ସାବଧାନ ! ପୁରୁଷତ୍ୱ ହ୍ରାସ କରୁଛି କୋରୋନା ଭାଇରସ
Advertisement

ସାବଧାନ ! ପୁରୁଷତ୍ୱ ହ୍ରାସ କରୁଛି କୋରୋନା ଭାଇରସ

କୋରୋନା ଭ୍ୟାକସିନ ପରେ ଭାଇରସରୁ ଏବେ ସିନା ମୁକ୍ତି ମିଳିବ ହେଲେ ଏହି ଭାଇରସ ଆଜୀବନ ପାଇଁ ଏକ ବଡ଼ କ୍ଷତି କରିବାକୁ ଯାଉଛି । ଯାହାଫଳରେ ଆଗାମୀ ଦିନରେ ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ନୁହେଁ ହ୍ରାସ ପାଇବାକୁ ଯାଉଛି ।

ସାବଧାନ ! ପୁରୁଷତ୍ୱ ହ୍ରାସ କରୁଛି କୋରୋନା ଭାଇରସ

ନୂଆଦିଲ୍ଲୀ: ବର୍ଷ ୨୦୧୯-୨୦୨୦ ସାରା ବିଶ୍ୱ ପାଇଁ ଏକ ଅଭିଶପ୍ତ ବର୍ଷ ଥିଲା ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । କାରଣ ପୁରା ବିଶ୍ୱକୁ ନିଜ କବଜାରେ ନେଇଥିଲା କୋରୋନା ଭାଇରସ । କୋଟି କୋଟି ଲୋକ ଆକ୍ରାନ୍ତ ହେବା ସହ ଏହି ମହାମାରୀରେ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ହାରିଲେ । ଜୀବନ ଜୀବିକା ସବୁ କିଛି ଠପ୍ ହୋଇଯାଇଥିଲା । କିଛିଦିନ ତଳେ ପୁରା ବିଶ୍ବବାସୀଙ୍କୁ ବଞ୍ଚାଇବାକୁ ଯାଇ କୋରୋନା ଭାଇରସର ଭ୍ୟାକସିନ ଭାରତ ଦ୍ୱାରା ନିର୍ମିତ କରାଯିବ ସହ କିଛି କିଛି ରାଷ୍ଟ୍ରକୁ ପଠାଯାଇଛି । ତେବେ ଏହି ଭାଇରସରୁ ଏବେ ସିନା ମୁକ୍ତି ମିଳିବ ହେଲେ ଏହି ଭାଇରସ ଆଜୀବନ ପାଇଁ ଏକ ବଡ଼ କ୍ଷତି କରିବାକୁ ଯାଉଛି । ଯାହାଫଳରେ ଆଗାମୀ ଦିନରେ ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ନୁହେଁ ହ୍ରାସ ପାଇବାକୁ ଯାଉଛି ।

ଆଗାମୀ ସମୟ ମାନଙ୍କରେ ଦେଖାଦେବ ଏକ ଭୟଙ୍କର ସ୍ଥିତି । କାରଣ ଏହି କୋରୋନା ଭାଇରସ (Corona Virus) ର ପ୍ରକୋପର ପୁରୁଷ ମାନଙ୍କ ଶୁକ୍ରାଣୁ (Sperm) ଉପରେ ବେଶି କ୍ଷତି କରିବାକୁ ଯାଉଛି । ଦୁନିଆରେ ସବୁଠାରୁ ବଡ଼ ସମସ୍ୟା ଭାବେ ଏହା ଏବେ ଉଭା ହୋଇଛି । ତାହା ହେଉଛି ଜନସଂଖ୍ୟା (Population)। କମ ସେ କମ ଭାରତ (India), ପାକିସ୍ତାନ (Pakistan), ବାଂଲାଦେଶ (Bangladesh) ଭଳି ଏସିୟ ଦେଶ ଗୁଡି଼କରେ ଜନସଂଖ୍ୟା ବ୍ୟାପକ ପରିମାଣରେ ବଢିବାରେ ଲାଗିଛି । ଯାହା ପାଇଁ ପୁଷ୍ଟିକର ଖାଦ୍ୟ, ସୁରକ୍ଷିତ ଜୀବନଶୈଳୀ ଦେବାକୁ ସରକାରଙ୍କ ଚିନ୍ତା ବଢାଇଦେଇଛି । ହେଲେ କୋରୋନା ଯୋଗୁଁ ଏବେ ଜନସଂଖ୍ୟା ବଢିବନି ବରଂ କମିବାରେ ଲାଗିବ ।

