୂତନ ଭାରିଆଣ୍ଟ ଜନ୍ମ ହୋଇଛି ଯାହାକୁ ଡେଲଟା ପ୍ଲସ୍ ଭାରିଆଣ୍ଟ (Delta Plus Variant) ନାମରେ ନାମିତ କରାଯାଇଛି । ଏହି ନୂତନ ପ୍ରକାରର ମାମଲା ଭାରତର ଅନେକ ରାଜ୍ୟରୁ ଆସିବା ଆରମ୍ଭ ହୋଇସାରିଛି ।

ଅଧିକ ପଢ଼ନ୍ତୁ:-ଦେଶରେ ୩ ମାସ ପରେ ୫୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ

ମହାରାଷ୍ଟ୍ରରେ ମିଳିଛି ୨୧ଟି ମାମଲା 

କୋରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଡେଲଟା ପ୍ଲସ୍ ଭାରିଆଣ୍ଟ (Delta Plus Variant) ର ୨୧ଟି ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୋମବାର କହିଛନ୍ତି ଯେ ଏହି ମାମଲାଗୁଡ଼ିକ ମଧ୍ୟରୁ ୯ଟି ମାମଲା ରତ୍ନାଗିରି, ୭ ଜଲଗାଁଓ ୨ ମୁମ୍ୱାଇ ଏହା ବ୍ୟତୀତ ୧-୧ ସିନ୍ଧୁଦର୍ଗ, ଥାନେ ଏବଂ ପାଲଗଢ଼ ଜିଲ୍ଲାରେ ରହିଛି । ରାଜ୍ୟ ସରକାର ବର୍ତ୍ତମାନ ଜିନୋମ ସିକ୍ୱେନ୍ସିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ପ୍ରତ୍ୟେକ ଜିଲ୍ଲାରୁ ୧୦୦ଟି ନମୁନା ନେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମେ ୧୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୭,୫୦୦ ନମୁନା ନିଆଯାଇଛି ଯେଉଁଥିରେ ଡେଲଟା ପ୍ଲସର ପ୍ରାୟ ୨୧ଟି ମାମଲା ରହିଛି ।

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

କେରଳରେ ପ୍ରଥମ ମାମଲା

ଅନ୍ୟପକ୍ଷରେ ଦକ୍ଷିଣର ରାଜ୍ୟ କେରଳରେ ଡେଲଟା ପ୍ଲସ୍ ଭାରିଆଣ୍ଟ (Delta Plus Variant) ମଧ୍ୟ ଏଣ୍ଟ୍ରି ମାରିସାରିଛି । କେରଳର ଦୁଇଟି ଜିଲ୍ଲା ପଲକ୍କଡ ଓ ପଥନମଥିଟ୍ଟାରୁ ସଂଗ୍ରହ କରାଯାଇଥିବା ନମୁନାରୁ ଡେଲ୍ଟା-ପ୍ଲସ୍ ଭାରିଆଣ୍ଟର ଅତି କମରେ ତିନୋଟି ମାମଲା ଚିହ୍ନଟ କରାଯାଇଛି । ପଥନମଥିଟ୍ଟା ଜିଲ୍ଲା ମାଜିଷ୍ଟ୍ରେଟ୍ ଡକ୍ଟର ନରସିଂହୁଗରୀ ଟି.ଏଲ୍ ରେଡ୍ଡୀ କହିଛନ୍ତି ଯେ ଜିଲ୍ଲାର କାଡାପାରା ପଞ୍ଚାୟତର ଜଣେ ଚାରି ବର୍ଷର ଶିଶୁ ଏହି ନୂତନ ଡେଲ୍ଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଏହାର ପ୍ରସାରକୁ ରୋକିବା ପାଇଁ ଦୁଇ ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ପ୍ରଶାସନ କଡା ପଦକ୍ଷେପ ନେଇଛି ବୋଲି ଅଧିକାରୀ କହିଛନ୍ତି । ଗତ ସପ୍ତାହରେ NITI ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି.କେ ପାଲ କହିଥିଲେ ଯେ ନୂତନ ଆବିଷ୍କୃତ ଡେଲଟା ପ୍ଲସ୍ ଭାରିଆଣ୍ଟ (Delta Plus Variant) ଏପର୍ଯ୍ୟନ୍ତ ଚିନ୍ତାର ବିଷୟ ନୁହେଁ ।

ଭୋପାଳରେ ମଧ୍ୟ ସାମ୍ନାକୁ ଆସିଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟର ମାମଲା 

ମଧ୍ୟପ୍ରଦେଶର ଭୋପାଳରୁ ଡେଲଟା ପ୍ଲସ୍ ଭାରିଆଣ୍ଟ (Delta Plus Variant) ର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ଗୁରୁବାର ରାଜଧାନୀରେ ଜଣେ ୬୫ ବର୍ଷୀୟା ମହିଳା କୋରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ମଧ୍ୟପ୍ରଦେଶରେ ମହାମାରୀର ଦ୍ୱିତୀୟ ଲହରର ଗତି ମନ୍ଥର ହେଉଛି । ସେପଟେ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ମଧ୍ୟ କୋହଳ କରାଯାଉଛି ।

ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କୁ ଅପେକ୍ଷା କରାଇଥିବା ମମତାଙ୍କ ମୁଖ୍ୟ ପରାମର୍ଶଦାତା ଅଲପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଏହି ଆକ୍ସନ ନେବେ କେନ୍ଦ୍ର ସରକାର

ଏଭଳି ସମୟରେ ଏକ ନୂତନ ଭାରିଆଣ୍ଟର ଏଣ୍ଟ୍ରି ଯୋଗୁଁ ପ୍ରଶାସନର ଚିନ୍ତା ବଢିଯାଇଛି । ଅଧିକାରୀଙ୍କ କହିବାନୁସାରେ, ମହିଳାଙ୍କ ନମୁନା ମେ ୨୩ରେ ନିଆଯାଇଥିଲା ଏବଂ ବୁଧବାର ଏନସିଡିସି ପକ୍ଷରୁ ମିଳିଥିବା ରିପୋର୍ଟରେ ତାଙ୍କୁ ଡେଲଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ବୋଲି ନିଶ୍ଚିତ କରିଥିଲା । ଏଥିସହିତ ସୂତ୍ରରୁ ପ୍ରକାଶ ଯେ ମହିଳା ଜଣକ କୋଭିଡ-19 ଟିକାର ଉଭୟ ଡୋଜ୍ ନେଇସାରିଛନ୍ତି ।

କିଛି ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରଥମେ ମିଳିଥିବା କୋଭିଡ-19ର ଅତ୍ୟଧିକ ସଂକ୍ରାମକ ଡେଲଟା ପ୍ରକାର B.1.617.2 ର ଡେଲଟା ପ୍ଲସ୍ ଭାରିଆଣ୍ଟରେ ପରିବର୍ତ୍ତନ ହୋଇଥିବାର ଆଶା କରାଯାଉଛି । ଭାରତରେ ଡେଲଟା ଭାରିଆଣ୍ଟକୁ ପ୍ରଥମେ ଚିହ୍ନଟ କରାଯାଇଥିଲା ଏବଂ ଦେଶରେ ଦ୍ୱିତୀୟ ଲହର ପାଇଁ ଓ ବ୍ରିଟେନ ସମେତ  ଅନ୍ୟାନ୍ୟ ସ୍ଥାନରେ ସଂକ୍ରମଣ ବିସ୍ତାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।