• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ

କୋରୋନା ଟିକାକୁ ନେଇ WHO ଦେଲା ଚିନ୍ତାଜନକ ବୟାନ

Delta Variantର ଏକ ନୂତନ ଫର୍ମ Delta Plus ବାହାରିଛି। ଏହା Delta Variantର ରୂପ ପରିବର୍ତ୍ତନ ହେତୁ ସୃଷ୍ଟି ହୋଇଛି। ଭୂତାଣୁଙ୍କ ଠାରେ ଥିବା ଜୈବିକ ଉପାଦାନ ନିରନ୍ତର ପରିବର୍ତ୍ତନ ହୋଇଥାଏ।

କୋରୋନା ଟିକାକୁ ନେଇ WHO ଦେଲା ଚିନ୍ତାଜନକ ବୟାନ
ଡିଜାଇନ ଫଟୋ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ରୁ କୋରୋନା ମହାମାରୀକୁ ନେଇ ଏକ ଚିନ୍ତାଜନକ ବୟାନ ଦେଇଛି। ଭାରତରେ ମିଳୁଥିବା Delta Variant ବିରୁଦ୍ଧରେ କୋରୋନା ଟିକା କମ୍ ପ୍ରଭାବଶାଳୀ କିନ୍ତୁ ମୃତ୍ୟୁ ଓ ଗୁରୁତର ରୋଗର ବିପଦରୁ ରକ୍ଷା କରିବାରେ ଏହି ଟିକା ପ୍ରଭାବଶାଳୀ ବୋଲି WHO ସ୍ପଷ୍ଟ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏପିଡେମୋଲୋଜିଷ୍ଟମାନେ କହିଛନ୍ତି ଯେ, ଏକାଧିକ Variant ହେତୁ କୋରୋନା ବିରୁଦ୍ଧରେ ଟିକାର ପ୍ରଭାବ କମିପାରେ।

Delta Variantର ଏକ ନୂତନ ଫର୍ମ Delta Plus ବାହାରିଛି। ଏହା Delta Variantର ରୂପ ପରିବର୍ତ୍ତନ ହେତୁ ସୃଷ୍ଟି ହୋଇଛି। ଭୂତାଣୁଙ୍କ ଠାରେ ଥିବା ଜୈବିକ ଉପାଦାନ ନିରନ୍ତର ପରିବର୍ତ୍ତନ ହୋଇଥାଏ। ଏହି ପରିବର୍ତ୍ତନ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଅତି ସହଜରେ ବ୍ୟାପିଥାଏ।  Delta Plus କୋରୋନା ସବୁଠାରୁ ବିପଜ୍ଜନକ Variant ବୋଲି ବିଶ୍ୱାସ କରାଯାଉଛି। ଆଲଫା, ବିଟା, ଗାମା ଏବଂ ଡେଲଟା ନାମରେ ଏପର୍ଯ୍ୟନ୍ତ ଏହି ଚାରୋଟି Variant ପ୍ରକାଶ ପାଇଛି।

Also Read: Vaccine ନେବା ପରେ ଯଦି ଦେଖୁଛନ୍ତି ଏମିତି ଲକ୍ଷଣ ତେବେ ହୋଇଯାଆନ୍ତୁ ସାବଧାନ !

ଋଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (RDIF) ଦାବି କରିଛି ଯେ, Delta Variant ବିରୁଦ୍ଧରେ Sputnik-V କୋରୋନା ଟିକା ଅଧିକ ପ୍ରଭାବଶାଳୀ ଅଟେ। RDIF ଅନୁଯାୟୀ, ଅନ୍ୟ ଟିକା ଅପେକ୍ଷା ଋଷର ଟିକା ଏହି ଅଧିକ ସଂକ୍ରାମକ ଏବଂ ମାରାତ୍ମକ Variant ବିରୁଦ୍ଧରେ ସର୍ବାଧିକ ପ୍ରଭାବ ଦେଖଆଇଛି। ନିକଟରେ ହୋଇଥିବା ଏକ ଅଧ୍ୟୟନ ଆଧାରରେ ଏହି ଦାବି କରାଯାଇଛି।

ଏହି ସମୟରେ ମହାରାଷ୍ଟ୍ରରେ Delta Variantର ୨୧ଟି ମାମଲା ରୁଜୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏହି ସୂଚନା ଦେଇଛନ୍ତି। କେରଳରେ ମଧ୍ୟ Delta Plusର ତିନୋଟି ମାମଲା ରିପୋର୍ଟ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ, କେରଳର ପଲକ୍କଡ ଏବଂ ପଠାନମଥୀତା ଜିଲ୍ଲାରୁ ସଂଗୃହିତ ନମୁନାରେ SARS-CoV-2 delta plusର ଅତି କମରେ ତିନୋଟି ମାମଲା ଦେଖିବାକୁ ମିଳିଛି।