covid19 update: ବିଗତ ୨୪ ଘଣ୍ଟାରେ ଆସିଲା ୧୪୩୪ ନୂଆ ମାମଲା, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୧୩

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୪ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୧୩ ରହିଛି। ବର୍ତ୍ତମାନ ୧୩୪୦୪ ମାମଲା ସକ୍ରିୟ ରହିଥିବା ବେଳେ, ୨୧୨୭୩ କୋରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ରାଜ୍ୟର ମୋଟ

covid19 update: ବିଗତ ୨୪ ଘଣ୍ଟାରେ ଆସିଲା ୧୪୩୪ ନୂଆ ମାମଲା, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୧୩

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩୪ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୧୩ ରହିଛି। ବର୍ତ୍ତମାନ ୧୩୪୦୪ ମାମଲା ସକ୍ରିୟ ରହିଥିବା ବେଳେ, ୨୧୨୭୩ କୋରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ରାଜ୍ୟର ମୋଟ କୋଭିଡ୧୯ ଜନିତ ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି। 

ବର୍ତ୍ତମାନ ରାଜ୍ୟରେ ୮୮୯ କ୍ୱାରେଣ୍ଟାଇନରେ ଥିବା ବେଳେ, ୫୪୫ ଲୋକାଲ କଣ୍ଟାକ୍ଟରେ ଆସିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୫୬ କୋରାନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ, ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୫୪୩୩୧୬ କୋରୋନା ଟେଷ୍ଟ କରାଯାଇଛି।        

ଜିଲ୍ଲା ୱାରୀ କୋଭିଡ୧୯ ରିପୋର୍ଟ(District Wise Corona Report)

  • ଅନୁଗୋଳ: ୯
  • ବାଲେଶ୍ୱର: ୧୨
  • ବରଗଡ: ୫ 
  • ଭଦ୍ରକ: ୨୫
  • ବୌଦ୍ଧ: ୫
  • କଟକ:୧୨୩ 
  • ଦେବଗଡ:୨
  • ଢେଙ୍କାନାଳ:୧୩
  • ଗଜପତି: ୯୧
  • ଗଞ୍ଜାମ: ୩୨୦
  • ଜଗତସିଂହପୁର: ୧୩
  • ଯାଜପୁର: ୫୭
  • ଝରସୁଗୁଡା:୬
  • କଳାହାଣ୍ଡି: ୧୮
  • କନ୍ଧମାଳ: ୪୪
  • କେନ୍ଦ୍ରାପଡା: ୨୨
  • କେଉଁଝର: ୨
  • ଖୋର୍ଦ୍ଧା:୨୧୮ 
  • କୋରାପୁଟ: ୧୨
  • ମାଲକାନଗିରି: ୨୪
  • ମୟୂରଭଞ୍ଜ: ୧
  • ନବରଙ୍ଗପୁର: ୨
  • ନୟାଗଡ଼: ୮
  • ନୂଆପଡା: ୭
  • ପୁରୀ: ୬୫
  • ରାୟଗଡା: ୧୯୭
  • ସମ୍ବଲପୁର: ୫୧
  • ସୋନପୁର: ୬
  • ସୁନ୍ଦରଗଡ: ୭୬