ୟୁପିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଶୁକ୍ରବାର ସକାଳେ ଦିଲ୍ଲୀରୁ ୧୦୨ କିଲୋମିଟର ଦୂର ପଶ୍ଚିମ ୟୁପିର ବୁଲନ୍ଦଶହର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୨ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । 

ୟୁପିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଲକ୍ଷ୍ନୌ: ଲକଡାଉନ୍ ମଧ୍ୟରେ ସଡ଼କ ଦୁର୍ଘଟଣା କ୍ରମାଗତ ବଢ଼ିବାରେ ଲାଗିଛି । ଏହି ଦୁର୍ଘଟଣାର ଶିକାର ହେଉଛନ୍ତି ପ୍ରବାସୀ ଶ୍ରମିକ । ଗୁରୁବାର ରାତିରେ ଉତ୍ତରପ୍ରଦେଶରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୫ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହା ସହ ଅନେକ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । ଶୁକ୍ରବାର ସକାଳେ ଦିଲ୍ଲୀରୁ ୧୦୨ କିଲୋମିଟର ଦୂର ପଶ୍ଚିମ ୟୁପିର ବୁଲନ୍ଦଶହର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୨ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ପ୍ରବାସୀ ଶ୍ରମିକମାନେ ଗୁଜୁରାଟର ସୁରଟରୁ ୟୁପିର ବିଜନୋରକୁ ଯାଉଥିଲେ । ସୂଚନା ଅନୁଯାୟୀ, ମିନି ଟ୍ରକ୍ ଇଲେକ୍ଟ୍ରିକ୍ ପୋଲକୁ ଧକ୍କା ଦେବା ପରେ ଓଲଟି ପଡିଥିଲା । ଦୁର୍ଘଟଣା ପରେ ଜଣେ ମହିଳା ଦୁଇ ପିଲାଙ୍କ ସହ ଆମ୍ବୁଲାନ୍ସରେ ବସିଥିବାର ଦେଖାଯାଇଛି । ଅନ୍ୟ ପିଲାଟି ଏକ ବ୍ୟାଣ୍ଡେଜରେ ବନ୍ଧା ହୋଇଥିବା ବେଳେ ଗୋଟିଏ ପିଲା ତାଙ୍କ କୋଳରେ କାନ୍ଦୁଛି ।

ଅନ୍ୟ ଏକ ଦୁର୍ଘଟଣାରେ ପୂର୍ବ ଉତ୍ତରପ୍ରଦେଶର ଗୁରୁବାର ରାତିରେ ମିର୍ଜାପୁର ଜିଲ୍ଲାରେ ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ପ୍ରବାସୀ ଶ୍ରମିକମାନେ ଟୟୋଟା ଇନୋଭାରେ ମୁମ୍ବାଇରୁ ବିହାରକୁ ଯାଉଥିଲେ । ଏଥିରେ ୭ ଜଣ ଯାତ୍ରୀ ଥିଲେ । ସେମାନେ ରାଜପଥ ପାର୍ଶ୍ୱରେ ବାହନ ଛିଡ଼ା କରାଇ ଶୋଇଥିଲେ । ଏହି ସମୟରେ ହାଇ ସ୍ପିଡ୍ ଡମ୍ପର ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ରାଜ୍ୟ ରାଜଧାନୀ ଲକ୍ଷ୍ନୌ ଠାରୁ ପ୍ରାୟ ୧୮୦ କିଲୋମିଟର ଦୂରରେ ଥିବା ଔରାୟା ଜିଲ୍ଲାରେ ୨୬ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ୟୁପି ଶନିବାର ପ୍ରବାସୀ ଶ୍ରମିକଙ୍କ ପ୍ରବେଶ ପାଇଁ ଏହାର ସୀମା ବନ୍ଦ କରିଦେଇଛି । ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ନିରାପଦରେ ଫେରିବା ପାଇଁ ସରକାରୀ ବସ୍ ସୁବିଧା ଯୋଗାଇଦେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଘରେ ପହଞ୍ଚିବା ପାଇଁ ୧୦,୦୦୦ରୁ ଅଧିକ ସରକାରୀ ବସ୍ ଆରମ୍ଭ କରିବାର ଦାବି କରାଯାଇଛି ।