ଦେଶରେ ୮ ଲକ୍ଷ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୬,୫୦୬ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି ।

ଦେଶରେ ୮ ଲକ୍ଷ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ସଂକ୍ରମଣ ମାମଲା ଲଗାତର ବଢ଼ିବାରେ ଲାଗିଛି । ଦେଶରେ ଶୁକ୍ରବାର ସନ୍ଧ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି । ବିଭିନ୍ନ ରାଜ୍ୟରୁ ଆସିଥିବା ନୂଆ କୋରୋନା ମାମଲା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ପାର କରିଛି । ଅନ୍ୟପଟେ ଶୁକ୍ରବାର ସକାଳ ସୁଦ୍ଧା ବା ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନା ସଂକ୍ରମିତଙ୍କ ମାମଲାରେ ରେକର୍ଡ ବୃଦ୍ଧି ଘଟିଥିଲା । ଆଜି ସକାଳ ସୁଦ୍ଧା ବା ଗୋଟିଏ ଦିନରେ ଦେଶରେ ୨୬,୫୦୬ ନୂଆ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କୋରୋନା ମାମଲା ଚିହ୍ନଟ ହେବାର ରେକର୍ଡ ହୋଇଛି ।  

ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୬,୫୦୬ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶୁକ୍ରବାର ସକାଳେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭,୯୩,୮୦୨ ରେ ପହଞ୍ଚିଥିଲା । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୪୭୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଦେଶରେ କୋରୋନା ଜନିତ ମୃତକଙ୍କ ସଂଖ୍ୟା ୨୧,୬୦୪ରେ ପହଞ୍ଚିଥିଲା । ଏହା ବ୍ୟତୀତ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ହାର ମଧ୍ୟ ୬୨.୪୨ରେ ପହଞ୍ଚିଛି । ଏହାସହ ଦେଶରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ସଂଖ୍ୟା ୪,୯୫,୫୧୩ରେ ପହଞ୍ଚିଛି ।ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଏଠାରେ ୬,୮୭୫ ନୂତନ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।