Also Read: ଲାଲକିଲ୍ଲାରେ ଯେଉଁଠି ପିଏମ ଉଡ଼ାନ୍ତି ତ୍ରିରଙ୍ଗା, ସେଠାରେ କୃଷକ ଉଡ଼ାଇଲେ ନିଜ ଝଣ୍ଡା

କାରଣ ଏହି ଭାଇରସର ପ୍ରକୋପ ପ୍ରଜନନ (Reproduction) କ୍ଷେତ୍ରରେ ବିଶେଷ କ୍ଷତି କରିବ । ବିଶେଷଜ୍ଞଙ୍କ କହିବା କଥା ହେଲା , କୋରୋନା ଭାଇରସ ପୁରୁଷ ମାନଙ୍କୁ ନପୁଂଶକ କରିବା କ୍ଷେତ୍ରରେ ଭୁମିକା ଗ୍ରହଣ କରୁଛି । ଯଦି ଏହା ସତ ତେବେ ଆଗାମୀ ସମୟରେ ଜନସଂଖ୍ୟା ବଢିବା ବଦଳରେ କମିବା ଆରମ୍ଭ ହୋଇଯିବ । କାରଣ ଶିଶୁଜନ୍ମ ପାଇଁ ମୁଖ୍ୟ ଭୂମିକା ନେଉଥିବା ପୁରୁଷଙ୍କ ଶୁକ୍ରାଣୁର ଆକାର (Sperm Shape) ବଦଳାଇଦେବ କୋରୋନା ଭାଇରସ ।

Also Read: ଟ୍ରାକ୍ଟର ରାଲି ବେଳେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ; ପୋଲିସ ଉପରକୁ ପଥର ମାଡ

ଓପନ ବାୟୋଲଜି ଜର୍ଣ୍ଣଲ (Open Biological Journal)ରେ ପ୍ରକାଶିତ ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, କୋରୋନା ଭାଇରସ ପୁରା ଦୁନିଆର ପୁରୁଷ ମାନଙ୍କ ପ୍ରଜନନ କ୍ଷମତା (Reproduction) ଉପରେ ପ୍ରଭାବ ପକାଇପାରେ । ଯଦି ପୂର୍ବ ତଥ୍ୟ ଖେଳାଇବା ତାହାହେଲେ କୋରୋନା ଭାଇରସରେ ମହିଳାଙ୍କ ଠାରୁ ଅଧିକ ପୁରୁଷ ମାନେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କେବଳ ଏହା ନୁହେଁ କୋରୋନା ଭାଇରସ ଶାରିରୀକ ସମ୍ପର୍କ ରଖିବା ଦ୍ୱାରା ବି ବ୍ୟାପିଥିବା ନେଇ ଏହି ରିପୋର୍ଟରେ କୁହାଯାଇଛି । ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବିଭିନ୍ନ ଦେଶଙ୍କ ଟେନସନ ବଢିଯାଇଛି।

Also Read: PUBG ଉପରେ ଭାରି ପଡ଼ିଲା FAU-G: ପ୍ରଥମ ଏପିସୋଡରେ ଗଲୱାନ ଘାଟି ସଂଘର୍ଷ !

ଯେମିତିକି, ଇଟାଲି, ଜାପାନ, ଚୀନ, ନରୱେ, ସ୍ୱିଡେନ୍ ଭଳି ଦେଶରେ ଜନସଂଖ୍ୟା ବଢିବା ବଦଳରେ କମିବାରେ ଲାଗିଛି । ଏହି  ଦେଶ ଗୁଡି଼କରେ ବୈୟୋଜ୍ୟଷ୍ଠଙ୍କ (Senior Citizen) ସଂଖ୍ୟା ବଢୁଥିବା ବେଳେ ଯୁବପୀଢି (Younger Generation)ଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାଉପରେ କୋରୋନା ଭାଇରସ ଯୋଗୁଁ ଭାରତ, ପାକିସ୍ତାନ ଭଳି ଦେଶରେ ଯଦି ଜନସଂଖ୍ୟା କମେ ତେବେ ଆଗାମୀ ୩୦-୪୦ ବର୍ଷ ପରେ ଆଉ କେଉଁ ଘରେ ଶିଶୁ କି ଯୁବକ ଯୁବତୀ ନଥିବେ କେବଳ ବରିଷ୍ଠ ନାଗରିକ ଥିବେ ଯାହାଙ୍କ ସବୁ ଦାୟିତ୍ୱ ସରକାର (Government) ଙ୍କ ମୁଣ୍ଡ ଉପରକୁ ଆସିଯିବ ।