ଅନ୍ୟପକ୍ଷେ ତ୍ରିପୁରାରେ ୨ ଜଣ ଯବାନଙ୍କୁ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପାକିସ୍ତାନ ଏବଂ ବାଂଲାଦେଶ ସହିତ ଭାରତୀୟ ସୀମାର ସୁରକ୍ଷା ପାଇଁ ବିଏସଏଫ ନିୟୋଜିତ ଥାଆନ୍ତି । ବିଭିନ୍ନ ପ୍ରକାରର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ରଖାଯାଇଛି ।
Trending Photos
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ସୀମା ସୁରକ୍ଷା ବଳ (ବିଏସଏଫ)ର ୯ ଜଣ କର୍ମଚାରୀଙ୍କୁ କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଅଧିକାରୀମାନେ ଶନିବାର ଏନେଇ ସୂଚନା ଦେଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ, ଦିଲ୍ଲୀ ପୋଲିସକୁ ସାହାଯ୍ୟ କରିବା ପାଇଁ ଗତ କିଛି ସପ୍ତାହ ମଧ୍ୟରେ ଜାମିଆ ଏବଂ ଜାମା ମସଜିଦ ଅଞ୍ଚଳରେ ଏହି ଯବାନମାନଙ୍କୁ ନିୟୋଜିତ କରାଯାଇଥିଲା । ଦିଲ୍ଲୀର ୯ ଜଣ ବିଏସଏଫ ଯବାନଙ୍କ ମଧ୍ୟରେ କୋରୋନା ଭୂତାଣୁ ସଂକ୍ରମଣ ନିଶ୍ଚିତ ହୋଇଛି । ଏହି ଯବାନଙ୍କୁ ଗ୍ରେଟର ନୋଏଡାର CAPF ରେଫରାଲ୍ ହସ୍ପିଟାଲର ପୃଥକ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଅନ୍ୟପକ୍ଷେ ତ୍ରିପୁରାରେ ୨ ଜଣ ଯବାନଙ୍କୁ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପାକିସ୍ତାନ ଏବଂ ବାଂଲାଦେଶ ସହିତ ଭାରତୀୟ ସୀମାର ସୁରକ୍ଷା ପାଇଁ ବିଏସଏଫ ନିୟୋଜିତ ଥାଆନ୍ତି । ବିଭିନ୍ନ ପ୍ରକାରର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ରଖାଯାଇଛି ।
ସେପଟେ ଦେଶ ବିଷୟରେ କହିବାକୁ ଗଲେ କୋରୋନା ସଂକ୍ରମଣ ସଂଖ୍ୟା ୩୭,୭୭୬ କୁ ବୃଦ୍ଧି ପାଇଛି । ଶନିବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କୋରୋନା ଭାଇରସରୁ ଯୋଗୁଁ ୧,୨୨୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାରରୁ ଉର୍ଦ୍ଧ୍ୱରେ ପହଞ୍ଚିଛି । ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୨୪୧୧ଟି ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାସହ ୭୧ ଜଣଙ୍କ ମୃତ୍ୟୁ ହୋଇଛି । ଅବଶ୍ୟ ଏହା କିଛି ଆଶ୍ୱସ୍ତିକର ବିଷୟ ଯେ ଏପର୍ଯ୍ୟନ୍ତ ୧୦,୦୧୮ ରୋଗୀ ଏହି ରୋଗରୁ ମୁକ୍ତି ପାଇଛନ୍ତି । ସୁସ୍ଥ ହେବା ହାର ୨୬.୬୪ ପ୍ରତିଶତ ରହିଛି ।