Advertisement
Article Detail0/zeeodisha/odisha674918
Zee OdishaOdisha National-Internationalମହାରାଷ୍ଟ୍ରରେ ୧୦ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମୁମ୍ୱାଇରେ ୭,୦୬୧ ମାମଲା

ମହାରାଷ୍ଟ୍ରରେ ୧୦ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମୁମ୍ୱାଇରେ ୭,୦୬୧ ମାମଲା

ଏସିଆର ସବୁଠୁ ବଡ଼ ବସ୍ତି ମୁମ୍ବାଇର ଧାରାବୀରେ ଗୁରୁବାର ୨୫ ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏଠାରେ ବର୍ତ୍ତମାନ ସୁଦ୍ଧା ୩୬୯ ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । 

ମହାରାଷ୍ଟ୍ରରେ ୧୦ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମୁମ୍ୱାଇରେ ୭,୦୬୧ ମାମଲା

ମୁମ୍ବାଇ: ଦେଶରେ କୋରୋନା ଭାଇରସ ପ୍ରକୋପ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଯାଏ ଭାରତରେ କୋରୋନା ଯୋଗୁଁ ୩୩ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । । ଏହା ବ୍ୟତୀତ ଏପର୍ଯ୍ୟନ୍ତ ୧,୦୭୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ ଦେଶରେ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଟପରେ ରହିଛି । ଏଠାରେ କୋରୋନା ସଂକ୍ରମିତ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି । ଗୁରୁବାର ମହାରାଷ୍ଟ୍ରରେ ୫୮୩ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୪୯୮ରେ ପହଞ୍ଚିଛି । ଏଥି ସହିତ କେବଳ ମୁମ୍ବାଇର ୭,୦୬୧ କୋରୋନା ସଂକ୍ରମିତ ଅଛନ୍ତି । ଆଜି ମହାରାଷ୍ଟ୍ରରେ କୋରୋନା ଯୋଗୁଁ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୫୯ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଏସିଆର ସବୁଠୁ ବଡ଼ ବସ୍ତି ମୁମ୍ବାଇର ଧାରାବୀରେ ଗୁରୁବାର ୨୫ ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏଠାରେ ବର୍ତ୍ତମାନ ସୁଦ୍ଧା ୩୬୯ ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ବୃତନ୍ମୁମ୍ୱାଇ ମହାନଗର ପାଲିକା (ବିଏମସି) ର ଜଣେ ଅଧିକାରୀ କହିଛନ୍ତି ଯେ, ଶିବ ଶକ୍ତି ନଗର, ଶାସ୍ତ୍ରୀ ନଗର, ପିଏମଜିପି କଲୋନୀ, ଧୋରୱାଡା, ଟ୍ରାଞ୍ଜିଟ୍ କ୍ୟାମ୍ପ, ଇନ୍ଦିରା ନଗର, ମୁସଲିମ ନଗର, ଚୌଗୁଲେ ଚାଲ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଏହି ନୂଆ ମାମଲା ଆସିଛି । ସେ କହିଛନ୍ତି ଯେ ଧାରାବୀରେ ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ କୋରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୩୩,୬୧୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୭୩ଟି କୋରୋନା ପଜିଟିଭ ମାମଲା ମିଳିଛି । ଏହାସହ ୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ଦେଶର କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ୧୦୭୫ ଜଣଙ୍କର ମୃତ୍ୟୁ ଘଟିଛି ।  ଯଦିଓ ୮,୩୭୩ ରୋଗୀ ମଧ୍ୟ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । 

Add Zee News as a Preferred Source
About the Author