covid19update: ଆହୁରି ୫୩ ବିଏସଏଫ ଯବାନ କୋରୋନା ଆକ୍ରାନ୍ତ

ବିଗତ ୨୪ ଘଣ୍ଟା ମଧ୍ୟରେ ୫୩ ବିଏସଏଫ ଯବାନ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି |   

covid19update: ଆହୁରି ୫୩ ବିଏସଏଫ ଯବାନ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ୫୩ ସୀମା ସୁରକ୍ଷା ବଳ-ବିଏସଏଫ(Border Security Force-BSF) ଯବାନ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି | ଏନେଇ ବିଏସଏଫ ପକ୍ଷରୁ କୁହାଯାଇଛି ମୋଟ ୧୦୧୮ କୋଭିଡ୧୯ ପଜିଟିଭ ହୋଇଥିବା ନେଇ ଜଣାପଡିଛି |   
 

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ୩୫୪ ମାମଲା ସକ୍ରିୟ ରହିଥିବା ବେଳେ, ୬୫୯ କୋରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି | ଏହା ସହିତ କୋରୋନାରେ ଆକ୍ରାନ୍ତ ହୋଇଥିବା ୪ ଜଣ ଯବାନଙ୍କ ମୃତ୍ୟୁ ଘଟିଛି | ଦେଶରେ ବର୍ତ୍ତମାନ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୬୬,୮୪୦ ରହିଛି | 

ମୋଟ କୋଭିଡ୧୯ ପଜିଟିଭଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୩୪୮୨୨ କୋରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି | ସେହିପରି ୧୬୮୯୩ କୋରନାଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ୨୧୫୧୨୫ ମାମଲା ସକ୍ରିୟ ରହିଛି |