• ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କୋରୋନା ପିକ୍‌ରେ ରହିପାରେ
  • ଅକ୍ସିଜେନ୍, ବେଡ, ICU ଯଥେଷ୍ଟ ପରିମାଣର ରହିଛି
  • ରାଜ୍ୟରେ କୋଭିଡ ସ୍ଥିତି ନେଇ DMET ସି.ବି.କେ. ମହାନ୍ତିଙ୍କ ସୂଚନା
  • ଓଡ଼ିଶାରେ ମାଟ୍ରିକ ପରୀକ୍ଷା ବାତିଲ
  • ମହାମାରୀ ଭିତରେ ମାଟ୍ରିକ ପରୀକ୍ଷା ବାତିଲ କଲେ ମନ୍ତ୍ରୀ ସମୀର ଦାସ।
  • ମୂଲ୍ୟାଙ୍କନ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋର୍ଡ: ରାମାଶିଷ ହାଜରା
  • କଟକରେ କୁମ୍ଭମେଳା ଫେରନ୍ତା ଆଉ ୧୩ ପଜିଟିଭ ଚିହ୍ନଟ
  • ଆଜିଠୁ ବ୍ରହ୍ମପୁରରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ
  • ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ୫ ଦିନ ପାଇଁ ବନ୍ଦ
  • ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ କରୋନା ଚିହ୍ନଟ ହେବା ପରେ ନିଷ୍ପତ୍ତି

CoWIN 2.0 App: ବଦଳିଛି ନିୟମ, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଗୁରୁତର ରୋଗରେ ପୀଡିତ ଥିବା ରୋଗୀଙ୍କୁ କୋରୋନା ଟିକା  ଦିଆଯିବ। ସୋମବାର ସକାଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଟୀକାକରଣର ଏକ ଡୋଜ ନେବା ପରେ ଏହି ଟିକା ନେବାକୁ ଦେଶର ସମସ୍ତ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

CoWIN 2.0 App: ବଦଳିଛି ନିୟମ, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: କୋରୋନା ମହାମାରୀ ରୋକିବା ପାଇଁ ସୋମବାର ଠାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଦେଶର ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଏହି ଟିକା ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ, ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଗୁରୁତର ରୋଗରେ ପୀଡିତ ଥିବା ରୋଗୀଙ୍କୁ କୋରୋନା ଟିକା  ଦିଆଯିବ। ସୋମବାର ସକାଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଟୀକାକରଣର ଏକ ଡୋଜ ନେବା ପରେ ଏହି ଟିକା ନେବାକୁ ଦେଶର ସମସ୍ତ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଟିକା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ସମ୍ପୂର୍ଣ୍ଣ ରୁପେ ସୁରକ୍ଷିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ  (Prime Minister) । ତେବେ ଏହି ଟିକେ ନେବା ପାଇଁ କେମିତି କରିବେ ପଞ୍ଜୀକରଣ (Corona Vaccine Registration) ଜାଣିରଖନ୍ତୁ:  

୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ CoWIN ଆପ୍ ମାଧ୍ୟମରେ କୋରୋନା ଟିକା ପାଇଁ ପଞ୍ଜୀକୃତ କରିପାରିବେ । ଯଦି ଆପଣ କୋ ୱିନ ଆପ ସହିତ ପଞ୍ଜୀକରଣ କରିବାକୁ ସକ୍ଷମ ନୁହଁନ୍ତି, ତେବେ ଆପଣ ସରକାରୀ ୱେବସାଇଟ cowin.gov.inରେ ପଞ୍ଜିକୃତ କରିପାରିବେ । ଏହାବାଦ୍,  ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ କୋରୋନା ଟିକା (Corona Vaccine) ପାଇଁ ମଧ୍ୟ ପଞ୍ଜୀକୃତ କରିପାରିବେ । ଅନ୍ୟପଟେ ଟୀକାକରଣ ପାଇଁ କେନ୍ଦ୍ରକୁ ଯାଇ ଅନ-ସାଇଟ୍ ରେଜିଷ୍ଟ୍ରେସନ୍ ମଧ୍ୟ କରିପାରିବେ ।

Also Read: Corona Virus: ଆଉ ଲୋଡା ନାହିଁ Mask

ଅନ୍ୟପଟେ ୬୦ ବର୍ଷରୁ ଅଧିକ ବୟସ୍କ ମାନେ ୧୫୦୭ ନମ୍ବରରେ କଲ କରି ମଧ୍ୟ ଟିକାକରଣ ପାଇଁ ପଞ୍ଜିକରଣ କରିପାରିବେ । ଉପରୋକ୍ତ ବିକଳ୍ପରେ ଯାଇ ପ୍ରଥମେ ନିଜର ମୋବାଇଲ ନମ୍ବର ଦେବାକୁ ହେବ । ପରେ ସେହି ନମ୍ବରରେ ଆପଣଙ୍କୁ OTP ଆସିବ । ଏହାବାଦ୍ ଆପଣ ନିଜସ୍ୱ ପରିଚୟ, ଯଥା, ନାମ, ଲିଙ୍ଗ ଓ ବୟସ ଭରିବାକୁ ହେବ । ଏହା ପରେ ଆପଣଙ୍କୁ ଆପଣଙ୍କର ପରିଚୟ ପତ୍ର ଅପଲୋଡ୍ କରିବାକୁ ପଡିବ । ପରେ ଟିକାକରଣ (Corona Vaccination) ପାଇଁ ତାରିଖ ଏବଂ କେନ୍ଦ୍ର ବାଛିବା ସହ ମୋବାଇଲ୍ ନମ୍ବର ମାଧ୍ୟମରେ ସର୍ବାଧିକ ଚାରି ଜଣ ପଞ୍ଜୀକୃତ ହୋଇପାରିବେ।