ରାଜଧାନୀବାସୀଙ୍କ ପାଇଁ ଭଲ ଖବର: କମୁଛି ସଂକ୍ରମିତଙ୍କ ସଂଖ୍ୟା, ସୁସ୍ଥ ହାର ଛୁଇଁଲା ୮୪.୭୮ ପ୍ରତିଶତ
Advertisement
Article Detail0/zeeodisha/odisha714844

ରାଜଧାନୀବାସୀଙ୍କ ପାଇଁ ଭଲ ଖବର: କମୁଛି ସଂକ୍ରମିତଙ୍କ ସଂଖ୍ୟା, ସୁସ୍ଥ ହାର ଛୁଇଁଲା ୮୪.୭୮ ପ୍ରତିଶତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧,୭୮୪ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଯାହା ପରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ସମୁଦାୟ ୧,୦୪,୯୧୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ରାଜଧାନୀବାସୀଙ୍କ ପାଇଁ ଭଲ ଖବର: କମୁଛି ସଂକ୍ରମିତଙ୍କ ସଂଖ୍ୟା, ସୁସ୍ଥ ହାର ଛୁଇଁଲା ୮୪.୭୮ ପ୍ରତିଶତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ କୋରୋନା ଭାଇରସ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଅନ୍ୟପକ୍ଷେ ଦେଶର ରାଜଧାନୀ ଦିଲ୍ଲୀରେ ଲଗାତର କୋରୋନା ମାମଲାରେ ହ୍ରାସ ରେକର୍ଡ କରାଯାଉଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମିତ ମାମଲାରେ ହ୍ରାସ ଦେଖାଦେଇଛି । ରାଜଧାନୀରେ କୋରୋନାର ନୂଆ ମାମଲାରେ କମି ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ରାଜଧାନୀରେ ୯୫୪ ନୂଆ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ମେ ୨୭ ଠାରୁ ଏହା ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମିତଙ୍କ ମାମଲା ୧୦୦୦ରୁ କମ୍ ରେକର୍ଡ କରାଯାଇଛି । ଏହି ୯୫୪ ନୂଆ ସଂକ୍ରମିତ ମାମଲା ସହିତ ଦିଲ୍ଲୀର ମୋଟ କୋରୋନା ମାମଲା ୧,୨୩,୭୪୭କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧,୭୮୪ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଯାହା ପରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ସମୁଦାୟ ୧,୦୪,୯୧୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୫ ରୋଗୀଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜଧାନୀରେ ଏପର୍ଯ୍ୟନ୍ତ ୩,୬୬୩ କୋରୋନା ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ସମୁଦାୟ ୧୫,୧୬୬ ସକ୍ରିୟ କୋରୋନା ମାମଲା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୪,୧୭୭ RT-PCR ଟେଷ୍ଟ ଓ ୭,୨୯୩ ରାପିଡ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ କରାଯାଇଥିବା ମୋଟ ପରୀକ୍ଷା ସଂଖ୍ୟା ହେଉଛି ୧୧,୪୭୦ । ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୮,୩୦,୪୫୯ କୋରୋନା ପରୀକ୍ଷା କରାଯାଇଛି । ହୋମ ଆଇସୋଲେଶନରେ ୮,୩୭୯ ସଂକ୍ରମିତ ଅଛନ୍ତି । ଦେଶର ରାଜଧାନୀରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ହାରରେ ଲଗାତର ସୁଧାର ହେଉଛି । ବର୍ତ୍ତମାନ ସଂକ୍ରମିତଙ୍କ ସୁସ୍ଥ ହାର ୮୪.୭୮ ପ୍ରତିଶତରେ ପହଞ୍ଚିଛି । ଅନ୍ୟପକ୍ଷେ ଏଠାରେ ସଂକ୍ରମିତଙ୍କ ମୃତ୍ୟୁ ହାର ୨.୯ ପ୍ରତିଶତ ରହିଛି ।

;