ଦେଶରେ ଚାଲିଥିବା ଲକଡାଉନ୍ ସତ୍ତ୍ୱେ ସଂକ୍ରମିତ ସଂଖ୍ୟା ୫୬ ହଜାର ଅତିକ୍ରମ କରିଛି । ଭାରତରେ କୋରୋନା ସଂକ୍ରମଣର ସଂଖ୍ୟା ୫୬,୬୩୪୨କୁ ବୃଦ୍ଧି ପାଇଛି ।
Trending Photos
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତ କୋରୋନା ସଙ୍କଟର ମୁକାବିଲା କରୁଛି । ଏହା ଅନ୍ତର୍ଗତ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଯାହା ମେ ୧୭ରେ ଶେଷ ହେବ । ଏହା ସତ୍ତ୍ୱେ ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଅତିକ୍ରମ କରିଛି । ଶୁକ୍ରବାର ୩୩୮ଟି ନୂଆ କୋରୋନା ମାମଲା ଆସିବା ପରେ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣର ମୋଟ ମାମଲା ୬,୩୧୮କୁ ବୃଦ୍ଧି ପାଇଛି । ଏଥି ସହିତ ଗତ ୨୪ ଘଣ୍ଟା ୮୯ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦୨୦ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାସହ ଏପର୍ଯ୍ୟନ୍ତ ରାଜଧାନୀରେ ମୃତ୍ୟୁ ସଂଖ୍ୟା ୬୮ରେ ପହଞ୍ଚିଛି ।
ଅନ୍ୟପକ୍ଷେ ସାରା ଦେଶରେ କୋରୋନା ଭାଇରସ ବିପର୍ଯ୍ୟୟ ଘଟାଇ ଚାଲିଛି । ଦେଶରେ ଚାଲିଥିବା ଲକଡାଉନ୍ ସତ୍ତ୍ୱେ ସଂକ୍ରମିତ ସଂଖ୍ୟା ୫୬ ହଜାର ଅତିକ୍ରମ କରିଛି । ଭାରତରେ କୋରୋନା ସଂକ୍ରମଣର ସଂଖ୍ୟା ୫୬,୬୩୪୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ଟି କୋରୋନା ମାମଲା ପୃଷ୍ଟି ହୋଇଥିବାବେଳେ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୬,୫୪୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ତଥାପି ସୁସ୍ଥ ହାର ଦୃଷ୍ଟିରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୯.୩୫ ପ୍ରତିଶତ ରିକଭରୀ ହାର ଅଛି । ଦେଶରେ କୋରୋନା ଭାଇରସ କାରଣରୁ ୧୮୮୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।