ଅମିତ ମହାନ୍ତି, ନୂଆଦିଲ୍ଲୀ: ଆସ୍ଥମା ରୋଗୀଙ୍କ (Asthma Patient) ମଧ୍ୟରେ କୋରୋନା ସଂକ୍ରମଣ ବ୍ୟାପିବାର ବିପଦ ୩୦ ପ୍ରତିଶତ କମ୍ ରହିଥିବା ଜଣାପଡିଛି। ପ୍ରାୟ ୩୭ ଲୋକଙ୍କ ଏକ ଦଳ ଉପରେ କରାଯାଇଥିବା ଅଧ୍ୟୟନରେ ଏହି କଥା ସାମ୍ନାକୁ ଆସିଛି। ଏନେଇ ଅନୁସନ୍ଧାନ କରିଥିବା ଇସ୍ରାଏଲ ବିଶେଷଜ୍ଞଙ୍କ (Israel Expert) କହିବା ଅନୁସାରେ ସାଧାରଣ କୋରାନା ଆକ୍ରାନ୍ତଙ୍କ ତୁଳନାରେ ଏମିତି ଲୋକଙ୍କ କୋଭିଡ୧୯ ରିପୋର୍ଟ ନେଗେଟିଭ୍ (Negetive Covid19 Report) ଆସିଛ ଯିଏ ଅସ୍ଥମାରେ ପୀଡିତ ଥିଲେ।
ବୈଜ୍ଞାନିକଙ୍କ କହିବା ଅନୁସାରେ ଏହାର କାରଣ ହେଉଛି ଆସ୍ଥମା ଚିକିତ୍ସାରେ ବ୍ୟବହୃତ ଔଷଧ "କୋର୍ଟିକୋଷ୍ଟେରଏଡ୍" (Corticosteroid Medicine)। ଏହି ଔଷଧ ଇନହେଲର୍ ଜରିଆରେ ରୋଗୀଙ୍କୁ ଦିଆଯାଇଥାଏ। ଏଥିପାଇଁ ମହାମାରୀ ସମୟରେ ଆସ୍ଥମା ରୋଗୀ ଔଷଧ ସେବନ କରିବା ବନ୍ଦ ନକରନ୍ତୁ।
ସଂକ୍ରମଣ କମ୍ ହେବାର ତିନୋଟି କାରଣ -
ଏନେଇ ଅନୁସନ୍ଧାନ କରିଥିବା ଇସ୍ରାଏଲ ରାଜଧାନୀ ତେଲ୍ ଆଭିଭ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକଙ୍କ (Tel Aviv University Scientist) କହିବା ଅନୁସାରେ ଆସ୍ଥମା ରୋଗୀଙ୍କ ମଧ୍ୟରେ କୋଭିଡ୧୯ ସଂକ୍ରମଣ କମ୍ ହେବାର ୩ଟି କାରଣ ରହିଛି। ତାହା ହେଉଛି....
- ନିଶ୍ୱାସପ୍ରଶ୍ୱାସ ରୋଗ ସହ ଜଡିତ ରୋଗୀ ବେଶ ସତର୍କ ରହିଥାନ୍ତି ଏବଂ ନିଜକୁ ବଞ୍ଚାଇବା ପାଇଁ ଅନେକ ପ୍ରୟାସ କରିଥାନ୍ତି। ଏମାନେ ମାସ୍କ ପିନ୍ଧିଥାନ୍ତି। ସାମାଜିକ ଦୂରତା ରକ୍ଷା କରିବା କରିବା ସହ ସ୍ୱଚ୍ଛତା ଉପରେ ଧ୍ୟାନ ଦେଇଥାନ୍ତି।
- କୋରୋନା ଯେଉଁ ACE2 ରିସେପ୍ଟରରୁ ଶରୀରର କୋଷିକାରେ ପ୍ରବେଶ କରିଥାଏ, ହେଲେ ଆସ୍ଥମା ରୋଗୀ ମଧ୍ୟରେ ଏହା କମ୍ ଥାଏ। ସେଥିପାଇଁ ସେମାନଙ୍କ କ୍ଷେତ୍ରରେ ସଂକ୍ରମଣର ଭୟ ବେଶୀ ନଥାଏ।
- ଆସ୍ଥମା ରୋଗୀଙ୍କ ଇନହେଲରରେ କୋର୍ଟିକୋଷ୍ଟେରଏଡ୍ ଦିଆଯାଇଥାଏ। ଏହା କୋରୋନା ଭାଇରସକୁ ACE2 ରିସେପ୍ଟର ଜରିଆରେ ଶରୀରରେ ପ୍ରବେଶ କରିବାରୁ ଅଟକାଇଥାଏ।
ଏହି ଅନୁସନ୍ଧାନ ପାଇଁ ବୈଜ୍ଞାନିକ ଇସ୍ରାଏଲର ୭ ଲକ୍ଷ ୨୫ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ବ୍ୟବହାର କରିଥିଲେ। ଏଥିରେ ବିଶେଷ କରି ୩୭,୪୬୯ ଲୋକଙ୍କୁ ଦୁଇ ଦଳରେ ବିଭକ୍ତ କରାଗଲା। ଫେବୃଆରୀରୁ ଜୁନ ୨୦୨୦ ମଧ୍ୟରେ ଏମାନଙ୍କ କୋଭିଡ୧୯ ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୨୨୨୬ ଏପରି ଲୋକଙ୍କ ନମୁନା ନିଆଗଲା ଯେଉଁମାନେ ପୂର୍ବରୁ ଅନ୍ୟ ରୋଗରେ ପୀଡିତ ହୋଇଥିଲେ। ଏହି ରିପୋର୍ଟ ପ୍ରକାଶିତ ହେବା ପରେ ଜଣାପଡିଥିଲ ଆସ୍ଥମା ପଜିଟିଭ୍ ଗ୍ରୁପରେ ୬.୭୫ ପ୍ରତିଶତ ଲୋକ ସଂକ୍ରମିତ ବାହାରିଲେ ଏବଂ ଅନ୍ୟପଟେ ନେଗେଟିଭ୍ ଗ୍ରୁପରେ ୯.୬୨ ପ୍ରତିଶତ ଲୋକଙ୍କୁ ସଂକ୍ରମଣ ହେଲା ନାହିଁ।
ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ ଆମେ ଭିନ୍ନ ଭିନ୍ନ କାରକ ଯଥା ଲିଙ୍ଗ, ବୟସ, ଧୂମପାନ ଏବଂ ଅନ୍ୟ ରୋଗର ବିପଦ ଆଧାରରେ ଏହାର ଅନୁସନ୍ଧାନ କରାଯାଇଥିଲା। ଆସ୍ଥମା ରୋଗୀଙ୍କ ମଧ୍ୟରେ ୩୦ ପ୍ରତିଶତ କମ୍ ବିପଦ ଥିବା ଜଣାପଡିଲା।